• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଅପରାହ୍ନରେ ନୋଏଡାର ସେକ୍ଟର ୯୩-ଏ ସ୍ଥିତ ଟ୍ୱିନ୍ ଟାୱାର ଭାଙ୍ଗିବ । ଦେଶରେ ପ୍ରଥମ ଥର ପାଇଁ ଏତେ ଉଚ୍ଚ କୋଠା ଭଙ୍ଗାଯିବ । ଏହି ଦୁଇ ଟାଓ୍ୱାରର ୪୦ ମହଲା ବିଶିଷ୍ଟ କରିବାକୁ ଯୋଜନା କରାଯାଇଥିଲା । ତେବେ ଦୁଇ ଟାଓ୍ୱାର ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଆପେକ୍ସ ଟାଓ୍ୱାର ୩୨ ମହଲା ନିର୍ମିତ ହୋଇଥିବାବେଲେ ସିଆନ ଟାଓ୍ୱାର ୨୯ ମହଲା ନିର୍ମିତ ହୋଇଛି । ତେବେ କୋର୍ଟ ମାମଲାରୁ ଏହି ଟାଓ୍ୱାରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିନଥିଲା । ଏହି ଦୁଇ ବିଲ୍ଡିଂରେ ୯ଶହରୁ ଅଧିକ ଫ୍ଲାଟ ରହିଛି । ଏଥିମଧ୍ୟରୁ ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆପେକ୍ସ ଟାଓ୍ୱାରର ଲମ୍ବ ୧୦୩ ମିଟର ଥିବାବେଳେ ସିଆନ ଟାଓ୍ୱାର ଲମ୍ବ ୯୭ ମିଟର ରହିଛି । ଏଡିଫାଇସ୍ ଇଂଜିନିୟରିଂ ଦକ୍ଷିଣ ଆଫ୍ରିକା ବିଶେଷକ୍ଷଙ୍କ ସହାୟତାରେ ଏହି ବିଲଡିଂକୁ ଭଙ୍ଗାଯିବ । ୩ ବର୍ଷ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଏହି ବିଶେଷଜ୍ଞମାନେ ସେଠାରେ ଏକ ବ୍ୟାଙ୍କର ବିଲ୍ଡିଂକୁ ଭାଂଗିଥିଲେ । ସେହି ବିଲ୍ଡିଂର ଲମ୍ବ ଥିଲା ୧୦୮ ମିଟର । ପୂର୍ବରୁ କେରଳରେ ଥିବା ଏକ ୬୮ ମିଟର ବିଶିଷ୍ଟ କୋଠା ଭଂଗା ଯାଇଥିଲା । ୨୦୨୦ ମସିହାରେ ଏହି ବିଲ୍ଡିଂ ଭଂଗାଯାଇଥିଲା । ସେହି ବର୍ଷ ୟୁଏଇର ବୁଧାବିରେ ୧୬୮ ମିଟର ବିଶିଷ୍ଟ ଏକ ବିଲ୍ଡଂ ଭଂଗାଯାଇଥିଲା ଯାହାକି ବିଶ୍ୱ ରେକର୍ଡ ।

ଟ୍ୱିନ୍ ଟାଓ୍ୱାର ଠାରୁ ମାତ୍ର ୮ ମିଟର ଦୂରରେ ଅନେକ ବିଲ୍ଡିଂ ରହିଛି । ୯ରୁ ୧୨ ମିଟର ମଧ୍ୟରେ ଅନ୍ୟ କୋଠା ଗୁଡିକ ରହିଛି ସେଥିପାଇଁ ଏହି ବିଲ୍ଡିଂକୁ ଭାଂଗିବା ଏକ ପ୍ରକାର ଚ୍ୟାଲେଂଜ୍ । କାଳେ ବିଲ୍ଡିଂର ଧ୍ୱଂସାବଶେଷ ବାହାରି ଅନ୍ୟ ବିଲ୍ଡିଂକୁ କ୍ଷତି କରିପାରେ । ଏହାକୁ ନେଇ ଆଖିରେ ରଖି ଆଖପାଖରେ ଥିବା ବିଲ୍ଡଂଗୁଡିକ ଖାଲି କରାଯାଇଛି । ଧୂଳିକୁ କମ କରିବାକୁ ଅନ୍ୟ ବିଲ୍ଡିଂ ଗୁଡିକୁ କପଡ଼ା ପରଦାରେ ଘୋଡ଼ାଇ ଦିଆଯାଇଛି । ଦୁଇଟି ଟାୱାର୍‌ ଆଖପାଖର ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏଥିସହ ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ବିଲ୍ଡିଂ ଭାଂଗିବାକୁ ୩ ହଜାର ୭ଶହ କେଜି ବିସ୍ଫୋରକର ବ୍ୟବହାର ହେବ । ପାଖାପାଖି ଦୁଇ ବିଲ୍ଡିଂର ପିଲାର ଗୁଡିକରେ ୭ ହଜାରରୁ ଅଧିକ କଣା କରାଯାଇଛି । ଗୋଟିଏ ଗୋଟିଏ କଣାର ଲମ୍ବ ହେଉଛି ୨ମିଟର, ପାଖାପାଖି ୧୪ କିଲୋମିଟର ହୋଲ୍ କରାଯାଇଛି । ଏଥିମଧ୍ୟରେ ୨୦ ହଜାର ସର୍କିଟ୍ ଲାଗିଛି । ଯେତେବେଳେ ସ୍ୱିଚ୍ ମରାଯିବ ଓ ସମସ୍ତ ପିଲାରରେ ବିସ୍ଫୋରଣ ଘଟିବ । ବିସ୍ଫୋରଣ ପରେ ସିଧା ତଳକୁ ଖସିବ ଟ୍ୱିନ ଟାଓ୍ୱାର । ଏଭଳି ଭାବେ ବିଲ୍ଡଡି ଭାଂଗିବା ପ୍ରଣାଳୀକୁ ଓ୍ୱାଟରଫଲ୍ ଟେକନିକ୍ କୁହାଯାଉଛି ।

ବିଲ୍ଡିଂର ୧୦୦ ମିଟର ଦୂରରେ ମାତ୍ର ୧୦ ଜଣ ରହିବେ । ଏଥିମଧ୍ୟରେ ଦକ୍ଷିଣ ଆଫ୍ରିକାର ୩ ବିଶେଷଜ୍ଞଙ୍କ ସହ ନୋଏଡା ପ୍ରଶାସନ ଅନ୍ୟ ଅଧିକାରୀ ରହିବେ । ୯ ସେକେଣ୍ଡର ବିସ୍ଫୋରଣରେ ଧସିବ । ଏହି ୯ ବର୍ଷର କୋଠା ବିଲ୍ଡିଂକୁ ତଳକୁ ଧସିବାକୁ ପ୍ରାୟ ୧୫ ସେକେଣ୍ଡ ଲାଗିବ । ଟ୍ୱିନ୍‌ ଟାଓ୍ୱାରର ୪୫୦ ମିଟର ମଧ୍ୟରେ ଟ୍ରାଫିକ୍ ପକ୍ଷରୁ ନୋ ଗୋ ଜୋନ୍ କରାଯାଇଛି । ବ୍ଲାଷ୍ଟ ସମୟରେ ପ୍ରାୟ ୩୦ ମିନିଟ୍ ଏହି ଅଂଚଳକୁ କୌଣସି ଗାଡି କିମ୍ବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ବିସ୍ଫୋରଣର ୧୫ ମିଟ ପୂର୍ବରୁ ଏବଂ ବିସ୍ଫୋରଣର ୧୫ ମିନଟ ପରବର୍ତ୍ତୀ ସମୟ ଟ୍ରାଫିକ୍ କଟକଣା ରହିବ । ଅପରାହ୍ଣ ୨ଟା ୧୫ରୁ ୨ଟା ୪୫ ମିନିଟ ପର୍ଯ୍ୟନ୍ତ ଏହି ବିଲ୍ଡିଂର ୪୫୦ ମିଟର ମଧ୍ୟରେ କଟକଣା ରହିବ ।