Advertisment

କିଏ ଏହି ବାଂଶୁରୀ ସ୍ୱରାଜ, ଯାହାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ବଦଳରେ ପ୍ରାର୍ଥୀ କରିଛି ବିଜେପି

ବାଂଶୁରୀ ସ୍ୱରାଜ ୧୯୮୨ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବାଂଶୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱଗର୍ତ ସୁଷମା ସ୍ୱରାଜଙ୍କ ଝିଅ।

author-image
Santosh Kumar Sahoo
Bansuri Swaraj

Bansuri Swaraj

୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦଳ ଦିଲ୍ଲୀରେ ମୋଟ୍‌ ୬ଟି ଆସନରୁ ୫ଟି ଆସନରେ ଟିକେଟ୍‌ ଘୋଷଣା କରିଛି। ତେବେ ଏହି ୫ ପ୍ରାର୍ଥୀଙ୍କ ମଧ୍ୟରୁ ବାଂଶୁରୀ ସ୍ୱରାଜଙ୍କ ନାଁ ଅଧିକ ଚର୍ଚ୍ଚା ହେଉଛି। କାହିଁକି ନା ନୂଆ ଦିଲ୍ଲୀ ଆସନରୁ ବିଜେପି ବାଂଶୁରୀଙ୍କୁ ପ୍ରାର୍ଥୀ କରିଛି। ଯେଉଁ ଆସନରେ ଏବେ ସାଂସଦ ଅଛନ୍ତି କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ। ତେବେ ମୀନାକ୍ଷୀଙ୍କ ବଦଳରେ ବାଂଶୁରୀଙ୍କ ଟିକେଟ୍‌ ଦେବା ପରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କିଏ ଏହି ବାଂଶୁରୀ ସ୍ୱରାଜ ?

Advertisment

ବାଂଶୁରୀ ସ୍ୱରାଜ ୧୯୮୨ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବାଂଶୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱଗର୍ତ ସୁଷମା ସ୍ୱରାଜଙ୍କ ଝିଅ। ତାଙ୍କ ମାଙ୍କ ପରି ବାଂଶୁରୀ ମଧ୍ୟ ବିଜେପି ପାଇଁ ଜଣେ ସକ୍ରିୟ କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି। ରାଜନୀତିରେ ସକ୍ରିୟ ରହିବା ବ୍ୟତୀତ ବାଂଶୁରୀ ପେଶାରେ ଜଣେ ଆଇନଜୀବୀ। ସେ ସୁପ୍ରିମକୋର୍ଟର ଓକିଲ ଭାବେ ଅନେକ ବଡ଼ ବଡ଼ ମାମଲାରେ କାର୍ଯ୍ୟ କରିଛନ୍ତି।

ବଂଶୁରୀ ସ୍ୱରାଜ ଲଣ୍ଡନରୁ ଅଧ୍ୟୟନ କରିଛନ୍ତି। ୱାର୍ଇକ୍ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ ଲଣ୍ଡନର ବିପିପି ଲ’ ସ୍କୁଲରୁ ଆଇନ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ସେଠାରେ ଆଇନରେ ଡିଗ୍ରୀ ହାସଲ କରିବା ପରେ ଭାରତ ଫେରି ଅଭ୍ୟାସ ଆରମ୍ଭ କରିଥିଲେ। ବାଂଶୁରୀ ୨୦୦୭ରେ ଦିଲ୍ଲୀ ବାର୍ କାଉନସିଲରେ ନିଜର ପଞ୍ଜୀକୃତ କରିଥିଲେ, ଏହା ପରେ ସେ ଅଭ୍ୟାସ କରିବାକୁ ସୁପ୍ରିମକୋର୍ଟକୁ ଯାଇଥିଲେ। ଗତ ୧୭ ବର୍ଷ ଧରି ସେ ଆଇନଜୀବୀ ଭାବରେ କାର୍ଯ୍ୟ କରୁଛନ୍ତି।

Advertisment

ବିଜେପିର ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଥିବା ବାଂଶୁରୀ, ଦିଲ୍ଲୀ ପ୍ରଦେଶ ବିଜେପିର ଆଇନ ସେଲରେ ସହ ସଂଯୋଜକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ବାଂଶୁରୀଙ୍କୁ ଟିକେଟ୍‌ ଦେବା ପାଇଁ ଆଲୋଚନା ହୋଇଥିଲା। କୁହାଯାଉଥିଲା କି ସୁଷମା ସ୍ୱରାଜଙ୍କ ଦେହାନ୍ତ ପରେ ବାଂଶୁରୀଙ୍କୁ ଲୋକଙ୍କ ସହାନୁଭୂତି ମିଳିବ। କିନ୍ତୁ କୌଣସି କାରଣ ପାଇଁ ସେତେବେଳେ ତାଙ୍କୁ ଟିକେଟ୍‌ ଦିଆଯାଇନଥିଲା।

ବାଂଶୁରୀ ସ୍ୱରାଜ ସୋସିଆଲ ମିଡିଆରେ ମହିଳା ସଶକ୍ତିକରଣ ଏବଂ ସାମାଜିକ ନ୍ୟାୟର ଜଣେ ଦୃଢ଼ ସମର୍ଥକ ଭାବମୂର୍ତ୍ତିକୁ ବଜାୟ ରଖିଛନ୍ତି। ତେବେ ତାଙ୍କ ମା’ ସୁଷମା ସ୍ୱରାଜଙ୍କ ମୃତ୍ୟୁ ସମୟରେ ମଧ୍ୟ ବାଂଶୁରୀ ଚର୍ଚ୍ଚାକୁ ଆସିଥିଲେ। ୨୦୧୯ରେ ସୁଷମା ସ୍ୱରାଜଙ୍କ ଦେହାନ୍ତ ପରେ ସେ ହିଁ ତାଙ୍କର ଅନ୍ତିମ ସଂସ୍କାରର ସମସ୍ତ ରୀତିନୀତି ସମ୍ପନ୍ନ କରିଥିଲେ।

Sushma Swaraj Lok Sabha Election New Delhi BJP General Elections 2024
Advertisment
Advertisment