/odishatv-khabar/media/post_attachments/uploadimage/library/16_9/16_9_0/s_1673238794.jpg)
Viral Video: Passenger Goes Shirtless To Fight With Co-Passenger On Flight
ବିମାନ ଭିତରେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ଦୁର୍ବ୍ୟହାର ଏକ ସାଧାରଣ କଥା ହୋଇଗଲାଣି। କାରଣ ନିକଟରେ ସୋସିଆଲ ମିଡିଆ ରେ ଏମିତି ଅନେକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଠି ଯାତ୍ରୀମାନେ ସେମାନଙ୍କର ସହଯାତ୍ରୀଙ୍କୁ ଦୁର୍ବ୍ୟହାର କରୁଥିବା ଦେଖିବାକୁ ମିଳିଛି। ଖାଲି ଯାତ୍ରୀ ନୁହଁନ୍ତି, ବିମାନର ଷ୍ଟାଫ୍ଙ୍କ ଦୁର୍ବ୍ୟବହାର ନେଇ ମଧ୍ୟ ଭିଡିଓ ଭାଇରାଲ୍ ହୋଇଛି। ଏଭଳି ଘଟଣାକୁ ନେଇ ଚିନ୍ତା ବଢ଼ିଛି। ହେଲେ ଗୋଟିଏ ପରେ ଗୋଟିଏ ଘଟଣା ଯେଭଳି ସାମ୍ନାକୁ ଆସୁଛି, ଏଥିରୁ ଜଣାପଡ଼ୁଛି ଯାତ୍ରୀମାନେ ଏସବୁ ପ୍ରତି ଧ୍ୟାନ ନଦେଇ ପୂର୍ବଭଳି ସେମାନଙ୍କ ଆଚରଣ ଜାରି ରଖିଛନ୍ତି।
ନିକଟରେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠି ଜଣେ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ସହ ଝଗଡ଼ା କରୁଛନ୍ତି। ପରେ ଝଗଡ଼ା ଏତେ ବଢ଼ି ଯାଇଥିଲା, ଯାତ୍ରୀ ଜଣକ ନିଜ ସାର୍ଟ ଖୋଲି ସମ୍ପୃକ୍ତ ସହଯାତ୍ରୀଙ୍କୁ ମାଡ଼ ମାରିଥିଲେ। ଯୁବକ ଜଣକ ସହଯାତ୍ରୀଙ୍କୁ ମୁଥ ମାରିବା ବେଳେ ସେଠାରେ ଉପସ୍ଥିତ ଅନ୍ୟ ଯାତ୍ରୀମାନେ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ତଥାପି ସମ୍ପୃକ୍ତ ଯୁବକ ସେମିତି ମାଡ଼ ମାରି ଚାଲିଥିଲେ।
ଅଧିକ ପଢ଼ନ୍ତୁ: IndiGo କର୍ମଚାରୀ-ଯାତ୍ରୀ ପିଟାପିଟି: ତଳେ ପକାଇ ପିଟି ଚାଲିଲେ...ଭିଡିଓ ଭାଇରାଲ୍
କୁହାଯାଉଛି ଯେ, ବାଂଲାଦେଶ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ଏହି ଘଟଣା ଘଟିଥିଲା। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ୟୁଜର୍ସମାନେ ଅଜବ ପ୍ରକାରର କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ‘ଏମିତି ଲାଗୁଛି, ବିମାନରେ ମଧ୍ୟ ଜେନରାଲ୍ କୋଟା ଆରମ୍ଭ ହୋଇଯାଇଛି। ଆଜିକାଲି ଟ୍ରେନ୍ ଭଳି ବିମାନ ମଧ୍ୟ ଲୋକାଲ୍ ଢାବା ହୋଇଗଲାଣି।’ ଆଉ ଜଣେ ୟୁଜର କହିଛନ୍ତି, ‘ଏମିତି ଲାଗୁଛି ବିମାନ ଲୋକାଲ୍ ଟ୍ରେନ୍ ଭଳି ହୋଇଗଲାଣି’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)