Advertisment

ସତ ଓଗାଳୁଛନ୍ତି ଆତଙ୍କୀ: ଭୟଙ୍କର ବିସ୍ପୋରଣ ପାଇଁ କରିଥିଲେ ମାଷ୍ଟର ପ୍ଲାନ୍‌

ବିଭିନ୍ନ ରାଜ୍ୟରୁ ୬ ଆତଙ୍କୀ ଧରାପଡ଼ିବା ଘଟଣାରେ ସାମ୍ନାକୁ ଆସିବା ପରେ ,ତାହାକୁ ନେଇ ପୂରା ଦେଶରେ ଏବେ ଜୋରସୋରେ ଚର୍ଚ୍ଚା ଚାଲିଛି। କାରଣ ବାରମ୍ବାର ଦେଶରୁ ଏପରି ଆତଙ୍କୀମାନଙ୍କୁ ଧରାଯାଉଛି ଯେଉଁମାନେ କି ଦେଶରେ ଅଶାନ୍ତି ସୃଷ୍ଟି କରିବା ଏବଂ ବଡ଼ ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ଆସୁଛନ୍ତି। ସେମାନଙ୍କର ଭୟଙ୍କର ଯୋଜନା ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି

author-image
Sarbeswar
ଅଦ୍ୟତନ ହୋଇଛି
ଭାରତରେ ପୁଣି ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି ପାକ୍ ଆତଙ୍କୀ !

terror attack

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରୁ ୬ ଆତଙ୍କୀ ଧରାପଡ଼ିବା ଘଟଣାରେ ସାମ୍ନାକୁ ଆସିବା ପରେ ,ତାହାକୁ ନେଇ ପୂରା ଦେଶରେ ଏବେ ଜୋରସୋରେ ଚର୍ଚ୍ଚା ଚାଲିଛି। କାରଣ ବାରମ୍ବାର ଦେଶରୁ ଏପରି ଆତଙ୍କୀମାନଙ୍କୁ ଧରାଯାଉଛି ଯେଉଁମାନେ କି ଦେଶରେ ଅଶାନ୍ତି ସୃଷ୍ଟି କରିବା ଏବଂ ବଡ଼ ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ଆସୁଛନ୍ତି। ସେମାନଙ୍କର ଭୟଙ୍କର ଯୋଜନା ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି। ବିଭିନ୍ନ ରାଜ୍ୟରେ ପାର୍ବଣ ଋତୁରେ ସିରିଜ୍ ବ୍ଲାଷ୍ଟ୍ ଘଟାଇବା କଥା ଏହି ଆତଙ୍କବାଦୀମାନଙ୍କ ପ୍ଲାନ ଥିଲା ବୋଲି କୁହାଯାଉଛି। କିନ୍ତୁ ଗୁଇନ୍ଦା ସଂସ୍ଥାର ତ୍ୱରିତ ପଦକ୍ଷେପ ଫଳରେ ଏହାକୁ ଏଡ଼ାଇ ଦିଆଯାଇପାରିଛି। ୩ ଦିନ ତଳେ ଦିଲ୍ଲୀ ପୋଲିସ ୬ ଜଣଙ୍କୁ ରିମାଣ୍ଡରେ ନେଇ ଖୋଳତାଡ଼ ଚଲାଇଥିବା ବେଳେ, ସେମାନଙ୍କ ପାକିସ୍ତାନ ଲିଙ୍କ୍ ଓ ଡି-ଗ୍ୟାଙ୍ଗ୍ ଲିଙ୍କ୍ ବି ସ୍ପଷ୍ଟ ହୋଇଛି।

Advertisment

ଆତଙ୍କୀ କରିଥିଲେ ଭୟଙ୍କର ଟେରର୍ ପ୍ଲାନ୍। ପ୍ରସ୍ତୁତ ହୋଇସାରିଥିଲା ବ୍ଲୁ-ପ୍ରିଣ୍ଟ୍। ଆକ୍ଟିଭ୍ ହୋଇସାରିଥିଲେ ସ୍ଲିପର୍ ସେଲ୍ । ଦିଲ୍ଲୀ ଓ ମହାରାଷ୍ଟ୍ର ସହ ମେନ୍ ଟାର୍ଗେଟରେ ଥିଲା ଉତ୍ତରପ୍ରଦେଶ। ଘଟିଥାନ୍ତା ଭୟଙ୍କର ସିରିଜ୍ ବ୍ଲାଷ୍ଟ୍, ଠିକ୍ ୧୯୯୩ ମୁମ୍ବାଇ ବ୍ଲାଷ୍ଟ ଭଳି। ଗୋଟିଏ ଦିନରେ ଏକାଧିକ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ଷଡ଼ଯନ୍ତ୍ର କରିଥିଲା ଦାଉଦ୍। ପାକିସ୍ତାନରୁ ଭାରତକୁ ଡ୍ରୋନରେ ଆସିଥିଲା RDX। ଆଉ ଘଟଣାର ମାଷ୍ଟରମାଇଣ୍ଡ ଥିଲା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ୬ ଆତଙ୍କୀଙ୍କୁ ୧୪ ଦିନିଆ ରିମାଣ୍ଡରେ ଗତ ୨ ଦିନ ତଳୁ ନେଇଥିଲେ। ତେବେ ଏବେ ଧୀରେ ଧୀରେ ଏହି ମାମଲାର ସତ ସାମ୍ନାକୁ ଆସିବାରେ ଲାଗିଛି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ବଣ ବେଳେ ବଡ଼ ଧମାକା କରିବାକୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିସାରିଥିଲେ ଏହି ଆତଙ୍କୀମାନେ । ଏକାଧିକ ଟାର୍ଗେଟେଡ୍ କିଲିଂ ଏବଂ ସିରିଜ୍ IED ବ୍ଲାଷ୍ଟର ଯୋଜନା ଥିଲା। ବିଶେଷ କରି ନବରାତ୍ର ଓ ରାମଲୀଳା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରାଯାଇଥାନ୍ତା। ସେମାନଙ୍କ ଠାରୁ ଦେଢ଼ କେଜି RDX ଜବତ ହେବା ପରେ ଏହି ଷଡ଼ଯନ୍ତ୍ର ଯେ କେତେ ଭୟଙ୍କର ରୂପ ନେଇଥାନ୍ତା, ତାହା ସ୍ପଷ୍ଟ ହୋଇଛି।

Advertisment

ଦିଲ୍ଲୀ, ୟୁପି ଓ ମହାରାଷ୍ଟ୍ରରେ ଚଢ଼ାଉ ବେଳେ ଧରାପଡ଼ିଥିବା ୬ ଆତଙ୍କୀ ହେଲେ ମହମ୍ମଦ ଶେଖ୍ ଓରଫ୍ ସମୀର କାଲିୟା, ଓସାମା ଓରଫ୍ ସାମି, ମୁଲଚାନ୍ଦ ଓରଫ୍ ସାଜୁ ଓରଫ୍ ଲାଲା, ମହମ୍ମଦ ଅବୁ ବକର, ଜିସାନ କମାର ଓ ଆମିର ଜାଭେଦ କୁହାଯାଉଛି ଯେ, ଓସାମା ଓ ଜିସାନ ପାକିସ୍ତାନରୁ ଟ୍ରେନିଂ ନେଇଛନ୍ତି। ISI ସେମାନଙ୍କୁ ଟ୍ରେନିଂ ଦେଇଛି। ସେମାନେ ଦିଲ୍ଲୀ ଓ ୟୁପିରେ IED ଖଞ୍ଜିବାକୁ ରେକି କରିବା ପାଇଁ ଆସିଥିଲେ। ମହମ୍ମଦ ଶେଖ୍ ଓରଫ୍ ସମୀର କାଲିୟାର ଅଣ୍ଡର୍ଓ୍ୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କନେକ୍ସନ ଥିବା ମଧ୍ୟ ସାମ୍ନାକୁ ଆସିଛି। ସେ ଦାଉଦ୍ର ଭାଇ ଅନିସ୍ ଇବ୍ରାହିମର ଘନିଷ୍ଠ ବୋଲି କୁହାଯାଉଛି । ଅନିସ୍ ହିଁ ସମୀର କାଲିୟାକୁ ୧୯୯୩ ମୁମ୍ବାଇ ସିରିଜ୍ ବ୍ଲାଷ୍ଟ୍ ଭଳି କାଣ୍ଡ ଭିଆଇବାକୁ ଫୋନରେ ନିର୍ଦ୍ଦେଶ ଦେଇଥିଲା ବୋଲି ଶୁଣିବାକୁ ମିଳୁଛି ...

କେବଳ ଏହି ୬ ଜଣ ନୁହେଁ, ଦିଲ୍ଲୀ ପୋଲିସ ଓ ୟୁପି ଏଟିଏସ୍ ଆଉ ୩ ଜଣଙ୍କୁ ଏହି ଆତଙ୍କୀ ଷଡ଼ଯନ୍ତ୍ର ଲିଙ୍କରେ ଗିରଫ କରିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏନେଇ ଆଜି ପୋଲିସ ପ୍ରେସମିଟ୍‌ କରି ବଡ଼ ସୂଚନା ଦେଇପାରେ। ହେଲେ କେବଳ ଏମାନେ ନା ଘଟଣା ପଛରେ ଆଉ କେଉଁମାନେ ଅଛନ୍ତି ସେନେଇ ଅଧିକ ଖୋଳତାଡ଼ ହେଉଥିବା ସୂଚନା ମିଳିଛି।

India News Delhi Terror Activities UP
Advertisment
Advertisment