Advertisment

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ

ବିଷ୍ଣୁଦେଓ ସାଏ ହେଉଛନ୍ତି ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ ଚେହେରା। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ପ୍ରଥମ ସରକାରରେ ସେ ମନ୍ତ୍ରୀ ଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଛତିଶଗଡ଼ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Vishno Deo Sai

Vishno Deo Sai

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ । ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାୟପୁର ସାଇନସ୍‌ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା । ବିଷ୍ଣୁଦେଓଙ୍କ ସହ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

Advertisment

ବିଷ୍ଣୁଦେଓ ସାଏ ହେଉଛନ୍ତି ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ ଚେହେରା। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ପ୍ରଥମ ସରକାରରେ ସେ ମନ୍ତ୍ରୀ ଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଛତିଶଗଡ଼ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ।

India BJP CM Chattisgarh
Advertisment
Advertisment