• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୋହଲିଙ୍କ ପରିବାରକୁ ଆସିବ ନୂଆ ଅତିଥି । ଖୁବ୍‌ଶୀଘ୍ର ଦ୍ୱିତୀୟ ସନ୍ତାନର ବାପା-ମା’ ହେବେ ବିରାଟ-ଅନୁଷ୍କା । ଏନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଉଛି ଏହି ଖବର ନିଜେ ଅନୁଷ୍କା କିମ୍ବା ବିରାଟ ପ୍ରକାଶ କରିନାହାନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡି ଭିଲିୟର୍ସ ଏହି ଖୁସି ଖବରର ଖୁଲାସା କରିଛନ୍ତି ।

ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଦୂରେଇ ରହିଥିଲେ । ଯେଉଁ ସସ୍‌ପେନ୍ସର ଏବେ ଖୁଲାସା ହୋଇଛି । ଡି ଭିଲିୟର୍ସ, ନିଜେ ସୋସିଆଲ ମିଡିଆରେ ଏହି ସମ୍ପର୍କରେ ସୂଚନା ଦେଇଥିବାବେଳେ ଯାହାକି ଏବେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଖୁବ୍‌ ଚର୍ଚ୍ଚାରର ବିଷୟ ପାଲଟିଛି ।

ଡି ଭିଲିୟର୍ସ କହିଛନ୍ତି ଯେ, କୋହଲି ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଏପରି ସମୟରେ କୋହଲି ପରିବାରକୁ ପ୍ରାଥମିକତା ଦେବା ପ୍ରଶଂସନୀୟ । ସେ ତାଙ୍କ ପରିବାରକୁ ସମୟ ଦେଉଛନ୍ତି ।

ପୂର୍ବରୁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ନଖେଳିବାକୁ ନେଇ ବିସିସିଆଇ ସୂଚନା ଦେଇଥିଲା । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ବିସ୍ତୃତ ଭାବେ ବିବୃତ୍ତି ଜାରି କରିଥିଲା । ବିରାଟ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଖେଳୁନଥିବା କହିଥିଲା ବିସିସିଆଇ । ତାହା ସହିତ ପ୍ରଶଂସକଙ୍କୁ ଏ ସମ୍ପର୍କରେ ଅଧିକ ଚର୍ଚ୍ଚା ନକରିବାକୁ ଅନୁରୋଧ କରାଯାଇଥିଲା । ଫଳରେ ସେହି ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାୟିତ୍ୱ ନେଇଥିଲେ ।