/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659319719.jpg)
Special story
ଭୋଳାନାଥଙ୍କ ଦର୍ଶନ ପୂର୍ବରୁ ମାଡ଼ି ଆସିଲା କାଳ । କରେଣ୍ଟ୍ ଲାଗି ୧୦ କାଉଡ଼ିଆଙ୍କ ମୃତ୍ୟୁ । ପଶ୍ଚିମବଙ୍ଗ କୁଚବିହାରରେ ରବିବାର ରାତିରେ ବଡ଼ ଅଘଟଣ ଘଟିଯାଇଛି । ଭୋଳାନାଥଙ୍କ ପାଖକୁ ପାଣି ଢ଼ାଳିବାକୁ ଯାଉଥିବା୧୦ ଜଣ କାଉଡ଼ିଆ ବିଦ୍ୟୁତ୍ ସଂଯୋଗ ଯୋଗୁଁ ଜୀବନ ହରାଇଛନ୍ତି । ଜଲପେଶ ଥିବା ଏକ ଶିବ ମନ୍ଦିରକୁ ସମସ୍ତେ ଯାଉଥିବା କୁହାଯାଉଛି ।
ପାଖାପାଖି ୨୭ ଜଣ କାଉଡ଼ିଆ ଏକ ପିକଅପ୍ ଭ୍ୟାନ୍ରେ ଜଳଲାଗି କରିବା ପାଇଁ ବାହାରିଥିଲେ । ତେବେ ସେମାନେ ଯାଉଥିବା ଗାଡ଼ିରେ ଲାଗିଥିଲା ଡିଜେ । ଆଉ ଗାଡ଼ି ଭିତରେ ଏକ ଜେନେରେଟର ମଧ୍ୟ ରଖାଯାଇଥିଲା । ଜେନେରେଟରରେ ସର୍ଟସର୍କିଟ ହେତୁ ଗାଡିରେ କରେଣ୍ଟ ଲାଗିଥିଲା । ଫଳରେ ପିକଅପରେ ସବାର ଯାତ୍ରୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତେବ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପିକଅପ୍ ଡ୍ରାଇଭର ଫେରାର୍ ମାରିଛନ୍ତି ।
कूचबिहार में यात्रा के दौरान उसमें करंट लगने से 10 लोगों की मृत्यु हुई है अन्य लोग घायल हैं। प्रारंभिक जांच से पता चलता है कि यह जनरेटर (DJ सिस्टम) की वायरिंग के कारण हो सकता है जो वाहन के पिछले हिस्से में लगाया गया था: माथाभांगा ASP, पश्चिम बंगाल pic.twitter.com/BKJtTUxGgh
— ANI_HindiNews (@AHindinews) August 1, 2022
ସୂଚନା ଅନୁସାରେ ପିକଅପ୍ ଭ୍ୟାନରେ ମୋଟ୍ ୨୭ ଜଣ ଯାତ୍ରୀ ସବାର ଥିଲେ । ସେଥିମଧ୍ୟରୁ ୧୬ ଜଣଙ୍କୁ ଜାଲପାଇଗୁଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ପିକଅପ୍ ଭ୍ୟାନରେ ଡିଜେ ସିଷ୍ଟମରେ ଜେନେରେଟର ଲାଗିଥିବାରୁ ଏହି ଅଘଟଣ ଘଟିଥିବା ପୋଲିସ୍ କହିଛି । ପରିବାର ଲୋକଙ୍କୁ ଏଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଗାଡ଼ିକୁ ଜବତ କରାଯାଇଛି, କିନ୍ତୁ ଡ୍ରାଇଭର ଫେରାର ଅଛି । ତଦନ୍ତ ଆରମ୍ଭ କରିସାରିଥିବା ବେଳେ ଡ୍ରାଇଭର୍କୁ ଖୋଜୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)