Advertisment

କାହିଁକି ୨ ଘଣ୍ଟା ଯାଏ ଡାଉନ୍‌ ହେଲା WhatsApp ? ସାମ୍ନାକୁ ଆସିଲା କାରଣ...

ଭାରତ ସମେତ ଅନ୍ୟ ଦେଶରେ ସର୍ବାଧିକ ବ୍ୟବହୃତ ଏହି ମେସେଜିଂ ଆପ୍ କାମ ନକରିବାରୁ ୟୁଜର୍ସଙ୍କ ଟେନ୍‌ସନ୍‌ ବଢ଼ି ଯାଇଥିଲା। ମେସେଜ୍ ଓ ଭିଡିଓ ପଠାଇବା ବନ୍ଦ ହୋଇଯିବାରୁ ଅଚଳ ହୋଇଯାଇଥିଲା କୋଟି କୋଟି ୟୁଜରଙ୍କ ହାତ।

ଅଦ୍ୟତନ ହୋଇଛି
WhatsApp Down Reason

Why WhatsApp Down Know The Reason

Advertisment

ଗତକାଲି ୨ ଘଣ୍ଟାରୁ ଅଧିକ ସମୟ ଧରି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ହ୍ୱାଟ୍ସଆପ୍‌ (WhatsApp) ଡାଉନ୍‌ ହୋଇଯାଇଥିଲା। ଭାରତ ସମେତ ଅନ୍ୟ ଦେଶରେ ସର୍ବାଧିକ ବ୍ୟବହୃତ ଏହି ମେସେଜିଂ ଆପ୍ କାମ ନକରିବାରୁ ୟୁଜର୍ସଙ୍କ ଟେନ୍‌ସନ୍‌ ବଢ଼ି ଯାଇଥିଲା। ମେସେଜ୍ ଓ ଭିଡିଓ ପଠାଇବା ବନ୍ଦ ହୋଇଯିବାରୁ ଅଚଳ ହୋଇଯାଇଥିଲା କୋଟି କୋଟି ୟୁଜରଙ୍କ ହାତ।ଏନେଇ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିବା ସହ ଟ୍ୱିଟର ଜରିଆରେ ଅଭିଯୋଗ ଜଣାଇଥିଲେ। ତେବେ କିଛି ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ହେବା ପରେ ଉତ୍କଣ୍ଠାର ଅବସାନ ଘଟିଥିଲା। 

Advertisment

କେଉଁ କାରଣ ପାଇଁ ବିଶ୍ୱବ୍ୟାପୀ ଏଭଳି ଅସୁବିଧା ସୃଷ୍ଟି ହୋଇଥିଲା ? ଏନେଇ ହ୍ୱାଟ୍ସଆପ୍‌ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। କମ୍ପାନୀର ଜଣେ ପ୍ରବକ୍ତାଙ୍କ କହିବା ଅନୁସାରେ, ‘ବୈଷୟିକ ତ୍ରୁଟି ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା’। ବର୍ତ୍ତମାନ ସମସ୍ୟାର ସମାଧାନ କରାଯାଇଛି। କେଉଁ କାରଣ ପାଇଁ ଏଭଳି ବୈଷୟିକ ତ୍ରୁଟି ହେଲା, ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନି।  

ସୂଚନାଥାଉ କି, ପ୍ରାୟ ୬ ବର୍ଷ ପୂର୍ବେ ଅକ୍ଟୋବର ଶେଷ ଆଡ଼କୁ ଲକ୍ଷାଧିକ ୟୁଜର୍ସଙ୍କ ହ୍ୱାଟ୍ସଆପ୍‌ ଡାଉନ୍‌ ହୋଇଯାଇଥିଲା। ସେହି ସମୟରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, DNS(Domain Name System) ସମ୍ବନ୍ଧିତ ଇସ୍ୟୁ ଯୋଗୁ ଏଭଳି ସମସ୍ୟା ଉପୁଜିଥିଲା। ଗତକାଲି ସମସ୍ୟା ମଧ୍ୟ ସମାନ ପ୍ରକାରର ଥିଲା। 

Advertisment

ଗତକାଲି ଅପରାହ୍ଣ ୧୨ଟା ୭ରେ ହ୍ୱାଟ୍ସଆପ୍ ଡାଉନ୍ ହେବା ନେଇ ୟୁଜରଙ୍କଠାରୁ ଅଭିଯୋଗ ଆସିବା ଆରମ୍ଭ ହୋଇଥିଲା । ୧୨ ଟା ୫୧ ବେଳକୁ ୟୁଜର୍ସଙ୍କ ଧୈର୍ଯ୍ୟର ସୀମା ଟପିଥିଲା ।୬୭% ୟୁଜର ହ୍ୱାଟ୍ସଆପ୍‌ରେ ମେସେଜ ଓ ୨୬% ବ୍ୟବହାରକାରୀ ସର୍ଭର କନେକ୍ସନ ଏରର ନେଇ ଅଭିଯୋଗ କରିଥିଲେ ।ପାଖାପାଖି ୨ ଘଣ୍ଟାରୁ ଅଧିକ ସମୟ ପରେ ସ୍ଥିତିରେ ସୁଧାର ଆସିଥିଲା ।

WhatsApp Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ