Advertisment

Pahalgam Attack: ପହଲଗାମ ଆତଙ୍କୀଙ୍କୁ ନେଇ ଆସିଲା ବଡ଼ ସୁରାକ, NIAକୁ ମିଳିଲା ଡିଜିଟାଲ ଫୁଟପ୍ରିଣ୍ଟ

ଏନଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆତଙ୍କବାଦୀ ମାନେ ପାକିସ୍ତାନର ଆବୋଟ୍ଟାବାଦରୁ ମୁଜାଫରାବାଦ ଦେଇ ଭାରତକୁ ପ୍ରବେଶ କରିଥିଲେ। ସେହିପରି ପୁଞ୍ଚ-ରଜୌରୀ ସେକ୍ଟରରେ ଏହି ଆତଙ୍କୀ ମାନେ ଭାରତରେ ପ୍ରବେଶ କରିଥିଲେ। ସେହିପରି ଏହି ଆତଙ୍କୀ ମାନେ ବିଭିନ୍ନ ପ୍ରକାରର ମାର୍ସିଆଲ ଆର୍ଟସ ଓ କମ୍ବାଟରେ ମାହିର ଥିଲେ ବୋଲି କୁହାଯାଇଛି।

ଅଦ୍ୟତନ ହୋଇଛି
pahalgam

pahalgam

Advertisment

ପହଲଗାମ ଆତଙ୍କୀ ହମଲାକୁ ନେଇ ଆସିଛି ବଡ ଅପଡେଟ। ଆତଙ୍କବାଦୀ ମାନେ କେଉଁ ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିଲେ ଏହାର ଡିଜିଟାଲ ଫୁଟ ପ୍ରିଣ୍ଟ ମିଳିଛି। ଏହି ଆତଙ୍କୀ ମାନେ କେଉଁ ରାସ୍ତା ଦେଇ ଭାରତକୁ ପ୍ରବେଶ କରିଥିଲେ ଏହା ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ତଦନ୍ତ ଜାରି ରହିଛି। ଏନଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆତଙ୍କବାଦୀ ମାନେ ପାକିସ୍ତାନର ଆବୋଟ୍ଟାବାଦରୁ ମୁଜାଫରାବାଦ ଦେଇ ଭାରତକୁ ପ୍ରବେଶ କରିଥିଲେ। ସେହିପରି ପୁଞ୍ଚ-ରଜୌରୀ ସେକ୍ଟରରେ ଏହି ଆତଙ୍କୀ ମାନେ ଭାରତରେ ପ୍ରବେଶ କରିଥିଲେ। ସେହିପରି ଏହି ଆତଙ୍କୀ ମାନେ ବିଭିନ୍ନ ପ୍ରକାରର ମାର୍ସିଆଲ ଆର୍ଟସ ଓ କମ୍ବାଟରେ ମାହିର ଥିଲେ ବୋଲି କୁହାଯାଇଛି।

Advertisment

ଅଧିକ ପଢନ୍ତୁ: ପହଲଗାମ ଆକ୍ରମଣ ଘଟଣାରେ ୨ ଗିରଫ, ଆତଙ୍କୀକୁ ରହିବାକୁ ଓ ଖାଇବାକୁ ଦେଇଥିଲେ ଏମାନେ...

ଏନଆଇଏ ସୂଚନା ଅନୁସାରେ ଗିରଫ ହୋଇଥିବା ଆତଙ୍କବାଦୀ ମାନେ ପାକିସ୍ତାନର ବୋଲି ସ୍ପଷ୍ଟ ହୋଇଛି। ତେବେ ପ୍ରଥମରୁ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଦିଆଯାଇଥିବା ସ୍କେଚ ଭୁଲ ଥିଲା ବୋଲି ଶନିବାର ଏନଆଇଏ ପକ୍ଷରୁ କୁହାଯାଇଛି। ପହଲଗାମ୍ ଆତଙ୍କୀ ହମଲା ଲିଙ୍କରେ ଥିବା ୨ଜଣଙ୍କୁ ଶନିବାର ଗିରଫ କରାଯାଇଥିଲା। ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ କରାଯାଇଥିଲା। ବାରକୋଟର ପରଭେଜ୍ ଅହମ୍ମଦ ଓ ପହଲଗାମ୍‌ର ବସିର ଅହମ୍ମଦ ଗିରଫ ହୋଇଥିବା ସୂଚନା ମିଳିଛି । ସେପଟେ ୩ ଆତଙ୍କବାଦୀଙ୍କ ପରିଚୟ ଦେଇଛନ୍ତି ଗିରଫ ହୋଇଥିବା ୨ ଅଭିଯୁକ୍ତ । ୨ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଥିବା ବେଳେ ପଚରାଉଚୁରାରୁ ମିଳିଥିବା ତଥ୍ୟ ଅନୁସାରେ ଭୁଲ ସ୍କେଚ କଥା ସ୍ପଷ୍ଟ ହୋଇଛି। ୨୨ରେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଏବଂ ଲସ୍କର-ଏ-ତୋଇବା ସହିତ ଜଡିତ ବୋଲି ଜାଣିବାକୁ ପାଇଛି NIA ।

Advertisment

ପାକିସ୍ତାନର ସୁଲେମାନ ନାମକ ଜଣେ ବ୍ୟକ୍ତି ଏହି ଆକ୍ରମଣରେ ସମ୍ପୃକ୍ତ ଥିଲେ। ଆତଙ୍କୀ ମାନେ ବିଭିନ୍ନ ପ୍ରକାର ସାମରିକ କୌଶଳ ଓ ମାର୍ସିଆଲ ଆର୍ଟ୍ସରେ ପ୍ରଶିକ୍ଷଣ ନେଇଥିଲେ ବୋଲି କୁହାଯାଇଛି। ଆତଙ୍କୀ ମାନେ ପାହାଡ ରାସ୍ତା ବ୍ୟବହାର କରିଥିଲେ। ଏହା ଦ୍ବାରା ରାସ୍ତାର ଦୈର୍ଘ୍ୟ ପ୍ରାୟ ୬୦-୭୦ ପ୍ରତିଶତ ହ୍ରାସ ପାଇଥିଲା।

ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାଣିବାକୁ ପାଇଛି ଯେ, ପରଭେଜ୍ ଓ ବସିର୍ ପହଲଗାମରେ ଏକ ଅସ୍ଥାୟୀ କୁଟୀର ତିଆରି କରିଥିଲେ । ଯେଉଁଥିରେ ସେ ଏହି ୩ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ । ସେମାନଙ୍କ ଖାଇବା ପିଇବା ଆଦିର ବନ୍ଦୋବସ୍ତ ମଧ୍ୟ କରିଥିଲେ । ପହଲଗାମ ଆକ୍ରମଣ ପୂର୍ବରୁ ଆତଙ୍କୀମାନେ ପରଭେଜ୍ ଓ ବସିରଙ୍କ ଘରେ ରହିଥିଲେ । ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ବୈସରନ ଭେଲ୍ଲିରେ ଘଟିଥିବା ନାରକୀୟକାଣ୍ଡରେ ୨୬ ଜଣ ନୀରିହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ସେବେଠାରୁ, ଉପତ୍ୟକାରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Advertisment

ଅଧିକ ପଢନ୍ତୁ: ପହଲଗାମ ନରସଂହାରକୁ ମାସେ; ଏବେ ବି ପୂରା ହୋଇନି ପ୍ରତିଶୋଧ...

NIA Terrorist Outfit Terrorism Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ