/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717945158.jpg)
PM Narendra Modi ministry
ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦି । ଶୁକ୍ରବାର ଦିନ ସେ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସରକାର ଗଠନ କରିବାକୁ ଦାବି କରିଥିଲେ । ମୋଦିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅନେକ ନେତା । ଜାଣନ୍ତୁ ଓଡ଼ିଶାରେ କିଏ ପାଇଲେ ମନ୍ତ୍ରୀପଦ...
ଓଡ଼ିଶାରୁ କିଏ ପାଇଲେ ମନ୍ତ୍ରୀପଦ...
ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭାରୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବିହାର ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ପେଟ୍ରୋଲିୟମ ଏବଂ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଅଭିଜ୍ଞତା ରହିଛି । ମୋଦି-ଶାହଙ୍କର ବିଶ୍ୱସ୍ତ ।
ଜୁଏଲ ଓରାମ
ଜୁଏଲ ଓରାମ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟର ପ୍ରଥମ ମନ୍ତ୍ରୀ । ବାଜପେୟୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀର ଅଭିଜ୍ଞତା ରହିଛି । ସୁନ୍ଦରଗଡରୁ ବାରମ୍ବାର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଓଡିଶା ବିଜେପିର ଅନ୍ୟତମ ପ୍ରମୁଖ ଚେହେରା । ଓଡିଶା ବିଜେପିର ଦୁଇ ଦୁଇ ଥର ସଭାପତି ମଧ୍ୟ ରହିଥିଲେ । ବଣେଇ ବିଧାନସଭାରୁ ୨ ଥର ବିଧାନସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ ।
ଅଶ୍ୱିନୀ ବୈଷ୍ଣବ
ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି । ମୋଦିଙ୍କ ୨ୟ ସରକାରରେ ରେଲୱେ ଏବଂ ଟେଲିକମ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ । ପୂର୍ବରୁ ପ୍ରଶାସନିକ ଅଧିକାରୀ ଭାବେ ଓଡିଶାରେ ସୁପରିଚିତ ରହିଛନ୍ତି । ବାହାନଗା ରେଳ ଦୁର୍ଘଟଣା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ସାଉଁଟିଥିଲେ ଅନେକ ପ୍ରଶଂସା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)