• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିମିଷକ ମଧ୍ୟରେ ଧୂଳିସାତ ହେବ ସୁପରଟେକ୍  ଟ୍ୱିନ୍‌ ଟାୱାର । ତାସ ଘର ପରି ଧରାଶାୟୀ ହେବ ବିରାଟ ଅଟ୍ଟାଳିକା । ମାଟିରେ ମିଶିଯିବ ନୋଏଡାର ଟୁଇନ୍ ଟାଓ୍ବାର । ଏହି ବିରାଟକାୟ  ଟ୍ୱିନ୍‌ ଟାୱାରକୁ ଭାଙ୍ଗିବାପାଇଁ ପ୍ରାୟ ୩୭ କ୍ୱିଣ୍ଟାଲ ବିସ୍ଫୋରକ ବ୍ୟବହାର କରାଯିବ । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ରବିବାର ଅପରାହ୍ନ ସାଢେ ୨ଟାରେ ଭଂଗାଯିବ ଏହି ନଭଶ୍ଚୁଭୀ ଅଟ୍ଟାଳିବା । ନୋଏଡା ପୋଲିସ କମିଶନର ଓ ସିଇଓ ଘଟଣାସ୍ଥଳରେ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି । ଅଟ୍ଟାଳିକାର ସମସ୍ତ ମହଲାରେ ପ୍ରାୟ ୧ ହଜାର ଡିଟୋନେଟର ଖଂଜାଯାଇଛି । ଗୋଟିଏ ସ୍ବିଚ୍ ମାରିବା କ୍ଷଣି ସମସ୍ତ ଡିଟୋନେଟର ବ୍ଲାଷ୍ଟ ହେବ । ବିଂଲଡି ଭାଂଗିବାକୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ବ୍ଲାଷ୍ଟିଂ ଅଂଚଳରୁ ଭଗ୍ନାବଶେଷ ଯେଭଳି ବେଶୀ ଦୂରକୁ ନଯିବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟିଣ ଚଦରରେ ସଂପୂର୍ଣ୍ଣ ଅଚଳକୁ ଆବଦ୍ଧ କରାଯାଇଛି । ଏହାସତ୍ତ୍ୱେ ବି ଅଟ୍ଟାଳିକା ନିକଟବର୍ତ୍ତୀ ଘର ଥିବା ଲୋକ ଆଶଙ୍କାରେ ଅଛନ୍ତି । ବିସ୍ଫୋରଣ ପ୍ରଭାବରେ ସେମାନ ଘର ପ୍ରଭାବିତ ହୋଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି ।

ନୋଏଡା  ଟ୍ୱିନ୍‌ ଟାୱାର  ଭଙ୍ଗାଯିବା ପାଇଁ ନିକଟରେ ରହୁଥିବା ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ରବିବାର ସକାଳ ୭ଟା ୩୦ସୁଦ୍ଧା ସମସ୍ତେ ଘର ଛାଡିବେ । ବିଭିନ୍ନ ସୋସାଇଟିରେ ଥିବା ୨୫ଶହରୁ ଅଧିକ ଗାଡିକୁ ମଧ୍ୟ ସ୍ଥାନାନ୍ତର କରାଯିବ ।  ଟ୍ୱିନ୍‌ ଟାୱାର  ନିକଟରେ ଲୋକଙ୍କ ଚଳପ୍ରଚଳ, ଗାଡି ଚଳାଚଳ ଉପରେ କଡା କଟକଣା ରହିବ ।

ନୋଏଡା- ଗ୍ରେଟର ନୋଏଡା ଏକ୍ସପ୍ରେସ ୱେ ନିକଟରେ ଥିବା ଏହି ଟାଓ୍ବାର ଦୁଇଟିର ଉଚ୍ଚତା ଦିଲ୍ଲୀର ପ୍ରସିଦ୍ଧ କୁତବମିନାର ଠାରୁ ମଧ୍ୟ ଅଧିକ ଉଚ୍ଚ । ୭ଲକ୍ଷ ୫୦ ହଜାର ବର୍ଗ ଫୁଟ ପରିମିତ ଅଂଚଳରେ ଥିବା ଏହି ଟାୱାର  ଦୁଇଟିରେ ୯ଶହ ଫ୍ଲାଟ ରହିଛି ।

କାହିଁକି ଏଭଳି ବିରାଟକାୟ ଆପାର୍ଟମେଣ୍ଟ ଦୁଇଟିକୁ ଭଙ୍ଗାଯାଉଛି

ଟ୍ୱିନ୍‌ ଟାୱାର ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିୟମ ଉଲ୍ଳଂଘନ ହୋଇଥିବା ଜଣାପଡିବା ପରେ ସୁପ୍ରିମକୋର୍ଟଙ୍କ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ଆପାର୍ଟମେଣ୍ଟ ଆଇନ୍ ୨୦୧୦ର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ରେସିଡେଣ୍ଟସ ୱେଲଫେୟାର ଆସୋସିଏସନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।   ଟାୱାର ନିର୍ମାଣ ବେଳେ ସବୁ ଫ୍ଲାଟ୍ ମାଲିକଙ୍କ ଅନୁମତି ନିଆଯାଇ ନଥିବା ସହ ସର୍ବନିମ୍ନ ଦୂରତା ରଖାଯାଇ ନାହିଁ ବୋଲି ଅଭିଯୋଗ ହୋଇଥିଲା ।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୧୪ ପ୍ରତିଶତ ସୁଧ ସହ ଫ୍ଲାଟ ମାଲିକ ମାନଙ୍କୁ ସେମାନଙ୍କ ଟଙ୍କା ଫେରାଇବା ପାଇଁ ସୁପରଟେକ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ବିନ ଟାଓ୍ବାର ଭାଙ୍ଗିବା ପାଇଁ ସୁପରଟେକ୍କୁ ପ୍ରାୟ ୨୦କୋଟି ଟଙ୍କା ନିଜ ହାତରୁ ଖର୍ଚ୍ଚ କରିବାକୁ ପଡିବ ।