ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନାଡାଙ୍କୁ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ । ଦୁଇ ନେତାଙ୍କ ଏହି ବୈଠକକୁ ନେଇ ରାଜନୈତିକ କଳ୍ପନାଜଳ୍ପନା କରାଯାଉଛି ଯେ, ଚୌହାନ ଦଳର ହାଇକମାଣ୍ଡଙ୍କ ଉପରେ ରାଗିଛନ୍ତି । ରାଜ୍ୟରେ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ପରେ ବିଜେପି ଶିବରାଜ ସିଂ ଚୌହାନଙ୍କୁ ଏହି ପଦରୁ ହଟାଇ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଛି ।
Also Read
ସିଏମ ପଦରୁ ହଟାଯିବା ପରେ ଦାବି ହେଉଛି ଯେ ଚୌହାନ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଉପରେ ଅଭିମାନ କରିଛନ୍ତି । କାରଣ, ସେ ୧୭ ଡିସେମ୍ବରରେ ବରିଷ୍ଠ ନେତାଙ୍କ ବୈଠକରେ ଯୋଗ ଦେଇନଥିଲେ । ଏହି ସମୟରେ, ଦିଲ୍ଲୀରେ ଜେପି ନାଡାଙ୍କ ସହ ତାଙ୍କର ସାକ୍ଷାତ, ତାଙ୍କ ରାଜନତୈକ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।
ଦିଲ୍ଲୀରେ ବିଜେପି ମୁଖ୍ୟ ଜେପି ନାଡାଙ୍କୁ ଭେଟିବା ପରେ ଶିବରାଜ ସିଂ ଚୌହାନ କହିଛନ୍ତି, "ଦଳର କର୍ମୀ ଭାବରେ, ଦଳ ମୋ ପାଇଁ ଯେଉଁ ନିଷ୍ପତ୍ତି ନିଅନ୍ତି, ମୁଁ ତାକୁ ମାନିବି। ଦଳ ଯାହା ନିଷ୍ପତ୍ତି ନେବେ, ମୁଁ କରିବି।"
ପୂର୍ବତନ ସିଏମ୍ କହିଛନ୍ତି, "ରାଜ୍ୟ ବିଧାନସଭା ଦଳର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ। ମୋ ପାଇଁ ସେଠାରେ ରହିବା ନିହାତି ଆବଶ୍ୟକ। ତେଣୁ ମୁଁ ଆଜି ଫେରିଯାଉଛି।" ସେ କହିଛନ୍ତି ଯେ ନଡ୍ଡାଙ୍କ ସହ ଏହି ବୈଠକରେ ଦେଶର ଉନ୍ନତି, ଜନକଲ୍ୟାଣ ଏବଂ ଜନସେବା ସହ ଜଡିତ ବିଷୟରେ ଆଲୋଚନା ହୋଇଛି । ଆମ ସମସ୍ତ ବିଜେପି କର୍ମୀ 'ସେବା ହିଁ ସଂକଳ୍ପ' ଲକ୍ଷ୍ୟ ପାଇଁ ଉତ୍ସର୍ଗୀକୃତ ।
ଯେତେବେଳେ ସାମ୍ବାଦିକମାନେ ଚୌହାନଙ୍କୁ ପଚାରିଲେ ସେ କଣ ଚାହୁଁଛନ୍ତି ? ସେତେବେଳେ ଚୌହାନ ହସି ହସି କହିଲେ, "ମୁଁ କେବେ ବି ନିଜ ବିଷୟରେ ଚିନ୍ତା କରେ ନାହିଁ । ଯିଏ ନିଜ ବିଷୟରେ ଚିନ୍ତା କରେ ସେ ମଣିଷ ନୁହେଁ। ଯେତେବେଳେ ଏକ ବଡ ମିଶନ ପାଇଁ କାମ କରାଯାଏ, ସେତେବେଳେ ପାର୍ଟି ହିଁ ସ୍ଥିର କରେ କିଏ କେଉଁଠାରେ କାମ କରିବ।"
आज राष्ट्रीय अध्यक्ष, माननीय श्री @JPNadda जी से भेंट की। पार्टी के कार्यकर्ता के नाते मैंने कई बार कहा है कि भारतीय जनता पार्टी का काम मेरे लिए राष्ट्र सेवा और जनसेवा का मिशन है।
— Shivraj Singh Chouhan (@ChouhanShivraj) December 19, 2023
मेरी निरंतर यही सोच रहती है कि अपनी पार्टी के माध्यम से देशसेवा और आदरणीय प्रधानमंत्री श्री… pic.twitter.com/2CNSiiB3aC