• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେରଳ ଡଙ୍ଗାବୁଡ଼ିର କାରଣ କଣ ? କାହିଁକି ବୁଡିଲା ଡଙ୍ଗା ? ଡଙ୍ଗା ବୁଡି ପଛରେ ଅନେକ ଗୁଡିଏ କାରଣ ଥିବା ଚର୍ଚ୍ଚା ହେଉଛି । ସାମ୍ନାକୁ ଏକାଧିକ ସୁରକ୍ଷା ଅବହେଳା ପ୍ରସଙ୍ଗ ଆସିଛି ।

କେରଳ ଡଙ୍ଗାବୁଡ଼ି(Kerala Boat Tragedy) ପଛରେ ସାମ୍ନାକୁ ଆସୁଛି ସୁରକ୍ଷା ଅବହେଳାର ସାଂଘାତିକ ଦିଗ । ଚର୍ଚ୍ଚା ହେଉଛି ଯେ, ଡଙ୍ଗା ଓଭରଲୋଡ୍ ଥିଲା ଏବଂ ସେଥିରେ ଜୀବନ ରକ୍ଷାକାରୀ ଲାଇଫ ଜ୍ୟାକେଟ ନଥିଲା । ବୁଡି ଯାଇଥିବା ଡଙ୍ଗାର ନାଁ ହେଉଛି 'ଆଟଲାଣ୍ଟିକ'। ପ୍ରକୃତରେ ଏହାକୁ ମାଛ ଧରା ବୋଟ୍ ଭଳି ଡିଜାଇନ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହି ବୋଟକୁ ଡବଲ ଡେକର କରାଯାଇ ଯାତ୍ରୀଙ୍କୁ ନେବା ଆଣିବା କରାଯାଉଥିଲା । ଡଙ୍ଗାରେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଥିବା କୁହାଯାଉଛି ।

ଡଙ୍ଗାରେ ଯିବା ପାଇଁ ୪୦ଟି ଟିକେଟ କିଣାଯାଇଥିବା ବେଳେ ଅନେକ ଯାତ୍ରୀ ବିନା ଟିକେଟରେ ମଧ୍ୟ ଚଢ଼ିଥିବା ସନ୍ଦେହ କରାଯାଉଛି । ସେହିପରି ଡଙ୍ଗାରେ କେତେ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ବୋଟରେ ଆବଶ୍ୟକ ସଂଖ୍ୟକ ଲାଇଫ ଜ୍ୟାକେଟ ନଥିଲା । ବୋଟର ଉପର ଡେକ୍ ଆବଦ୍ଧ ନଥାଇ ଖୋଲାଥିଲା । କେବଳ ଲୁହାରଡ ଧରି ବସିବା ବ୍ୟବସ୍ଥା ଥିଲା । ତଳ ଡେକରେ କାଚ ଝରକା ଥାଇ ଆବଦ୍ଧ ରହିଥିଲା । ଯାତ୍ରୀଙ୍କ ବସିବା ଲାଗି ଉପଯୁକ୍ତ ବ୍ୟବସ୍ଥା ନଥିଲା । ତାସହ ବୋଟର ନିରାପତ୍ତା ସାର୍ଟିଫିକେଟ ମଧ୍ୟ ନଥିବା କୁହାଯାଉଛି ।

ଏହି ଘଟଣାରେ ଡଙ୍ଗା ମାଲିକ ନାଜିରଙ୍କ ନାଁରେ ହତ୍ୟା ଅପରାଧ ଭଳି ମାମଲା ଦାୟର କରାଯାଇଛି । ହେଲେ ଦୁର୍ଘଟଣା ପରଠୁ ଡଙ୍ଗା ମାଲିକ ଫେରାର ହୋଇଯାଇଛି। ଡଙ୍ଗା ମାଲିକ ଧରାପଡିବା ପରେ ଆହୁରି କିଛି ତଥ୍ୟ ସ୍ପଷ୍ଟ ହୋଇପାରେ । ଡଙ୍ଗାବୁଡି ଘଟଣାର ତଦନ୍ତ ପାଇଁ କେରଳ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ କେରଳ ପୋଲିସ ପକ୍ଷରୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ବା ଏସଆଇଟି ଗଠନ କରାଯାଇଛି । କଣ ପାଇଁ ଦୁର୍ଘଟଣା, ଡଙ୍ଗାରେ କେତେ ଯାତ୍ରୀ ଥିଲେ, ଏ ସମସ୍ତ ବିସ୍ତୃତ ତଦନ୍ତ କରିବ ଏସଆଇଟି।...

ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟରୁ କେରଳରେ ବୋଟ ଟ୍ରାଜେଡିରେ ଯାଇଛି ଅନେକଙ୍କ ଜୀବନ । ୨୦୦୯, ସେପେଟମ୍ବର ୩୦ତାରିଖରେ ମଣିକ୍କାଭଲା ଅଞ୍ଚଳରେ ବୋଟ ଦୁର୍ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଥିଲେ ୭ ଜଣ ଛୋଟ ପିଲାଙ୍କ ସହ ୨୩ ଜଣ ମହିଳା ଥିଲେ । ବୋଟରେ ଓଭରଲୋଡ ସହ ନିର୍ମାଣରେ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ସେହିପରି ୨୦୦୨ ମସିହା ଜୁଲାଇ ୨୭ ତାରିଖରେ କୁମାରକୋମ ଅଞ୍ଚଳରେ ଆଉ ଏକ ବୋଟ ଦୁର୍ଘଟଣାରେ ଚାଲିଯାଇଥିଲା ୨୯ ଜଣଙ୍କର ଜୀବନ । କେରଳ ୱାଟର ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଚାଲୁଥିବା A53 ବୋଟ ଦୁର୍ଘଟଣା ହୋଇଥିଲା ।