Advertisment

ସାନ ଭଉଣୀର ରିସେପସନ୍‌ରେ ବଡ଼ ଭଉଣୀର ଏକ୍ସ-ବୟଫ୍ରେଣ୍ଡ୍‌ ଦେଲେ ଏମିତି ଗିଫ୍ଟ, ଖୋଲିଲା ବେଳକୁ ଧମାକା....

ବିବାହରେ ମିଳିଥିବା ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ଘଟି ୨ ଜଣ ଆହତ ହୋଇଛନ୍ତି। ଗିଫ୍ଟରେ ମିଳିଥିବା ଏକ ଟଏ ଗିଫ୍ଟକୁ ଚାର୍ଜ ବେଳେ ଏହି ବିସ୍ଫୋରଣ ଘଟିଛି।

author-image
Rajalaxmi Sahoo
Wedding Gift Explodes And Leaves Newly-married Man Severely Injured

Wedding Gift Explodes And Leaves Newly-married Man Severely Injured

ଓଡ଼ିଶାର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଏବେବି ମନରୁ ଲିଭିନି। ଯଦିଓ ଏହି ଘଟଣାକୁ ୪ ବର୍ଷରୁ ଅଧିକ ଦିନ ହୋଇଗଲଣି ହେଲେ ଏବେବି ଏହା ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। ପାର୍ସଲ ବୋମା ବିସ୍ଫୋରଣରେ ନବ ବିବାହିତାଙ୍କ ସ୍ୱାମୀ ଓ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ଘଟିଲା। ନିକଟରେ ଗୁଜରାଟରେ ଏଭଳି ଏକ ଘଟଣା ଘଟିଛି। ବିବାହରେ ମିଳିଥିବା ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ଘଟି ୨ ଜଣ ଆହତ ହୋଇଛନ୍ତି। ଗିଫ୍ଟରେ ମିଳିଥିବା ଏକ ଟଏ ଗିଫ୍ଟକୁ ଚାର୍ଜ ବେଳେ ଏହି ବିସ୍ଫୋରଣ ଘଟିଛି। ଏଥିରେ ନବ ବିବାହିତ ଯୁବକ ଓ ପରିବାରର ୩ ବର୍ଷୀୟ ଶିଶୁ ଆହତ ହୋଇଛନ୍ତି। ଏହି ଗିଫ୍ଟଟି ନବ ବିବାହିତାଙ୍କ ବଡ଼ ଭଉଣୀଙ୍କ ଏକ୍ସ-ବୟଫ୍ରେଣ୍ଡ୍‌ ଦେଇଥିବା ଚର୍ଚ୍ଚା ହେଉଛି। 

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା India TV ନ୍ୟୁଜ୍‌ର ରିପୋର୍ଟ ଅନୁସାରେ, ମଙ୍ଗଳବାର ସକାଳେ ଦକ୍ଷିଣ ଗୁଜରାଟ ନଭସାରି ଜିଲ୍ଲାର ମିନ୍ଧାବରି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମିନ୍ଧାବରି ଗାଁର ଲତେଶ ଗଭିତ ଗଙ୍ଗାପୁର ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ରିସେପସନ୍‌ରେ ନବ ଦମ୍ପତିଙ୍କୁ ଶୁଭେଚ୍ଛକମାନେ ଗିଫ୍ଟସ୍‌ ଦେଇଥିଲେ। ମଙ୍ଗଳବାର ସକାଳେ ପରିବାର ଲୋକଙ୍କ ଉପସ୍ଥିତିରେ ଲତେଶ ଯେତେବେଳେ ଗିଫ୍ଟ ସବୁ ଖୋଲୁ ଥିଲେ ଏହି ସମୟରେ ଗିଫ୍ଟ ବକ୍ସରେ ଏକ ଖେଳନା ମିଳିଥିଲା। ଏହାକୁ ଦେଖି ସେ ଉତ୍ସାହିତ ହୋଇ ଚାର୍ଜ କରିବା ବେଳେ ଏହା ବିସ୍ଫୋରଣ ହୋଇଥିଲା। ଏଥିରେ ଲତେଶ ଓ ପରିବାରର ୩ ବର୍ଷୀୟ ଶିଶୁ ଗୁରୁତର ଆହତ ହୋଇଛନ୍ତି। 

ଲତେଶଙ୍କ ହାତ, ମୁଣ୍ଡ, ଆଖି ଓ ଶରୀରର ଅନେକ ଅଂଶ ଗୁରୁତର ଆଘାତ ଲାଗିଥିବା ବେଳେ ୩ ବର୍ଷୀୟର ଶିଶୁ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି। ଉଭୟଙ୍କୁ ନଭସାରି ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ପରିବାର ଲୋକ ପରେ ଜାଣିବାକୁ ପାଇଥିଲେ ଯେ, ଯେଉଁ ଗିଫ୍ଟଟି ବିସ୍ଫୋରଣ ଘଟିଥିଲା, ତାହାକୁ ରାଜୁ ପଟେଲ ନାମକ ଜଣେ ଯୁବକ ଦେଇଥିଲେ। ନବ ବିବାହିତାଙ୍କ ବଡ଼ ଭଉଣୀଙ୍କ ସହ ରାଜୁଙ୍କ ସମ୍ପର୍କ ଥିଲା। ହେଲେ କିଛି ଦିନ ପରେ ଉଭୟଙ୍କ ବ୍ରେକ୍‌ ଅପ୍‌ ହୋଇଯାଇଥିଲା। ତେଣୁ ପୋଲିସ୍‌ ସନ୍ଦେହ କରୁଛି, ରାଗରେ ରାଜୁ ଏଭଳି କାଣ୍ଡ କରିଥାଇପାରେ। 

Advertisment

ଅନ୍ୟପକ୍ଷେ, ଘଟଣାକୁ ନେଇ Vansda ପୋଲିସ୍‌ ଷ୍ଟେସନରେ ଲତେଶଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ବୟାନ ଓ ଅଭିଯୋଗ ଆଧାରରେ ପୋଲିସ୍‌ ତଦନ୍ତ ଚଳାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। 

Marriage Wedding Gift Explosion
Advertisment
Advertisment