Advertisment

ହ୍ୱାଟସ୍‌ଆପ୍‌ ଓ ଟେଲିଗ୍ରାମ୍‌ ବ୍ୟବହାର ବେଳେ ସାବଧାନ ! ସତର୍କ କରାଇଲେ ସରକାର

ହ୍ୱାଟସ୍‌ଆପ୍‌ ଓ ଟେଲିଗ୍ରାମ୍‌ ବ୍ୟବହାରକୁ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସରକାରୀ କର୍ମଚାରୀଙ୍କୁ ଗୁପ୍ତ ତଥ୍ୟ ବାଣ୍ଟିବା ପାଇଁ ସୋସିଆଲ୍ ମିଡିଆ ଆପ୍ ବ୍ୟବହାର ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Whatsapp and telegram not use for this purpose check here govt guidelines

Whatsapp and telegram not use for this purpose check here govt guidelines

ହ୍ୱାଟସ୍‌ଆପ୍‌ ଓ ଟେଲିଗ୍ରାମ୍‌ ବ୍ୟବହାରକୁ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ହ୍ୱାଟସ୍‌ଆପ୍‌ ଓ ଟେଲିଗ୍ରାମ୍‌ ପରି ସୋସିଆଲ୍ ମିଡିଆ ଆପରେ କୌଣସି ଗୁପ୍ତ ତଥ୍ୟ କିମ୍ବା କାଗଜପତ୍ର ବାଣ୍ଟିବା ପାଇଁ ସୁରକ୍ଷିତ ରହିବ ନାହିଁ ବୋଲି ସରକାର ବିଭିନ୍ନ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି। ଏମିତିକି ସରକାରୀ କର୍ମଚାରୀଙ୍କୁ ଗୁପ୍ତ ତଥ୍ୟ ବାଣ୍ଟିବା ପାଇଁ ସୋସିଆଲ୍ ମିଡିଆ ଆପ୍ ବ୍ୟବହାର ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସୂଚନା ଅନୁସାରେ, ଏହି ସମସ୍ତ ଆପ୍‌ର ସର୍ଭରଗୁଡ଼ିକ ବିଶ୍ୱର ବିଭିନ୍ନ କମ୍ପାନୀର ମାଲିକାନା ଅଧିନରେ ରହିଛି । ଯାହା ଫଳରେ କୌଣସି ଗୁପ୍ତ ତଥ୍ୟ ଗୁଡିକର ଭାରତ ବିରୋଧୀ ବାହିନୀ ଦ୍ୱାରା ଅପବ୍ୟବହାର ହୋଇପାରେ । ତେଣୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିର୍ଦ୍ଦେଶାବଳୀ ଆମାଜନ ଆଲେକ୍ସା (Amazon Alexa), ଆପଲ୍ ହୋମପୋଡ୍ (Apple HomePod), ଗୁଗୁଲ୍ ମିଟ୍ (Google Meet), ଜୁମ୍ (Zoom ) ଏବଂ ଅନ୍ୟାନ୍ୟ ଆପ୍‌ ମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ କରାଯାଇଛି ।

ହ୍ୱାଟସ୍‌ଆପ୍‌ ଓ ଟେଲିଗ୍ରାମ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ଆପ୍ ପାଇଁ ବିଦ୍ୟମାନ ସିଷ୍ଟମରେ ଥିବା ତ୍ରୁଟିଗୁଡ଼ିକୁ ବିଶ୍ଳେଷଣ କରିବା ପରେ ଏହି ନିର୍ଦ୍ଦେଶ ନିଆଯାଇଛି । ଦେଶବ୍ୟାପୀ ନିୟମର ବାରମ୍ବାର ଉଲ୍ଲଂଘନ ତଥା କୌଣସି ପ୍ରାଇଭେଟ୍ ଡାଟାବେସ୍ ଲିକ୍ ନହେବା ପାଇଁ ସଂଶୋଧିତ କମ୍ୟୁନିକେସନ୍‌ ଆଡ୍‌ଭାଇଜର୍‌ କେନ୍ଦ୍ର ଜାରି କରାଯାଇଛି ।

Advertisment

ଏହିପରି ଉଲ୍ଲଂଘନକୁ ରୋକିବା ପାଇଁ ତତ୍‌କାଳୀନ ପଦକ୍ଷେପ ନିଆଯିବା ନେଇ ସୀମିତ ଯୋଗାଯୋଗରେ ସୁରକ୍ଷା ବୀମା ନୀତି ଏବଂ ପରାମର୍ଶକୁ ଯତ୍ନର ସହ ଅନୁସରଣ କରିବାକୁ ସମସ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶନାମାରେ ଅନୁଯାୟୀ, ୱର୍କ ଫର୍ମ ହୋମ୍‌ରେ କାମ କରୁତିବା କର୍ମଚାରୀମାନେ ହ୍ୱାଟସ୍‌ଆପ୍‌ ଓ ଟେଲିଗ୍ରାମ୍‌ ଭଳି ଆପ୍‌ମାନଙ୍କରେ ଜରୁରୀ ତଥ୍ୟ ସେୟାର ନ କରିବାକୁ ନୂତନ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି । ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (NIC) ଭର୍ଚୁଆଲ୍ ପ୍ରାଇଭେଟ ନେଟୱର୍କ ମାଧ୍ୟମରେ ରେଜିଷ୍ଟର ମେଥଡ୍‌ କେବଳ କାର୍ଯ୍ୟାଳୟ ସ ହ ସମ୍ୱନ୍ଧିତ ରହିବା ଆବଶ୍ୟକ ।

WhatsApp Telegram WhatsApp Telegram Use
Advertisment
Advertisment