Advertisment

ସଂକଟରେ ଭିସ୍ତାରା ! ସପ୍ତାହକ ମଧ୍ୟରେ ୧୦୦ ବିମାନ ଉଡ଼ାଣ ବାତିଲ...

ତେବେ ବିମାନ ଉଡ଼ାଣ ରଦ୍ଦ ହେଲେ, ଯାତ୍ରୀମାନେ ସେମାନଙ୍କ ପୈଠ ଟଙ୍କା ଫେରିପାରିବେ କି ନାହିଁ ? ଯଦି ଫେରିପାଇବେ ତେବେ କେମିତି ? ଆଉ କେତେ ଟଙ୍କା ଫେରିପାଇବେ ଆସନ୍ତୁ ଜାଣିବା କ’ଣ ରହିଛି ନିୟମ...

author-image
Satyendu Shekher Mishra
ଅଦ୍ୟତନ ହୋଇଛି
vistara crisis

Airline

ଭିସ୍ତାରା ଏୟାର ଲାଇନ୍‌ସ ଏବେ ଅପରେସ୍‌ନାଲ ସଂକଟ ଦେଇ ଗତି କରୁଛି । ଏହି କାରଣରୁ ଏହାର ଅନେକ ବିମାନ ଉଡ଼ାଣ ରଦ୍ଦ ହେଉଛି । ସୂଚନାନୁସାରେ ଚଳିତ ସପ୍ତାହରେ ଭିସ୍ତାରାର ୧୦୦ରୁ ଅଧିକ ଉଡ଼ାଣ ରଦ୍ଦ ହୋଇଛି । ଏୟାରଲାଇନ୍‌ସ ଏପ୍ରିଲ ଏକ ତାରିଖ ସୋମବାର ଦିନ ପ୍ରାୟ ୫୦ ବିମାନର ଉଡ଼ାଣ ରଦ୍ଦ କରିଛି । ଏହି ବିମାନ ଉଡ଼ାଣ ରଦ୍ଦ କାରଣରୁ ଶତାଧିକ ଯାତ୍ରୀ ନିରାଶ ହୋଇଛନ୍ତି । ଯାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଅସନ୍ତୋଷ । ବିମାନ ରଦ୍ଦ ଯୋଗୁଁ ହଇରାଲ ହୋଇଥିବା ଯାତ୍ରୀମାନେ ସୋସିଆଲ ମିଡିଆରେ ଅସନ୍ତୋଷ ଝାଡ଼ିଛନ୍ତି ।

Advertisment

ତେବେ ବିମାନ ଉଡ଼ାଣ ରଦ୍ଦ ହେଲେ, ଯାତ୍ରୀମାନେ ସେମାନଙ୍କ ପୈଠ ଟଙ୍କା ଫେରିପାରିବେ କି ନାହିଁ ? ଯଦି ଫେରିପାଇବେ ତେବେ କେମିତି ? ଆଉ କେତେ ଟଙ୍କା ଫେରିପାଇବେ ଆସନ୍ତୁ ଜାଣିବା କ’ଣ ରହିଛି ନିୟମ...

ଭିସ୍ତାରା ଏୟାରଲାଇନ୍‌ସ ଦ୍ୱାରା ଯେଉଁ ସବୁ ବିମାନ ରଦ୍ଦ କରାଯାଇଛି, ସେହି ବିମାନର ଯାତ୍ରୀଙ୍କୁ ଆସ୍ୱସ୍ତି ପ୍ରଦାନ କରିବା ପାଇଁ ନାଗରିକ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ନାଗରିକ ଉନ୍ନୟନ ମନ୍ତ୍ରାଳୟ ଭିସ୍ତାରା ଏୟାରଲାଇନ୍‌ସ ବିମାନଗୁଡ଼ିକର ଗତିବିଧି ଉପରେ ନଜର ରଖିଛି । କେଉଁ ଫ୍ଲାଇଟ୍‌ କ୍ୟାନ୍‌ସଲ ହେଲା, ଆଉ କେଉଁ ଫ୍ଲାଇଟ୍‌ ବିଳମ୍ବ ହେଲା ତା’ଉପରେ ସଂସ୍ଥା ପକ୍ଷରୁ ନଜର ରଖାଯାଇଛି ।

Advertisment

ମନ୍ତ୍ରାଳୟ କହିବାନୁଯାୟୀ, ଏୟାରଲାଇନ୍‌ସ ସଂସ୍ଥାକୁ ଡିଜିସିଏ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍‌ଲାଇନ୍‌ ମାନିବାକୁ ହେବ । ବିମାନ ବିଳମ୍ବ କିମ୍ବା ରଦ୍ଦ ହେଲେ ସଂସ୍ଥା ପକ୍ଷରୁ ଯାତ୍ରୀଙ୍କୁ ଆବଶ୍ୟକ ଅନୁସାରେ ସର୍ଭିସ ଦେବାକୁ ହେବ ।

କ’ଣ ରହିଛି ପାସେଞ୍ଜରଙ୍କ ଅଧିକାର

ବିମାନ ରଦ୍ଦ କିମ୍ବା ବିଳମ୍ବ ଅଥବା ବୋର୍ଡିଂରେ ଯଦି କିଛି ସମସ୍ୟା ଦେଖାଯାଏ ତେବେ ଏୟାରଲାଇନ୍‌ସ ସଂସ୍ଥା ପକ୍ଷରୁ ତାର ସମାଧାନ କରାଯିବାର ନିୟମ ରହିଛି । ଡିଜିସିଏ ପକ୍ଷରୁ ଏହି ନିୟମ ସବୁ ଲାଗୁ କରାଯାଇଛି ।

ଡିଜିସିଏ ଗାଇଡ୍‌ଲାଇନ୍‌ ଅନୁଯାୟୀ, ବିମାନ ରଦ୍ଦ ହେଲେ, ଏୟାର ଲାଇନ୍‌ସ ସଂସ୍ଥାକୁ ଯାତ୍ରୀଙ୍କ ପାଇଁ ବିକଳ୍ପ ବିମାନ ବ୍ୟବସ୍ଥା କରିବାର ନିୟମ ରହିଛି । ଯଦି ଏହା ସମ୍ଭବ ପର ହେଉନାହିଁ ତେବେ ସଂସ୍ଥା ପକ୍ଷରୁ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟିକେଟ ଫି’ ଫେରାଇବାକୁ ହୋଇଥାଏ । ଏହାସହ କ୍ଷତିପୂରଣ ମଧ୍ୟ ଦେବାର ବ୍ୟବସ୍ଥା ରହିଛି ।

ଏଥିସହ ଯାତ୍ରୀଙ୍କ ପାଇଁ ରେଷ୍ଟ ରୁମ୍‌ ଠାରୁ ଆରମ୍ଭ କରି ଖାଦ୍ୟ ପାନୀୟର ବ୍ୟବସ୍ଥା ମଧ୍ୟ ଏୟାରଲାଇନ୍‌ସ ସଂସ୍ଥା ପକ୍ଷରୁ କରାଯିବାର ନିୟମ ରହିଛି । ଏହି ସୁବିଧା ସେମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ଫ୍ଲାଇଟ୍‌ରେ ଯିବା ପାଇଁ ବିମାନରେ ପହଞ୍ଚି ସାରିଛନ୍ତି ।

Airlines Vistara
Advertisment
Advertisment