Advertisment

ମନୁ ମାନେସର୍ କିଏ ? ନୁହ ହିଂସାର ଭିଲେନ୍‌ କୁହାଯାଉଥିବା ଚେହେରା

ଏହି ହିଂସାକାଣ୍ଡ ପଛରେ ରହିଛି କି କୌଣସି ଷଡ଼ଯନ୍ତ୍ର? ଅଚାନକ୍ ଉତ୍ତେଜନା ସୃଷ୍ଟି ପଛର କାରଣ କଣ?

ଅଦ୍ୟତନ ହୋଇଛି
Haryana Nuh Violence: Who Is Monu Manesar

Haryana communal clashes

Advertisment

କାହିଁକି ଜଳିଲା ହରିୟାଣାର ନୁହ? କେମିତି ହେଲା ହିଂସାର ସୂତ୍ରପାତ? ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ଧାର୍ମିକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ତେବେ ଏହାକୁ ଅଟକାଇବାକୁ ପଥରମାଡ଼ କରିଥିଲେ ଉପଦ୍ରବକାରୀ । ଧୀରେଧୀରେ ଏହି ଉତ୍ତେଜନା ହିଂସାର ରୂପ ନେଇଥିଲା । ସେମାନେ ଶୋଭାଯାତ୍ରାକାରୀଙ୍କ ଉପରକୁ ପଥର ଫୋପାଡିବା ସହିତ, ଘଟଣାସ୍ଥଳରେ ଥିବା କିଛି କାର ଭଙ୍ଗାରୁଜା କରିବା ସହିତ ସେଥିରେ ନିଆଁ ଲଗାଇ ଦେଇଥିଲେ ।

Advertisment

ଗୁରୁଗ୍ରାମ -ଅଲୱାର ଜାତୀୟ ରାଜପଥରେ ହିଂସାର ତାଣ୍ଡବଲୀଲା ଦେଖିବାକୁ ମିଳିଥିଲା । ରାସ୍ତାରେ ଯାଉଥିବା ପ୍ରାୟ ୮୦ ଗାଡ଼ି ଏହାର ଶିକାର ହୋଇଥିଲା । ନୁହ୍‌ରେ ସୋମବାର ହୋଇଥିବା ଦଙ୍ଗାରେ ୬ ଜଣଙ୍କ ଜୀବନ ମଧ୍ୟ ଯାଇଛି। ଧୀରେ ଧୀରେ ଏହି ହିଂସା ଉଗ୍ରରୂପ ନେଇ ଗୋଟିକ ପରେ ଗୋଟିଏ ସ୍ଥାନକୁ ବ୍ୟାପିଯାଇଥିଲା । ସନ୍ଧ୍ୟାବେଳକୁ ଗୁରୁଗ୍ରାମ-ସୋହନା ରାଜପଥରେ ହିଂସା ଦେଖିବାକୁ ମିଳିଥିଲା । ପୋଲିସକୁ ଟର୍ଗେଟ କରି ଲୋକମାନେ ଆକ୍ରମଣ କରିଥିଲେ । ନୁହକୁ ଶୋଭାଯାତ୍ରାରେ ଭାଗନେବାକୁ ଆସିଥିବା ପ୍ରାୟ ୨୫ଶହରୁ ଅଧିକ ଲୋକ ଗୋଟିଏ ମନ୍ଦିର ଭିତରେ ଜୀବନ ବିକଳରେ ଫସି ରହିଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲା।

ସେପଟେ ଗୁରୁଗ୍ରାମ ଅଂଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକପୀଠ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ ନୁହ୍ ସ୍ଥିତ ସାଇବର୍ ଥାନା ବି ଆକ୍ରମଣର ଶିକାର ହୋଇଛି । ଅସାମାଜିକ ତତ୍ୱ ଏକ ବସ୍ ଲୁଟ୍ କରିବା ସହିତ ଥାନା ପାଚେରି ଭାଙ୍ଗି ପୋଲିସ ଗାଡ଼ିକୁ ଜାଣିଦେଇଛନ୍ତି । ଘଟଣାସ୍ଥଳରେ ସିସିଟିଭି ଫୁଟେଜ ଦେଖି ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି ।...

Advertisment

ହରିୟାଣା ନୁହ୍ ହିଂସାକାଣ୍ଡ ସହିତ ସାମ୍ନାକୁ ଆସିଛି ମନୁ ମାନେସର୍(Monu Manesar) ଲିଙ୍କ୍ । ଭିୱାନୀରେ ୨ ଜଣଙ୍କୁ ପୋଡ଼ି ମାରିଦେବା ଘଟଣାର ଏହି ଅଭିଯୁକ୍ତ ଗତକାଲିର ଶୋଭାଯାତ୍ରାରେ ଭାଗ ନେଉଛି ବୋଲି ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା । ଏହାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଶୋଭାଯାତ୍ରା ବେଳେ ଉତ୍ତେଜନା ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ପରିସ୍ଥିତିକୁ ଦେଖି ପୋଲିସ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀର ମୁରବୀମାନଙ୍କୁ ନେଇ ଘନ ଘନ ବୈଠକ ହେଉଛି । ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରିନ୍ତି । ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିବା ସହିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାଇ ଦେଇଛନ୍ତି । ସ୍ୱତଃପ୍ରବୃତ୍ତ ନୁହେଁ, ହିଂସା ଭିଆଇବା ପାଇଁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହାତ ଥିବା ସେ ସନ୍ଦେହ କରିଛନ୍ତି । ରାଜ୍ୟ ଓ ଦେଶର ଶାନ୍ତିକୁ ଭଙ୍ଗ କରିବାକୁ ଏଭଳି ହୀନ ଉଦ୍ୟମ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।...

ନୁହ୍ ହିଂସାକାଣ୍ଡ ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନୀଲ ଭିଜ୍ । ବର୍ଷ ବର୍ଷ ଧରି ସମ୍ପୃକ୍ତ ଅଞ୍ଚଳରେ ଉଭୟ ସମୁଦାୟ ଶାନ୍ତିର ସହ ବସବାସ କରୁଥିବା ବେଳେ, ହଠାତ୍ ଆପେ ଆପେ କେମିତି ଉତ୍ତେଜନା ସୃଷ୍ଟି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ହରିୟାଣାର ବିଜେପି-ଜେଜେପି ସରକାରକୁ ଟାର୍ଗେଟ୍ କରିଛି ବିରୋଧୀ କଂଗ୍ରେସ ।...

Advertisment

ଏହି ହିଂସାକାଣ୍ଡ ପଛରେ ରହିଛି କି କୌଣସି ଷଡ଼ଯନ୍ତ୍ର? ଅଚାନକ୍ ଉତ୍ତେଜନା ସୃଷ୍ଟି ପଛର କାରଣ କଣ? ହରିୟାଣା ମନ୍ତ୍ରୀ ଏଭଳି ଘଟଣା ପଛରେ ଚକ୍ରାନ୍ତ ଥିବାଅଭିଯୋଗ କରିଥିବା ବେଳେ, ଘଟଣାକୁ ନେଇ ରାଜନୀତି ବି ତେଜିଛି ।...

Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ