Advertisment

ରାଜଧାନୀ ଦିଲ୍ଲୀରେ ଭୟଙ୍କର ଜଳ ସଂକଟ, ଟ୍ୟାଙ୍କର ଉପରେ ଚଢି ପାଣି ସଂଗ୍ରହ କରୁଛନ୍ତି ଲୋକ

ଦିଲ୍ଲୀରେ ପାଣି ସଂକଟର ପ୍ରମୁଖ କାରଣ ହେଉଛି ଯମୁନା ନଦୀର ଜଳ ସ୍ତର କମିବା । ଏଥିପାଇଁ ଦିଲ୍ଲୀ ସରକାର ହରିୟାଣାକୁ ଦାୟୀ କରିଛନ୍ତି।

ଅଦ୍ୟତନ ହୋଇଛି
Delhi Drinking Water Crisis

Drinking Water Problem

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଭୟଙ୍କର ଜଳ ସଂକଟ । ପ୍ରଚଣ୍ଡ ଗ୍ରୀଷ୍ଣ ତାତି ସାଙ୍ଗକୁ ଜଳ ସମସ୍ୟା ଲୋକଙ୍କ ଦୁର୍ଦ୍ଦଶା ବଢାଇଛି । ପାଣି ଟୋପାଏ ପାଇଁ ଡହଳ ବିକଳ ସ୍ଥିତି । ଲୋକେ ପାଣି ଟ୍ୟାଙ୍କର ଦେଖିବା କ୍ଷଣି ଦୌଡୁଛନ୍ତି । ଟ୍ୟାଙ୍କର ଉପରେ ଚଢି ପାଇପ୍ ଲଗାଇ ପାଣି ସଂଗ୍ରହ କରୁଛନ୍ତି । ତେବେ ଦିଲ୍ଲୀରେ ପାଣି ସଂକଟର ପ୍ରମୁଖ କାରଣ ହେଉଛି ଯମୁନା ନଦୀର ଜଳ ସ୍ତର କମିବା । ଏଥିପାଇଁ ଦିଲ୍ଲୀ ସରକାର ହରିୟାଣାକୁ ଦାୟୀ କରିଛନ୍ତି।

Advertisment

ହରିୟାଣା ଯମୁନାରୁ ଆସୁଥିବା ଦିଲ୍ଲୀ ଭାଗର ପାଣିକୁ ଅଟକାଇ ଦେବାରୁ ଜଳସ୍ତର କମିଛି ବୋଲି କହିଛନ୍ତି ଦିଲ୍ଲୀ ଜଳମନ୍ତ୍ରୀ ଆତିଶୀ । ଏଥର ଦିଲ୍ଲୀରେ ସର୍ବାଧିକ ୫୨.୯ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଦିଲ୍ଲୀ ଇତିହାସରେ ଏହା ସର୍ବାଧିକ ତାପମାତ୍ରା । ଏଭଳି ସ୍ଥିତିରେ ଦିଲ୍ଲୀରେ ଦେଖାଦେଇଛି ଜଳ ସମସ୍ୟା ।

ଅଧିକ ପଢ଼ନ୍ତୁ: ଖରା ସହିନପାରି ଚାଲିଗଲା ସାଧୁଙ୍କ ଜୀବନ

କେବଳ ଦିଲ୍ଲୀ ନୁହେଁ ପାଣି ପାଇଁ ଡହଳବିକଳ ପଶ୍ଚିମବଙ୍ଗର ସିଲିଗୁରି ଅଞ୍ଚଳବାସୀ । ସ୍ଥିତି ଏଭଳି ହୋଇଛି ଲୋକଙ୍କୁ ପାଣି କିଣିବାକୁ ପଡୁଛି । ସିଲିଗୁରି ମହାନଗର ନିଗମ ପକ୍ଷରୁ ପାଣି ନ ମିଳିବାରୁ ଲୋକେ ବାଧ୍ୟ ହୋଇ ପାଣି କିଣୁଛନ୍ତି । ମହାନଗର ନିଗମ ଯେଉଁ ପାଣି ଦେଉଛି ତାହା ବିଶୁଦ୍ଧ ନଥିବାରୁ ଘରୋଇ ଜଳ ଯୋଗାଣକାରୀ ସଂସ୍ଥା ଉପରେ ନିର୍ଭର କରୁଛନ୍ତି ଲୋକେ ।

Advertisment

ଦେଶର ଉତ୍ତର, ଉତ୍ତର ପଶ୍ଚିମ ଏବଂ ଓଡ଼ିଶାକୁ ମିଶାଇ ପୂର୍ବ । ସବୁଠି ଆକାଶରୁ ଖସୁଛି ନିଆଁ ଝୁଲ। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ହିଟ୍ ୱେଭ୍। ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରୀ ତାତିରେ ଜଳିଲା ଝାରସୁଗୁଡ଼ା। ରାଜ୍ୟର ୪ ସହରର ତାପମାତ୍ରା ୪୬ ଡିଗ୍ରୀ ଉପରେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଉପକୂଳରେ ଗରମ ଓ ଗୁଳୁଗୁଳି ଜାରି ରହିବାକୁ ଥିବା ବେଳେ, ସେପଟେ ଦୁଇଦିନ ଆଗରୁ କେରଳକୁ ଭିଜାଇଛି ମୌସୁମୀ ବର୍ଷା।

ସେହିପରି ଜାମ୍ମୁ-କାଶ୍ମୀର ସାମ୍ବା ସେକ୍ଟରରେ ପ୍ରବଳ ଗ୍ରୀଷ୍ମ ଲହରି ସତ୍ତ୍ୱେ ୟୁନିଫର୍ମ ଓ ହେଲେମଟ ପିନ୍ଧି ଦେଶର ସୀମା ଜଗିଛନ୍ତି BSFର ସଶସ୍ତ୍ର ସୀମା ଭବାନୀ। ଗୋଳାବାରୁଦକୁ ଯାହାଙ୍କର ଖାତିର ନାହିଁ, ସେମାନଙ୍କୁ ଆକାଶର ନିଆଁଝୁଲ ବା ଡରାଇବ କେମିତି।

Advertisment

ଅଧିକ ପଢ଼ନ୍ତୁ: ଭାଙ୍ଗିଲା ସବୁ ରେକର୍ଡ ! ଗ୍ୟାସ୍‌ ଚୁଲାରେ ସିଝୁଛି ଦିଲ୍ଲୀ ସହର, ୫୨.୩ ଡିଗ୍ରୀ ଛୁଇଁଲା ପାରଦ...

ଉତ୍ତର ଭାରତରେ ସବୁ ରେକର୍ଡ ଭାଙ୍ଗୁଛି ହିଟୱେଭ୍। ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ। ପ୍ରାୟ ୫୦ ଡିଗ୍ରୀ ଉତ୍ତାପ ସହ ଏହିସବୁ ରାଜ୍ୟ କିଛି ଦିନ ହେଲା ଅସହ୍ୟ ତାତିରେ ଜଳୁଛି। ଏବେ ମଧ୍ୟପ୍ରଦେଶ ଓ ବିହାରର କିଛି ଅଂଶକୁ ବି କବଳିତ କଲାଣି ଭୟଙ୍କର ଗ୍ରୀଷ୍ମ ପ୍ରବାହ। ଗତ ୨୪ ଘଣ୍ଟାରେ ବୁନ୍ଦେଲଖଣ୍ଡ ଅଞ୍ଚଳର ମହୋବା ଜିଲ୍ଲାରେ ୭ ଜଣଙ୍କ ଜୀବନ ନେଇଛି ହିଟ୍ ଷ୍ଟ୍ରୋକ୍। ଦିଲ୍ଲୀରେ ବି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ ସିଟିର ଚାଣକ୍ୟପୁରୀ ସମେତ ବିଭିନ୍ନ ସ୍ଥାନରେ ପିଇବା ପାଣି ପାଇଁ ଲୋକେ ଡହଳବିକଳ ହେଉଥିବା ବେଳେ, ଟ୍ୟାଙ୍କର ଦ୍ୱାରା ଶୋଷ ମେଣ୍ଟାଇବାକୁ ଚେଷ୍ଟା ଚାଲିଛି। ତେବେ ଉତ୍ତର ଭାରତର କିଛି ସ୍ଥାନରେ ବର୍ଷା ହେବା ପରେ, ଉତ୍ତର ପଶ୍ଚିମକୁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

Water Scarcity Drinking Water Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ