• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫୁଲଓ୍ୱାରୀ ସରିଫ୍ ଟେରର ମଡ୍ୟୁଲ ଟାର୍ଗେଟରେ ଥିଲେ କି ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମା । ଗିରଫ ସନ୍ଦିଗ୍ଧ ଆର୍ଥର ପରଭେଜର ମୋବାଇଲ ଫୋନରୁ ନୁପୂରଙ୍କ ଠିକଣା ମିଳିବା ପରେ ବଢିଛି ସନ୍ଦେହ । ପ୍ରଫେଟ୍ ମହମ୍ମଦଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ପ୍ରତିଶୋଧ ପାଇଁ ତାଙ୍କୁ ଟାର୍ଗେଟ କରା ଯାଇଥାଆନ୍ତା ବୋଲି ସନ୍ଦେହ କରୁଛନ୍ତି ଜାତୀୟ ତଦନ୍ତ ସଂସ୍ଥା । ଏନଆଇଏ ଓ ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ ଗତ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଟନା ଗସ୍ତ ପୂର୍ବରୁ ଫୁଲଓ୍ୱାରି ସରିଫ୍ ଡେରର ମଡ୍ୟୁଲର ଫର୍ଦ୍ଦାଫାଶ କରିଥିଲା । ବିହାର ପୋଲିସ୍ ପୋଲିସ ରେଡ୍ ବେଳେ ବହୁ ଆପତ୍ତିଜନକ କାଗଜପତ୍ର ମିଳିଥିଲା । ଏହି ଟେରର ମଡ୍ୟୁଲର ଚେର କେତେ ଯାଏଁ ଲମ୍ବିଛି ଏବଂ ଏଥିରେ ଆ କେଉଁମାନେ ସଂପୃକ୍ତ ଅଛନ୍ତି ବିହାର ପୋଲିସ, ଏନଆଇଏ ଓ ଆଇବି ମିଳିତ ଭାବେ ଖୋଳତାଡ଼ ଚଳାଇଛନ୍ତି ।

ସେପଟେ ପ୍ରଫେଟ ମହମ୍ମଦଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ପୂର୍ବତନ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରେ ବଡ଼ ଆଶ୍ୱସ୍ତି । ଆସନ୍ତା ଅଗଷ୍ଟ ୧୦ ତାରିଖ ଯାଏଁ ତାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସେହିପରି ତାଙ୍କ ବିରୁଦ୍ଧରେ ଦେଶବ୍ୟାପୀ ରୁଜୁ ଏଫଆଇଆରକୁ ଏକାଠି କରିବା ଲାଗି ନୁପୂର କରିଥିବା ଆବେଦନ ଉପରେ କୋର୍ଟ, ଦିଲ୍ଲୀ, ଉତ୍ତରପ୍ରଦେଶ,ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଜାମ୍ମୁ-କାଶ୍ମୀରକୁ ନୋଟିସ୍ କରିଛନ୍ତି । ଅଗଷ୍ଟ ୧୦ ସୁଦ୍ଧା ଉତ୍ତର ରଖିବାକୁ ଏମାନଙ୍କୁ କୁହାଯାଇଛି । ନୁପୂର ଶର୍ମାଙ୍କ ଜୀବନ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି । ସେଇ କାରଣରୁ ସେ ଆଇନଗତ ସହାୟତା ପାଇବାରେ ବିରାଟ ବିଧା ସୃଷ୍ଟି ହୋଇଥିବା ତାଙ୍କ ଓକିଲ ଗତକାଲି ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଥିଲେ ।

ଫୁଲଓ୍ୱାରି ସରିଫ୍ ଟେରର ମଡ୍ୟୁଲ କଣ ଓ କଣ ରହିଛି ଏହାର ଭାରତ ବିରୋଧୀ ଏଜେଣ୍ଡା ?

୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମୀୟ ରାଷ୍ଟ୍ରରେ ପରିଣତ କରିବାକୁ ରହିଛି ଫୁଲଓ୍ୱାରି ସରିଫ୍ ଟେରର ମଡ୍ୟୁଲର ଯୋଜନା । ଗ୍ୟାଙ୍ଗର ସଦସ୍ୟଙ୍କ ନିକଟରୁ ଜବତ ଡକ୍ୟୁମେଣ୍ଟରୁ ଏହି ସୁରାକ୍ ମିଳିଛି । ଗତ ୧୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପାଟନା ଗସ୍ତ ବେଳେ ତାଙ୍କୁ ଟାର୍ଗେଟ କରିବା ଲାଗି ଏହି ମଡ୍ୟୁଲ ଯୋଜନା ପ୍ରସ୍ତୁତ କରିଥିଲା । ସନ୍ଦିଗ୍ଧ ଟେରର ମଡ୍ୟୁଲ ଚାଲୁଥିବା ସଂପର୍କରେ ଇଣ୍ଟେଲିଜେନ୍ସ ବ୍ୟୁରୋ ସୂଚନା ଦେବା ପରେ ବିହାର ପୋଲିସ ଓ କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ନୟା ତୋଲା ଅଞ୍ଚଳରେ ରେଡ୍ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିସଲା ।

ଅଭିୟୁକ୍ତ ଦ୍ୱୟ ହେଲେ ଆର୍ଥର ପରଭେଜ୍ ଓ ମହମ୍ମଦ ଜଲାଲୁଦ୍ଦିନ । ଜଲାଲୁଦ୍ଦିନ ଝାଡ଼ଖଣ୍ଡ ପୋଲିସର ପୂର୍ବତନ କର୍ମଚାରୀ ହୋଇଥିବା ବେଳେ ସେ ଷ୍ଟୁଡେଣ୍ଟ୍ସ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ ବା ସିମିର ସକ୍ରୀୟ ସଦସ୍ୟ ଥିଲା । ଉଭୟଙ୍କର ପିଏଫ୍ଆଇ ସହ ବି ସଂପର୍କ ବି ରହିଛି । ୨୦୦୨ରେ ସିମିର ସଦସ୍ୟ ଥିବା ପରଭେଜର ସାନ ଭାଇ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ଲାଗି କିଛି ଦିନ ହେବ ଏମାନେ ଫୁଲଓ୍ୱରୀ ସରିଫ୍ ରେ ପ୍ରଶିକ୍ଷଣ ନେଉଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଗତ ୬ ଓ ୭ ତାରିଖରେ ଉଭୟଙ୍କ ମଧ୍ୟରେ ବୈଠକ ହୋଇଥିବା ପୋଲିସ କହିଛି । ଫୁଲଓ୍ୱାରୀ ସରିଫ ଅଫିସରେ ପୋଲିସର ରେଡ୍ ବେଳେ ମିଳିଥିବା ଆପତ୍ତିଜନକ ଡକ୍ୟୁମେଣ୍ଟରେ ରହିଛି । ୨୦୪୭ ସୁଦ୍ଧା ଭାରତକୁ ଇସଲାମୀୟ ଦେଶ କରିବାକୁ ଭିଜନ ଡକ୍ୟୁମେଣ୍ଟ ଓ ପିଏଫଆଇ ସଂଗଠନର ପ୍ରଚାରପତ୍ର ।