Advertisment

ମୋଦିଙ୍କ ନିଆରା ଅନ୍ଦାଜ; ମୁଣ୍ତରେ ପଗଡ଼ି ପିନ୍ଧି ରୋଷେଇ କରି ଭକ୍ତଙ୍କୁ ଖାଦ୍ୟ ପରସିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ରାଜଧାନୀ ପାଟନା ସହରର ପ୍ରସିଦ୍ଧ ତଖକ୍ତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବ ଗୁରୁଦ୍ୱାରା ପରିଦର୍ଶନ କରିଛନ୍ତି। ମନ୍ଦିର ପରିଦର୍ଶନ ସହ ମୋଦି ସେଠାରେ ରୋଷେଇ କରୁଥିବା କର୍ମଚାରୀଙ୍କୁ ସାହାର୍ଯ୍ୟ ମଧ୍ୟ କରିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
PM Modi

PM Modi

ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଣ୍ତରେ ପଗଡ଼ି ପିନ୍ଧି ଲୋକଙ୍କୁ ପରସିଲେ ଖାଇବା। ଲୋକସଭା ନିର୍ବାଚନ ବେଳେ ଏବେ ବିହାର ଗସ୍ତରେ ମୋଦି। ଏହି ଅବସରରେ ବିହାର ପାଟନା ସାହିବ ଗୁରୁଦ୍ୱାରରେ ମୋଦି ଏକ ଲଙ୍ଗର୍‌ରେ ପଗଡ଼ି ପିନ୍ଧି ଲୋକଙ୍କୁ ଖାଇବା ପରସୁଥିବା ଦେଖିବାକୁ ମିଳିଛି। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ରାଜଧାନୀ ପାଟନା ସହରର ପ୍ରସିଦ୍ଧ ତଖକ୍ତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବ ଗୁରୁଦ୍ୱାରା ପରିଦର୍ଶନ କରିଛନ୍ତି। ମନ୍ଦିର ପରିଦର୍ଶନ ସହ ମୋଦି ସେଠାରେ ରୋଷେଇ କରୁଥିବା କର୍ମଚାରୀଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି। ହାତରେ ରୁଟି ବେଲିବାଠାରୁ ଖାଦ୍ୟ ପରସିବା ଯାଏ ସବୁ କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କରିଥିବା ଦେଖିବାକୁ ମିଳିଛି। ମନ୍ଦିର ପରିସରରେ ଖାଇବାକୁ ବସିଥିବା ଭକ୍ତମାନଙ୍କୁ ଖାଦ୍ୟ ପରସିବାର ଭିଡିଓରେ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଗତକାଲି ରାତିରେ ମୋଦି ପାଟନାରେ ଏକ ରୋଡ ସୋ କରିଥିଲେ। ଦୀର୍ଘ ଦେଢ଼ କିଲୋମିଟର ରାସ୍ତାରେ ମୋଦି ରୋଡ ସୋ କରିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିଜେପି ରାଜ୍ୟ ସଭାପତି ରବି ଶଙ୍କର ମୋଦିଙ୍କ ସହ ରୋଡ ସୋ ରେ ସାମିଲ ଥିଲେ। ଆଜି ମୋଦି ୩ଟି ରାଲିରେ ଯୋଗ ଦେବେ। ପ୍ରଥମେ ହାଜିପୁର ପରେ ମଜଫରପୁର ଓ ସାରଣ ରାଲିରେ ଯୋଗ ଦେବେ ମୋଦି।

ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମସ୍ଥାନକୁ ପାଳନ କରିବା ପାଇଁ ଅଷ୍ଟାଦଶ ଶତାବ୍ଦୀରେ ମହାରାଜା ରଣଜିତ ସିଂଙ୍କୁ ଏହି ମନ୍ଦିର ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ରାଜ୍ୟ ରାଜଧାନୀରେ ଏକ ସଡ଼କ ଯାତ୍ରା ଆୟୋଜନ କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ହରିମନ୍ଦର ଜୀ ପାଟନା ସାହେବ ପରିଦର୍ଶନ କରିଥିଲେ। ବିହାରର ପ୍ରତ୍ୟେକ ସ୍ଥାନରେ ବୁଲି ସଡ଼କ ଯାତ୍ରା କରିବାରେ ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ।

ସୋମବାର ହାଜିପୁର, ମୁଜାଫରପୁର ଏବଂ ସରାନରେ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମୋଦିଙ୍କର ଏହି ରୋଷେଇ ଓ ଖାଦ୍ୟ ପରସିବାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭୂରି ଭୂରି ପ୍ରଶଂସା କରୁଛନ୍ତି।

PM Modi BJP General Elections 2024
Advertisment
Advertisment