• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭାରତର ସବୁଠୁ ବୟସ୍କ ବାଘର ମୃତ୍ୟୁ । ରାଜା ନାମକ ରୟାଲ ବେଙ୍ଗଲ ଟାଇଗର ଭାରତର ସବୁଠୁ ବୟସ୍କ ବାଘ ବୋଲି କୁହାଯାଉଛି । ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ପଶ୍ଚିମବଙ୍ଗର ଆଲିପୁରଦୁଆର ସ୍ଥିତ ସାଉଥ ଖୈରିବାଡି ଜାତୀୟ ଉଦ୍ୟାନରେ ଥିବା ବ୍ୟାଘ୍ର ଉଦ୍ଧାର ଓ ଥଇଥାନ କେନ୍ଦ୍ରରେ ସେ ପ୍ରାଣ ହରାଇଛି ।

ଐଏ

ଏହି ରେସ୍କ୍ୟୁ ସେଣ୍ଟରରେ ଦୀର୍ଘ ଦିନ ଧରି ରହିଆସୁଥିଲା ରାଜା । ସୁନ୍ଦରବନର ଏକ ନଦୀରେ କୁମ୍ଭୀର ଆକ୍ରମଣ କରିବା ପରେ ୨୦୦୮ରେ ତାକୁ ସେଠାକୁ ଅଣାଯାଇଥିଲା । ଚିକିତ୍ସା ହୋଇ ସୁସ୍ଥ ହେବା ପରେ ମଧ୍ୟ ତାକୁ ବନବିଭାଗ ପକ୍ଷରୁ ଜଙ୍ଗଲରେ ଛଡାଯାଇନଥିଲା। ସେବେଠାରୁ ରାଜା ଏହି ସେଣ୍ଟରରେ ରହିଆସୁଥିଲା । ଖୈରିବାଡି ଜାତୀୟ ଉଦ୍ୟାନ ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିଲା ରାଜା ତା ମୃତ୍ୟୁ ପରେ ବନବିଭାଗ, ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଆସି ରାଜାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ବହୁ ସ୍ଥାନୀୟ ଲୋକେ ମଧ୍ୟ ଆସି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।