Advertisment

ଗୁଜରାଟ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ, ମଇଦାନରେ ୭୮୮ ପ୍ରାର୍ଥୀ

ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୧୯ ଜିଲ୍ଲାର ୮୯ ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gujarat Elections 2022

Voting for the first phase of Gujarat Elections 2022 begins

ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ।ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ମତଦାନ ଚାଲିଛି।

Advertisment

ଦକ୍ଷିଣ ଗୁଜରାଟ, କଚ୍ଛ-ସୌରାଷ୍ଟ୍ରର ମୋଟ୍ ୧୯ ଜିଲ୍ଲାର ୮୯ ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୭୮୮ ପ୍ରାର୍ଥୀ ମଇଦାନରେ ଥିବାବେଳେ୨୫ ହଜାର ୪୩୪ ପୋଲିଂ ବୁଥ୍‌ରେ ମତଦାନ ଚାଲିଛି। ଏଥର ପ୍ରାୟ ୫୦% ବୁଥ୍‌ରେ ୱେବ୍‌ କାଷ୍ଟିଂର ବ୍ୟବସ୍ଥା କରାଯାଇଛି।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୨ କୋଟି ୩୯ ଲକ୍ଷ ୭୬ ହଜାର ୬୭୦ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଗୁଜରାଟରେ ପ୍ରତିଥର ପାରମ୍ପରିକ ଭାବେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦ୍ୱିପାକ୍ଷିକ ଲଢେଇ ହୋଇଥାଏ। ତେବେ ଚଳିତ ଥର ଆମ୍‌ ଆଦମୀ ପାର୍ଟି(ଆପ୍) ନିର୍ବାଚନ ମଇଦାନକୁ ଓହ୍ଲାଇଛି।

Advertisment

ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାରେ ଥିବା ବିଜେପି ଚଳିତ ଥର ମଧ୍ୟ କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି। ସେପଟେ କଂଗ୍ରେସ ଓ ଆପ୍ ବି କ୍ଷମତା ଦଖଲ ଯୋଜନାରେ ଥିବାରୁ ଏଥର ଏଠାରେ ତ୍ରିମୁଖୀ ଲଢେଇ ହେବ।

Gujarat Polls
Advertisment
Advertisment