Advertisment

ଅର୍ପିତାଙ୍କ ଫ୍ଲାଟ୍‌ରେ ଚାଲିଥିଲା ରେଡ୍, ହେଲେ ପାର୍କିଂରୁ ଗାୟବ ହୋଇଗଲା ୪ ଦାମୀ କାର

ଡାଇମଣ୍ଡ ସିଟି ଫ୍ଲାଟରୁ ଅର୍ପିତାଙ୍କୁ ଗିରଫ କରାଯିବା ପରଠାରୁ ଏହି କାର ସବୁ ଉଭାନ୍‌ ହୋଇଯାଇଛି । ଏବେ ସିସିଟିଭି ଫୁଟେଜ ଆଧାରରେ କାରଗୁଡ଼ିକୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Arpita Mukherjee

Arpita Mukherjee

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ସ୍କାମରେ ଅଭିଯୁକ୍ତ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡି ରେଡ୍ ପରେ ତାଙ୍କର ଚାରିଟି କାର ଗାୟବ ଥିବା କୁହାଯାଉଛି । ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅର୍ପିତାଙ୍କ ଏହି ଚାରିଟି କାର ତାଙ୍କ ଡାଇମଣ୍ଡ ସିଟି କମ୍ପ୍ଲେକ୍ସରୁ ଗାୟବ ହୋଇଛି । ଏଥିରୁ ଦୁଇଟି କାର ଅର୍ପିତାଙ୍କ ନାଁରେ ରହିଛି । ଡାଇମଣ୍ଡ ସିଟି ଫ୍ଲାଟରୁ ଅର୍ପିତାଙ୍କୁ ଗିରଫ କରାଯିବା ପରଠାରୁ ଏହି କାର ସବୁ ଉଭାନ୍‌ ହୋଇଯାଇଛି । ଏବେ ସିସିଟିଭି ଫୁଟେଜ ଆଧାରରେ କାରଗୁଡ଼ିକୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ।

Advertisment

ଡାଇମଣ୍ଡ ସିଟି ଫ୍ଲାଟରୁ ଯେଉଁ ୪ଟି କାର ଗାୟବ ହୋଇଛି, ସେଥିମଧ୍ୟରୁ ଦୁଇଟି ଅର୍ପିତା ମୁଖାର୍ଜୀଙ୍କ ନାଁରେ ରହିଛି । ଏଥିରେ ଗୋଟିଏ ହୋଣ୍ଡା ସିଟି (WB 06T 6000) ଏବଂ ଅଡି (WB 02AB 9561) ରହିଥିଲା । ଏହାସହ ଏକ ମର୍ସିଡିସ୍ ଓ ହୋଣ୍ଡା ସିଆରଭି ମଦ୍ୟ ରହିଥିଲା । ଯେଉଁଥିରେ ଟଙ୍କା ଭର୍ତ୍ତ କରି ଗାୟବ କରାଯାଇଥିବା ଆଶଙ୍କା କରାଯାଉଛି । ଏହାପୂର୍ବରୁ ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଫ୍ଲାଟ ବିଷୟରେ ଜାଣିବାକୁ ପାଇଥିଲା । ଏହି ଫ୍ଲାଟ କୋଲକାତା ବିମାନବନ୍ଦର ନିକଟ ଚିନାର ପାର୍କରେ ରହିଛି । ରୟାଲ ରେସିଡେଣ୍ଟ ବିଲ୍ଡିଂର ଚତୁର୍ଥ ମହଲାର ଫ୍ଲାଟ ନମ୍ବର 404 ଅରପିତା ମୁଖାର୍ଜୀଙ୍କ ନାଁରେ ରହିଛି । ଏହି ବିଲ୍ଡିଂର ଆକାଉଣ୍ଟାଣ୍ଟଙ୍କ କହିବା ଅନୁଯାୟୀ, ଫ୍ଲାଟ୍‌ର ମେଣ୍ଟେନାନ୍‌ସ ବାବଦକୁ ଅନେକ ଟଙ୍କା ଅର୍ପିତାଙ୍କ ନାଁରେ ବକେୟା ରହିଛି । ଏନେଇ ଅର୍ପିତାଙ୍କୁ ଅନେକ ଥର ଯୋଗାଯୋଗ କରାଯିବା ପରେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି ।

୨୩ ଜୁଲାଇରେ ଇଡି ପ୍ରଥମ ଥର ପାଇଁ ଅର୍ପିତାଙ୍କ ଫ୍ଲାଟ ଉପରେ ଚଢ଼ଉ କରିଥିଲା । ଏହି ସମୟ ମଧ୍ୟରେ ଇଡି ପାଖାପାଖି ୨୧ କୋଟି ଟଙ୍କା ଜବତ କରିଥିଲା । ଖାଲି ସେତିକି ନୁହେଁ, ଆର୍ପିଟାଙ୍କ ଘରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଓ ୨୦ଟି ମୋବାଇଲ ମଧ୍ୟ ଉଦ୍ଧାର କରିଥିଲା ଇଡି । ଅର୍ପିତାଙ୍କ ଘରୁ ପ୍ରାୟ ୬୦ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ମଧ୍ୟ ମିଳିଥିଲା । ଏହାପରେ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଥିଲା ଇଡି ।

Advertisment

ଇଡି ଅର୍ପିତାଙ୍କୁ ଗିରଫ କରିବା ପରେ ଅନେକ ଦିଗରୁ ପଚାରାଉଚରା କରିଥିଲା । ସେଥିରୁ ଅର୍ପିତାଙ୍କ ଅନ୍ୟ କିଛି ସମ୍ପତ୍ତି ବିଷୟରେ ଜଣାପଡ଼ିଥିଲା । କୋଲକାତାର ବେଲଘରିଆରେ ଥିବା ଫ୍ଲାଟ ବିଷୟରେ ମଧ୍ୟ ଜାଣିବାକୁ ପାଇଥିଲା ଇଡି । ପରେ କବାଟ ଭାଙ୍ଗି ସେହି ଫ୍ଲାଟରେ ପଶିଥିଲା ଇଡି । ସେଠାରୁ ପ୍ରାୟ ୨୮ କୋଟି ଟଙ୍କା ନଗଦ ଜବତ କରାଯାଇଥିଲା । ଏଥିରେ କେବଳ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ଥିଲା । କୁହାଯାଉଛି ଯେ, ନୋଟଗୁଡିକ ୨୦ ଲକ୍ଷ ଏବଂ ୫୦ ଲକ୍ଷ ଲେଖାଏଁ ବିଡ଼ା କରି ରଖାଯାଇଥିଲା । ତେବେ ଦୁଇ ଦିନର ଚଢ଼ଉରେ ଅର୍ପିତାଙ୍କ ଘରୁ ପାଖାପାଖି ୫୦ କୋଟି ଟଙ୍କା ଚଢ଼ଉ କରିଥିଲା ଇଡି ।

Scam Partha Chatterjee Arpita Mukharjee
Advertisment
Advertisment