Advertisment

Impact of Covid on Global Life Expectancy: ଆସିଲା ସାଂଘାତିକ ତଥ୍ୟ; କୋଭିଡ ପରେ ୨ ବର୍ଷ କମିଛି ଆୟୂଷ

କରୋନା ପରେ ଡିପ୍ରେସନ ବୃଦ୍ଧି ପାଇଛି। କେବଳ ଡିପ୍ରେସନ କାରଣରୁ ଆୟୂଷ ୬ ମାସ କମିଯାଉଛି। WHOର କହିବା ଅନୁସାରେ, ଏବେବି ଅନେକ ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସୁଦୃଢ ନୁହେଁ ।

ଅଦ୍ୟତନ ହୋଇଛି
coronavirus

coronavirus

Advertisment

ଆୟୂଷ କମାଇଛି କରୋନା ! କୋଭିଡ ପରେ ପ୍ରାୟ ୨ ବର୍ଷ କମିଛି ମଣିଷର ଆୟୂଷ। ଏଭଳି ଉଦବେଗଜନକ ରିପୋର୍ଟ ପ୍ରଦାନ କରିଛି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(WHO)।

Advertisment

WHOର ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦୨୧ ମଧ୍ୟରେ ବିଶ୍ୱବ୍ୟାପୀ ଆୟୂଷ ୧ବର୍ଷ ୮ମାସ ହ୍ରାସ ପାଇଛି। ଅର୍ଥାତ କରୋନା ଆସିବା ପରେ ମଣିଷର ଆଯୂଷରେ ବଡ଼ ହ୍ରାସ ଘଟିଛି। ଇତିହାସରେ ଏହାକୁ ସର୍ବାଧିକ ହ୍ରାସ ବୋଲି ଦର୍ଶାଇଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ।

ଅଧିକ ପଢ଼ନ୍ତୁ: ପୁଣି ଫେରିଲା କୋଭିଡ-୧୯, ଚିନ୍ତା ବଢ଼ାଇଲା ନୂଆ ଲହର

କରୋନା ପରେ ଡିପ୍ରେସନ ବୃଦ୍ଧି ପାଇଛି। କେବଳ ଡିପ୍ରେସନ କାରଣରୁ ଆୟୂଷ ୬ ମାସ କମିଯାଉଛି। WHOର କହିବା ଅନୁସାରେ, ଏବେବି ଅନେକ ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ସୁଦୃଢ ନୁହେଁ । ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ବିପୁଳ ଅଭାବ ଏବଂ ଟିକାକରଣ ଓ ନିରାପଦ ପ୍ରସବ ପରି ସେବାରେ ତ୍ରୁଟି ଦେଖାଯାଉଛି।

Advertisment

କ୍ୟାନସର ଓ ମଧୁମେହ ପରି ରୋଗ ଯୋଗୁ ମୃତ୍ୟୁ ବଢୁଛି। ବିଶ୍ୱବ୍ୟାପୀ ଅଧିକାଂଶ ୭୦ ବର୍ଷରୁ କମ୍ ବୟସର ଲୋକଙ୍କ ମୃତ୍ୟୁ ହେଉଛି। ବାୟୁ ପ୍ରଦୂଷଣ ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି। ମାତୃ ଏବଂ ଶିଶୁ ମୃତ୍ୟୁ ହାର ଦ୍ରୁତଗତିରେ ହ୍ରାସ ନ ପାଇବା ଯୋଗୁ ଲକ୍ଷ ଲକ୍ଷ ଜୀବନ ବିପଦରେ ପଡ଼ିଛି। ଏସବୁ ଦିଗକୁ ସତର୍କତାର ସହ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି WHO।

ଅଧିକ ପଢ଼ନ୍ତୁ: ଥଣ୍ଡା ଜିନିଷ ଧରିଲେ ଗରମ୍ ଓ ଗରମ୍ ଜିନିଷ ଧରିଲେ ଲାଗୁଛି ଥଣ୍ଡା, ରୋଗ ଜାଣି ପାରୁନାହାନ୍ତି ଡାକ୍ତର

Advertisment
COVID-19 COVID-19 Vaccine COVID-19 Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ