• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତା : ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ସାମାନ୍ୟ ଘଟଣା । କିନ୍ତୁ ଟିକିଏ କଥା ପାଇଁ ସ୍ତ୍ରୀକୁ ହତ୍ୟା କରିବାକୁ ସୁପାରୀ ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ମୋବାଇଲ୍ ଫୋନ୍‌ ହିଁ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । ବିନା ଅନୁମତିରେ ସ୍ମାର୍ଟଫୋନ୍ କିଣିବା ପରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଆଉ ଏଥିରେ ଅଭିଯୁକ୍ତ ସ୍ୱାମୀ ଜଣକ ଏତେ ରାଗି ଯାଇଥିଲେ ଯେ ସ୍ତ୍ରୀକୁ ମାରିବା ପାଇଁ ହତ୍ୟାକାରୀକୁ ଡକାଇ ସୁପାରୀ ଦେଇଦେଲେ ।

ପଶ୍ଚିମବଙ୍ଗର କୋଲକାତାରେ ଏପରି ଘଟଣା ଘଟିଛି । କୋଲକାତାର ସୀମାନ୍ତରେ ଅବସ୍ଥିତ ନରେନ୍ଦ୍ରପୁରରେ ରହୁଥିବା ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ବିନା ଅନୁମତିରେ ସ୍ତ୍ରୀ ସ୍ମାର୍ଟଫୋନ୍ ଗୋଟିଏ କିଣିଥିବାରୁ ରାଗି ଯାଇଥିଲେ । ସ୍ତ୍ରୀକୁ ହତ୍ୟା କରିବାକୁ ସୁପାରୀ ମଧ୍ୟ ଦେଇଥିଲେ । ତେବେ ଏହି ପୂରା ଘଟଣା ଜଣାପଡ଼ିବା ପରେ ସୁପାରୀ କିଲର୍ ଏବଂ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ କୋଲକାତାର ନରେନ୍ଦ୍ରପୁରରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ରହୁଥିଲେ । କିଛି ମାସ ପୂର୍ବର ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ କହିଥିଲେ ତାଙ୍କ ସ୍ତ୍ରୀ । ହେଲେ ସେ ନୂଆ ସ୍ମାର୍ଟଫୋନ କିଣିବାକୁ ମନା କରିଦେଇଥିଲେ । ହେଲେ ତାଙ୍କ ସ୍ତ୍ରୀଙ୍କୁ ଏହି ଘଟଣା ବହୁତ ଖରାପ ଲାଗିଥିଲା ।

ମହିଳା ଜଣକ ଟ୍ୟୁସନ ପଢ଼ାଉଥିବାରୁ ସେ କିଛି ରୋଜଗାର କରୁଥିଲେ । ତେଣୁ ସ୍ୱାମୀଙ୍କୁ ନପଚାରି ନିଜର ରୋଜଗାରେ ଏକ ନୂଆ ସ୍ମାର୍ଟଫୋନ୍ କିଣିଥିଲେ । ଜାନୁଆରୀ ୨ରେ ଘରେ ପହଞ୍ଚିଥିଲା ନୂଆ ସ୍ମାର୍ଟଫୋନ୍ । ନୂତନ ସ୍ମାର୍ଟଫୋନର ଆସିବା ପରେ ମହିଳାଙ୍କ ଖୁସି କହିଲେ ନସରେ । ତେବେ ସ୍ୱାମୀ ଏକଥା ଜାଣିବା ପରେ ରାଗିଯାଇ ପତ୍ନୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।

ପୋଲିସ ସୂଚନା ଅନୁସାରେ ଗୁରୁବାର ରାତିରେ ଘରର ମୁଖ୍ୟ କବାଟ ବନ୍ଦ କରିବାକୁ ବାହାରକୁ ଯାଇଥିଲେ ଅଭିଯୁକ୍ତ ଜଣକ । କିନ୍ତୁ ସେ ଫେରି ନଥିଲେ । ଏହା ପରେ ସ୍ତ୍ରୀଙ୍କ ମନରେ ସନ୍ଦେହ ହେବାରୁ ସେ ସ୍ୱାମୀଙ୍କୁ ଖୋଜିବାକୁ ବାହାରିଲେ । ଆଉ ସେହି ସମୟରେ ସୁପାରୀ କିଲର ତାଙ୍କୁ ଆକ୍ରମଣ କରିଥିଲେ।

ଜଣେ ମହିଳାଙ୍କ ବେକକୁ ତୀକ୍ଷ୍ଣ ଛୁରିରେ ଆଘାତ କରିଥିଲେ । ତେବେ ମହିଳା ଜଣକ ଆକ୍ରମଣର ଶିକାର ହେବା ପରେ ଜୋରରେ ପାଟି କରିଥିଲେ । ଆଉ ତାଙ୍କ ପାଟି ଶୁଣି ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ଆଉ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ତେବେ ବର୍ତ୍ତମାନ ଅଭିଯୁକ୍ତ ସ୍ୱାମୀ ଏବଂ ସୁପାରୀ କିଲରକୁ ପୋଲିସ୍‌ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଏଥିସହିତ ପୋଲିସ ଅନ୍ୟ ଜଣେ ପଳାତକ ଆକ୍ରମଣକାରୀଙ୍କୁ ଖୋଜୁଛି ।