ୱାଏନାଡ ଟ୍ରାଜେଡି: ମିଳିଲା ଜଣେ ଓଡ଼ିଆ ଡାକ୍ତରଙ୍କ ମୃତଦେହ !

କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Keral Tragedy

କେରଳ ଭୂସ୍ଖଳନରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ସୂଚନା । କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ବିଷ୍ଣୁଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଏବେ ବି ନିଖୋଜ ଅଛନ୍ତି ତାଙ୍କ ବନ୍ଧୁ ସ୍ବାଧୀନ ପଣ୍ଡା । ଅନ୍ୟପଟେ କେରଳ ଗଲା ଓଡ଼ିଶା ଅଧିକାରୀଙ୍କ ଏକ ଟିମ୍ । ଓଡ଼ିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ବରେ ଟିମ୍ କେରଳ ଯାଇଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ପୁଅ ବିଷ୍ଣୁପ୍ରସାଦ ଓ ବୋହୂ ପ୍ରିୟଦର୍ଶିନୀ ପାଲ କେରଳ ଯାଇଥିଲେ । ସେମାନଙ୍କ ସହ ସ୍ବାଧୀନ ପଣ୍ଡା ଓ ତାଙ୍କର ଜଣେ ବନ୍ଧୁ ସ୍ବୀକୃତି ମହାପାତ୍ର ବି କେରଳ ଯାଇଥିଲେ ବୋଲି ସୂଚନା ଦେଇଥିଲେ ବିଷ୍ଣୁପ୍ରସାଦଙ୍କ ବାପା ଅମର ପ୍ରସାଦ ଚିନାରା । ଗତ ସୋମବାର ରାତିରେ ଭୁସ୍ଖଳନ ହୋଇଥିଲା । ବିଷ୍ଣୁ ପ୍ରସାଦ ନିଖୋଜ ଥିବା ବେଳେ ପ୍ରିୟଦର୍ଶିନୀ ଉଦ୍ଧାର ପରେ ମେଡିକାଲରେ ଥିବା ବିଷ୍ଣୁ ପ୍ରସାଦଙ୍କ ବାପା କହିଥିଲେ । ସେପଟେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ମଧ୍ୟ କୌଣସି ପତ୍ତା ମିଳୁନି। ସେପଟେ ବିଷ୍ଣୁ ପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ ସ୍ବୀକୃତି ଉଦ୍ଧାର ପରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୫୬ ଟପିଛି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ

ସେପଟେକେରଳ ୱାୟନାଡ ଭୂସ୍ଖଳନରେ ବଢୁଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଲୋକଙ୍କର ମୃତଦେହ ଉଦ୍ଧାର ହେଲାଣି। ଶତାଧିକ ଏବେବି ନିଖୋଜ ଅଛନ୍ତି । ଅନେକ ମାଟି ଅତଡା ତଳେ ଚାପି ହୋଇ ରହିଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ଭୂସ୍ଖଳନ ବିପର୍ଯ୍ୟୟ ପରେ ଯ଼ୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ। ଦେବଦୂତ ସାଜି ଅନେକଙ୍କୁ ମୃତ୍ୟୁମୁହଁରୁ ଉଦ୍ଧାର କରୁଛନ୍ତି ସେନା ଯବାନ | ଉଦ୍ଧାର କାର୍ଯ୍ୟରେ କେରଳ ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ, ଏନଡିଆରଏଫ୍ ଟିମ୍ ସହ ସେନାର ୨୦୦ ଯବାନ ନିୟୋଜିତ ଅଛନ୍ତି । ଆଜି ଓ ଆସନ୍ତାକାଲି କେରଳରେ ଭୀଷଣ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦେଇଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ଆଜି ୱାୟନାଡ ସମେତ ୧୨ ଜିଲ୍ଲାରେ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି । ପୁଣି ବର୍ଷା ଉଦ୍ଧାର ଅଭିଯାନରେ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

ୱାୟନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଗୋଟିଏ ନୁହେଁ, ତିନି ତିନିଟି ଭୂସ୍ଖଳନ ହୋଇଥିଲା। ଯେଉଁଥିରେ ୩-୪ଟି ଗାଁ ନିଶ୍ଚିହ୍ନ ହୋଇଯାଇଛି । ମାଟିରେ ମିଶିଯାଇଛି ବିସ୍ତୀର୍ଣ୍ଣ ଜନବସତି । ଧୋଇ ଯାଇଛି ରାସ୍ତାଘାଟ । ଛିନ ଛତର ରେଳ ଧାରଣା । ମାଟିରେ ପୋତି ହୋଇଛି ବାସଗୃହ, ସଡ଼କ ଓ ଗାଡ଼ିମୋଟର । ବିପର୍ଯ୍ୟୟ ସ୍ଥାନରୁ ସାମନାକୁ ଆସୁଛି ହୃଦୟବିଦାରକ, ଛାତି ଥରାଇଲା ଭଳି ଚିତ୍ର । ୩ ହଜାରରୁ ଅଧିକ ଲୋକଙ୍କୁ ପ୍ରାୟ ୩୯ଟି ରିଲିଫ ସେଣ୍ଟରରେ ରଖାଯାଇଛି । ମୃତକଙ୍କ ଉଦ୍ଦେଶ୍ୟରେ ରାଜ୍ୟରେ ଦୁଇ ଦିନିଆ ଶୋକ ପାଳନ କରାଯାଉଛି ।

ଅଧିକ ପଢ଼ନ୍ତୁ: ୱାୟନାଡ଼ରେ ପ୍ରକୃତିର ତାଣ୍ତବ, ମୃତ୍ୟୁ ମୁଖରୁ ଜୀବନ ଫେରାଇବା ପାଇଁ ଚାଲିଛି ଅପରେସନ୍