Advertisment

ସ୍ତ୍ରୀଙ୍କୁ ଦରମା ଲୁଚାଉଥିଲେ ସାବଧାନ ! ଧରାପଡିବେ,ହଟହଟା ହେବେ

ମହିଳାଙ୍କୁ ବୟସ ଆଉ ପୁରଷଙ୍କୁ ଦରମା ପଚାରିଲେ ସଠିକ ଉତ୍ତର ପାଇବାର ସମ୍ଭାବନା ସାଧାରଣତଃ କମ ଥାଏ। ହେଲେ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଯଦି ଏମିତି ଘଟେ ? ସ୍ତ୍ରୀ ସ୍ୱାମୀଙ୍କୁ ନିଜ ବୟସ ଲୁଚାଇଲେ କ‘ଣ ହେବ ଆମେ କହିପାରିବୁନି। କିନ୍ତୁ ସ୍ୱାମୀ ଯଦି ସ୍ତ୍ରୀକୁ ଦରମା ଲୁଚାନ୍ତି ତେବେ ସ୍ତ୍ରୀ କ’ଣ କରିପାରିବେ, କେମିତି ସେ ତଥ୍ୟ ପାଇପାରିବେ ତାହା ଆମେ କହି ପାରିବୁ।

author-image
Minati Mishra
ଅଦ୍ୟତନ ହୋଇଛି
Wife Uses RTI To Get Husmand’s Income Details

Wife Uses RTI To Get Husmand’s Income Details

ମହିଳାଙ୍କୁ ବୟସ ଆଉ ପୁରଷଙ୍କୁ ଦରମା ପଚାରିଲେ ସଠିକ ଉତ୍ତର ପାଇବାର ସମ୍ଭାବନା ସାଧାରଣତଃ କମ ଥାଏ। ହେଲେ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଯଦି ଏମିତି ଘଟେ ? ସ୍ତ୍ରୀ ସ୍ୱାମୀଙ୍କୁ ନିଜ ବୟସ ଲୁଚାଇଲେ କ‘ଣ ହେବ ଆମେ କହିପାରିବୁନି। କିନ୍ତୁ ସ୍ୱାମୀ ଯଦି ସ୍ତ୍ରୀକୁ ଦରମା ଲୁଚାନ୍ତି ତେବେ ସ୍ତ୍ରୀ କ’ଣ କରିପାରିବେ, କେମିତି ସେ ତଥ୍ୟ ପାଇପାରିବେ ତାହା ଆମେ କହି ପାରିବୁ। ସ୍ୱାମୀ ତାଙ୍କ ରୋଜଗାର ତଥ୍ୟ ଲୁଚାଇଲେ, ସ୍ତ୍ରୀ ସିଧା ଆରଟିଆଇରୁ ସମସ୍ତ ସଠିକ ତଥ୍ୟ ମଗାଇ ଆଣି ପାରିବେ। ତେଣୁ ସ୍ତ୍ରୀଙ୍କୁ ଦରମା ଲୁଚାଇବା କିମ୍ବା ଭୁଲ ତଥ୍ୟ ଦେବାକୁ ଯଦି ଚେଷ୍ଟା କରୁଥାନ୍ତି ତେବେ ସାବଧାନ !  କଥା କେଉଁଠି ପହଞ୍ଚିପାରେ, ସ୍ୱାମୀ କେମିତି ହଟହଟା ହୁଅନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖନ୍ତୁ।

Advertisment

ଆମେ କହିବାକୁ ଯାଉଥିବା ଘଟଣାଟି ଉତ୍ତରପ୍ରଦେଶର। ସଂଜୁ ଗୁପ୍ତା ନାମ୍ନୀ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପ୍ରକୃତ ଦରମା ଏବଂ ଇକୋନମିକାଲ ଷ୍ଟାଟସ ଜାଣିବା ପାଇଁ ଆରଟିଆଇର ଦ୍ୱାରସ୍ଥ ହୋଇଛନ୍ତି। ସବୁଠାରୁ ବଡ କଥା ହେଉଛି, ସେଣ୍ଟ୍ରାଲ ଇନ୍‌ଫର୍ମେଶନ କମିଶନ (CIC) କହିଛନ୍ତ, ସ୍ୱାମୀର ରୋଜଗାର ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ସ୍ତ୍ରୀ RTI (Right to Information Act)ର  ବ୍ୟବହାର କରିପାରିବେ। ତେଣୁ ଉକ୍ତ ମହିଳାଙ୍କୁ ସ୍ୱାମୀଙ୍କ ରୋଜଗାର ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ ଆରଟିଆଇ ପକ୍ଷରୁ ଆୟକର ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ତଥ୍ୟ ଅନୁଯାୟୀ, ସଂଜୁ ଗୁପ୍ତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପାରିବାରିକ ସମସ୍ୟା ଲାଗି ରହିଥିଲା। ସ୍ତ୍ରୀ ବାରମ୍ବାର ସ୍ୱାମୀଙ୍କୁ ତାଙ୍କ ଦରମା କଥା ପଚାରିବା ସତ୍ତ୍ୱେ ସ୍ୱାମୀ ତାଙ୍କୁ କିଛି କହୁ ନ ଥିଲେ। ଶେଷରେ ବାଧ୍ୟ ହୋଇ ପତ୍ନୀ RTI ମାଧ୍ୟମରେ ତଥ୍ୟ ମଗାଇଥିଲେ। ଅନ୍ୟପକ୍ଷେ ଏ କଥା ଜାଣିବା ପରେ ସ୍ୱାମୀ ବିରୋଧ କରିବା ସହ ଏ ସମ୍ପର୍କିତ ତଥ୍ୟ ନ ଦେବାକୁ ବିଭାଗକୁ ଅନୁରୋଧ କରିଥିଲେ। ବରେଲି ସେଣ୍ଟ୍ରାଲ ପବ୍ଲିକ ଇନ୍‌ଫର୍ମେସନ ଅଫିସର (CPIO) ସ୍ୱାମୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ତଥ୍ୟ ଦେବାକୁ ମନା କରିଥିଲେ।

Advertisment

ଏହାପରେ ପ୍ରଥମ ଆବେଦନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ବିରୋଧରେ ପତ୍ନୀ ଆହୁରି ୨ଟି ଆବେଦନ କରିଥିଲେ। ପରେ ସିଆଇସି ପୂର୍ବରୁ ହୋଇଥିବା ଏମିତି କିଛି ନିର୍ଦ୍ଦେଶନାମା ତଥା ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟଙ୍କ ଆବେଦନକୁ ସମୀକ୍ଷା କରିବା ପରେ ପତ୍ନୀଙ୍କୁ ସମସ୍ତ ତଥ୍ୟ ଦେବାକୁ ସିପିଆଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାମୀଙ୍କ ଗ୍ରସ୍‌ ଇନ୍‌କମ ଏବଂ ଅନ୍ୟ ସମସ୍ତ ଟାକ୍ସେବୁଲ୍‌ ଇନ୍‌କମ୍‌ର ତଥ୍ୟ ପତ୍ନୀଙ୍କୁ ଦେବା ପାଇଁ CIC ସେପ୍ଟେମ୍ବର ୧୯ ତାରିଖରେ ଜାରି ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି। ଏହି ତଥ୍ୟ ୧୫ ଦିନ ମଧ୍ୟରେ ଦେବାକୁ କୁହାଯାଇଛି।

Income Tax Department Right To Information Act
Advertisment
Advertisment