/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657698750.jpg)
Special story
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୁପଚୁପ୍ ଠେଲା । ଜନତାଙ୍କ ହୃଦୟ ଜିତିବାକୁ ମଙ୍ଗଳବାର ଦିନ ଦାର୍ଜିଲିଂ ଗସ୍ତ ସମୟରେ ଦିଦିଙ୍କର ଏକ ଭିନ୍ନ ରୂପ ଦେଖିବା ପାଇଁ ମିଳିଛି । ରାସ୍ତା କଡ଼ରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ମମତା ଲୋକଙ୍କୁ ଗୁପଚୁପ୍ ପରଷୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟିଏମସି ସୁପ୍ରିମୋ ନିଜେ ଗୁପଚୁପରେ ଆଳୁ ଭର୍ତ୍ତି କରିବା ସହ ତେନ୍ତୁଳି ପାଣିରେ ବୁଡ଼ାଇ ଲୋକଙ୍କୁ ଗୁପଚୁପ୍ ଦେଉଥିବା ଦେଖିବାକୁ ମିଳିଛି ।
ଟିଏମସିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଭିଡିଓକୁ ସେୟାର କରାଯାଇଛି । ମମତା ବାନାର୍ଜୀ ଦାର୍ଜିଲିଂ ଗସ୍ତରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ମହିଳାମାନଙ୍କ ଦ୍ୱାରା ପରିଚାଳିତ ଷ୍ଟଲରେ ପହଞ୍ଚି ପୁଚୁକା ପରଷୁଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ଗୁପଚୁପ୍କୁ ପୁଚୁକା କୁହାଯାଏ । ଏହାସହ ଟ୍ୱିଟ୍ କରି ଲେଖାଯାଇଛି, " ମାନ୍ୟବର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାର୍ଜିଲିଂରେ SHGs ଦ୍ୱାରା ପରିଚାଳିତ ଏକ ଖାଦ୍ୟ ଷ୍ଟଲ୍ ରେ ପହଞ୍ଚି ନିଜ ହାତରେ ପୁଚୁକା ପ୍ରସ୍ତୁତ କରିଛନ୍ତି ଓ ମହିଳାଙ୍କୁ ଉତ୍ସାହିତ କରିଛନ୍ତି ।
ଏହିପରି ଭାବରେ ମମତା ସେଠାରେ ଉପସ୍ଥିତ ଥିବା ଅନେକ ଲୋକଙ୍କୁ 'ପୁଚୁକା ଅର୍ଥାତ୍ ଗୁପ୍ଚୁପ୍ ଖାଇବାକୁ ଦେଇଥିଲେ । ଭିଡିଓଟି ମଙ୍ଗଳବାର ତଥା ୧୨ ଜୁଲାଇର ବୋଲି କୁହାଯାଉଛି । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ମମତା ବାନାର୍ଜୀ ଲୋକଙ୍କ ପାଇଁ ଚା’ ଓ ମୋମୋ ତିଆରି କରିଥିବାର ଭିଡିଓ ଭାଇରାଲ ହୋଇଥିଲା ।
Our Hon’ble Chairperson @MamataOfficial visited SHG operated food stall, Sunday Haat in Darjeeling.
Showing her appreciation for the women’s hard work, she joined them in the preparation of Bengal’s favorite, Puchkas and also fed enthusiastic children the delectable snack! pic.twitter.com/ApBZeRDbao
— All India Trinamool Congress (@AITCofficial) July 12, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)