• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ଏବେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ଅଧିକାଂଶ ଅଞ୍ଚଳରେ ଧିରେ ଧିରେ ଜଳ ସଂକଟ ବି ଦେଖିବାକୁ ମିଳିଲାଣି । ଏହି ପରିସ୍ଥିତିରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଜଳ ନଷ୍ଟ କରିବା ପୂର୍ବରୁ ଥରେ ହେଲେ ଭାବନ୍ତି ନାହିଁ । ଏହାରି ଭିତରେ ଏକ କୁକୁର ମଣିଷ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବାସହ ଉଦାହରଣ ସୃଷ୍ଟି କରିଛି । ପାଣି ପିଇବା ପାଇଁ କୁକୁର କେବଳ ଟ୍ୟାପ୍‌ ଖୋଲିଛି ତାହା ନୁହେଁ ପାଣି ପିଇବା ପରେ ସେ ଟ୍ୟାପ୍‌ଟିକୁ ବନ୍ଦ ମଧ୍ୟ କରିଛି । ନିଜ ଶୋଷ ମେଣ୍ଟିବା ପରେ ସେ ଅତି ଚତୁରତା ସହ ଟ୍ୟାପ୍‌ଟିକୁ ବନ୍ଦ କରିଛି । ଯାହା ଦେଖିଲେ ହୁଏତ ଆପଣଙ୍କୁ ବି ଲାଗିବ ଯେ ପ୍ରକୃତରେ କୁକୁରଠାରୁ ମଣିଷଙ୍କୁ କିଛି ଶିଖିବା ଦରକାର ।

ଗତକାଲି IPS ଅଫିସର ଦୀପାଂଶୁ କବରା (Dipanshu Kabra) ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି । ଭିଡ଼ିଓଟିକୁ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ‘ ଜଳର ପ୍ରତି ବୁନ୍ଦାର ମହତ୍ୱ ଅଛି । କୁକୁରକୁ ବୁଝାପଡିଛି ହେଲେ ମଣିଷ କେବେ ବୁଝିବେ ?’୧୨ ସେକେଣ୍ଡର ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଶୋଷ ମେଣ୍ଟାଇବା ପାଇଁ ଏକ କୁକୁର ଟ୍ୟାପ୍‌ ପାଖକୁ ଆସି ତାର ପାଟିରେ ଟ୍ୟାପ୍‌ ଟିକୁ ଖୋଲୁଛି । ଏହା ପରେ ସେ ପାଣି ପିଇସାରି ଟ୍ୟାପ୍‌ଟିକୁ ବନ୍ଦ କରିଦେଉଛି ।

ଏହି ଭିଡିଓଟି ସୋସିଆଲ୍‌ ମିଡିଆର ୟୁଜର୍ସଙ୍କୁ ବେଶ୍‌ ପ୍ରେରଣା ଦେଇଛି । ଏମିତିକି ଅନେକ ଲୋକଙ୍କ ପାଇଁ ଏହା ଏକ ଶିକ୍ଷା ପାଲଟିଛି । ଭିଡିଓରେ ୧୭ ହଜାରରୁ ଉର୍ଦ୍ଧ୍ୱ ଲାଇକ୍‌ ଥିବାବେଳେ ୩ ହଜାରରୁ ଉର୍ଦ୍ଧ୍ୱ ଲୋକ ଏହାକୁ ରିଟ୍ୱିଟ୍‌ କରିଛନ୍ତି । ସେହିପରି ୟୁଜର୍ସମାନେ ଭିଡ଼ିଓରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ‘ ମସ୍ତିସ୍କ ତ ସମସ୍ତଙ୍କ ପାଖରେ ଅଛି, ହେଲେ ସମସ୍ତେ ଚତୁର ନୁହଁନ୍ତି ।’