Advertisment

ରାଜନୀତିରେ Noob କିଏ ? ଗେମର୍ସଙ୍କ ସହ ଆଲୋଚନା ବେଳେ ମୋଦି ଦେଲେ ଉତ୍ତର

ମୋଦି ଗେମର୍ସଙ୍କୁ କହିଛନ୍ତି ଯେ, ମୁଁ ନିର୍ବାଚନ ବେଳେ ଯଦି ଏହି ଶବ୍ଦ ବ୍ୟବହାର କରେ, ତେବେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ମୁଁ କାହାକୁ କହୁଛି।

author-image
Manoranjan Behera
PM Modi

PM Modi

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଦେଶର ସବୁ ବଡ଼ ବଡ଼ ଗେମ୍ ଆପ୍‌ର ସିଇଓ। ଆଗାମୀ ଦିନରେ ଏହି ଗେମ୍ ଇଣ୍ଡଷ୍ଟ୍ରିର ଭବିଷ୍ୟତ ନେଇ ଆଲୋଚନା ହୋଇଛି। ଦିନକୁ ଦିନ ଗେମ୍ ଆପ୍‌ର ଚାହିଦା ବଢୁଛି। ବିଶେଷ କରି ଫୋର୍ ଜି ଆସିବା ପରେ ମୋବାଇଲରେ ଏହା ଉପଲବ୍ଧ ହେବା ଦ୍ୱାରା ଏହାର ଚାହିଦା ବଢିଛି।

Advertisment

ଗେମିଂରେ କ୍ୟାରିୟର, ବ୍ୟବସାୟ, ରୋଜଗାର ଆଦି ପ୍ରସଙ୍ଗରେ ମୋଦି ଗେମିଂ ଆପ୍ ସିଇଓଙ୍କୁ ପଚାରି ବୁଝିଥିଲେ। ଏହା ସହିତ ଗେମିଂର ନକରାତ୍ମକ ନିଶାକୁ କିପରି ଦୂର କରାଯାଇପାରିବ, ତାହା ଆଲୋଚନା ହୋଇଛି। ଯେଉଁ ଗେମିଂ ଆପ୍ ସିଇଓମାନେ ମୋଦିଙ୍କୁ ଭେଟିଥିଲେ, ସେମାନେ ହେଲେ ନମନ ମାଥୁର, ଅନିମେଶ ଅଗ୍ରୱାଲ, ମିଥିଲେଶ ପଟନକର, ପାୟଲ ଧରେ, ତୀର୍ଥ ମେହତା ଓ ଅଂଶୁ ବିଷ୍ଟ।

ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ସହ ଭର୍ଚ୍ଚୁଆଲ ମୋଡରେ ସେମାନଙ୍କର ବଡ ଭୂମିକା ଥିବା କହିଲେ ମୋଦି। ଏହି ସାକ୍ଷାତ ପରେ ନିର୍ବାଚନ ପ୍ରଚାର ପାଇଁ ଗେମର୍ସଙ୍କ ସହାୟତା ନେବା ନେଇ ଚର୍ଚ୍ଚା ହେଉଛି। ତେବେ ଏହି ଅବସରରେ ମୋଦି ଗେମିଙ୍ଗ ଶବ୍ଦ Noob ର ବ୍ୟବହାର କରିଥିଲେ। ନାଁ ନ ନେଇ ବିରୋଧିଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା। Noob ର ମାନେ ହେଉଛି, କୌଣସି ବ୍ୟକ୍ତି ଏକ ଗେମ୍‌କୁ ନୂଆ କରି ଖେଳୁଛନ୍ତି ନଚେତ ତାଙ୍କ ଭିତରେ ଗେମିଙ୍ଗକୁ ନେଇ ସେତିକି ପାରଦର୍ଶିତା ନାହିଁ।

Advertisment

ମୋଦି ଗେମର୍ସଙ୍କୁ କହିଛନ୍ତି ଯେ, ମୁଁ ନିର୍ବାଚନ ବେଳେ ଯଦି ଏହି ଶବ୍ଦ ବ୍ୟବହାର କରେ, ତେବେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ମୁଁ କାହାକୁ କହୁଛି। ମୋଦିଙ୍କ ଏହି କଥା ଶୁଣିବା ପରେ ସମସ୍ତେ ହସିବାକୁ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

PM Modi Online Gamers
Advertisment
Advertisment