/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669811555.jpg)
Shradha Murder Case
ଦିଲ୍ଲୀରେ ଶ୍ରଦ୍ଧା ୱାକର୍ ହତ୍ୟା ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ୩୫ ଖଣ୍ତ କରି ହତ୍ୟା କରିଥିବା କଥା ମାନିବା ପରେ ଟିକେ ବି ଅନୁତପ୍ତ ନଥିଲା ଅଫତାବ । ଶ୍ରଦ୍ଧାଙ୍କ ପରେ ଯେଉଁ ଯୁବତୀଙ୍କ ଡେଟିଂ କରୁଥିଲା ଅଫତାବ୍, ସେ ବି ଏବେ ଏସବୁ ଜାଣି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି । ସେ କହିଛନ୍ତି ଯେ, ଶ୍ରଦ୍ଧାଙ୍କ ମର୍ଡର ପରେ ସେ ଦୁଇଥର ଅଫତାବ୍ଙ୍କ ଫ୍ଲାଟ୍କୁ ଯାଇଥିଲେ । ହେଲେ ସେ ଏ ବିଷୟରେ ଟିକେ ବି ସୁରାକ୍ ପାଇନଥିଲେ ।
ଯୁବତୀଙ୍କ କହିବାନୁଯାୟୀ, ସେ ଦୁଇଥର ଅପତାବ୍ଙ୍କ ଫ୍ଲାଟ୍କୁ ଯାଇଥିଲେ । ଅଫତାବ ଏପରି ନାଟକ କରୁଥିଲା ଯେ ଯେମିତି କିଛି ବି ହୋଇନାହିଁ । ଏମିତିକି ଶ୍ରଦ୍ଧାଙ୍କ ଶରୀର ଖଣ୍ତ ଖଣ୍ତ ହୋଇ ଘରେ ଥିବା କଥା ବି ସେ ଜାଣିପାରିନଥିଲେ । ଅଫତାବ୍ଙ୍କ ମୁହଁରେ ଟିକେ ବି ଡର ଦିଶୁନଥିଲା ।
ଅଧିକ ପଢ଼ନ୍ତୁ: ତିହାର ଜେଲ୍ର ସେଲ୍ ନମ୍ବର ୪ରେ ରହିବ ସୈତାନ୍! ୨୪ ଘଂଟା ଅଫତାବ ଉପରେ ନଜର ରଖିବ ସିସିଟିଭି
ସେ ଆହୁରି କହିଛନ୍ତି ଯେ, ଅଫତାବ୍ ଅକ୍ଟୋବର ୧୨ ରେ ତାଙ୍କୁ ଏକ ମୁଦି ଉପହାର ଦେଇଥିଲେ, ଯାହା କି ଶ୍ରଦ୍ଧାଙ୍କର ବୋଲି ପରେ ତଦନ୍ତରୁ ଜଣାପଡ଼ିଥିଲା । ଅଫତାବ୍ ଡେଟିଂ ଆପ୍ ଜରିଆରେ ଯୁବତୀଙ୍କ ନିକଟତର ହୋଇଥିଲେ । ଯୁବତୀଙ୍କ ସମସ୍ତ ତଥ୍ୟ ପୋଲିସ ଦ୍ୱାରା ରେକର୍ଡ କରାଯାଇଛି । ସୂଚନାନୁଯାୟୀ ଅଫତାବ୍ ଜଣେ ମାନସିକ ରୋଗୀ ।
ପୋଲିସ୍ର କହିବାନୁଯାୟୀ ଅଫତାବ୍ ଡେଟିଂ ଆପ୍ରେ ୧୫ରୁ ୨୦ ଜଣ ଯୁବତୀଙ୍କ ସହ କଥା ହେଉଥିଲା । ଶ୍ରଦ୍ଧାଙ୍କ ମୃତ୍ୟୁର ୧୨ ଦିନ ମଧ୍ୟରେ ହିଁ ସେ ଆଉ ଜଣେ ଯୁବତୀଙ୍କୁ ଡେଟ୍ କରୁଥିଲା । ଯୁବତୀ ଜଣକ ପୋଲିସ ଆଗରେ କହିଛନ୍ତି ଯେ, ‘ଅଫତାବ୍ର ଆଚରଣ ସ୍ୱାଭାବିକ ଥିଲା, ଏପରିକି ଯତ୍ନଶୀଳ ଏବଂ ସେ ତାଙ୍କ ମାନସିକ ସ୍ଥିତି ଠିକ୍ ନୁହେଁ ବୋଲି ସେ କେବେ ଅନୁଭବ କରିନଥିଲେ । ଅଫତାବ୍ ଡିଓଡ୍ରାଣ୍ଟ ଏବଂ ଅତରର ସୌକିନ୍ ଥଲା ଏବଂ ସେ ପ୍ରାୟତଃ ଅତର ଉପହାର ବି ଦେଉଥିଲା’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)