Advertisment

ଘରେ ପଶି ୬ଜଣଙ୍କୁ ଘାଇଲା କଲା ଶୃଗାଳ; ପିଟି ପିଟି ମାରିଦେଲେ ଗାଁ ଲୋକ

ଶୃଗାଳ ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ଶୃଗାଳକୁ ଘେରିବା ସହ ପିଟି ପିଟି ମାରିଦେଇଥିବା ଜଣାପଡିଛି।

ଅଦ୍ୟତନ ହୋଇଛି
Villagers kill jackal after it attacks several in Uttar Pradesh

hamirpur Jackal

Advertisment

ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ବାଘ, ଚିତାବାଘ, ଗଧିଆ ଭଳି ବନ୍ୟଜନ୍ତୁଙ୍କ ଆତଙ୍କ ଜାରି ରହିଛି। ଏହାରି ଭିତରେ ହମିରପୁରରେ ଶୃଗାଳ ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଶୃଗାଳକୁ ଘେରିବା ସହ ପିଟି ପିଟି ମାରିଦେଇଥିବା ଜଣାପଡିଛି।

Advertisment

ଜଲାଲପୁର ଥାନା ବିଲପୁର ଗାଁର ଏହି ଘଟଣା ପରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତକାଲି ସକାଳେ ଜଙ୍ଗଲରୁ ଗୋଟିଏ ଶୃଗାଳ ଗାଁକୁ ଚାଲି ଆସିଥିଲା। ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିଲା। ଆକ୍ରମଣରେ ୬ଜଣ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଓ ୫ଜଣ ପୁରୁଷ ଥିବା ଜଣାପଡ଼ିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଶୃଗାଳଟିକୁ କାବୁ କରିବା ସହ ପିଟି ପିଟି ମାରିଦେଇଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଗୋଚାଲାଣକାରୀ ସନ୍ଦେହରେ ଦ୍ୱାଦଶ ଶ୍ରେଣୀର ଛାତ୍ରକୁ ଗୁଳି ମାରିଦେଲେ

Advertisment

ହମିରପୁର ଡିଏଫଓ ଅନିଲ ଶ୍ରୀବାସ୍ତବଙ୍କ ସୂଚନା ଅନୁୟାୟୀ, ଶୃଗାଳଟି ବାଟବଣା ହୋଇ ଗାଁରେ ପଶିଯାଇଥିଲା। ଭୟ କିମ୍ବା ଆତ୍ମରକ୍ଷା ପାଇଁ ଲୋକଙ୍କୁ ଆକ୍ରମଣ କରିଥାଇ ପାରେ। ତେବେ ଆକ୍ରମଣରେ କିଛି ଲୋକ ଆହତ ହୋଇଛନ୍ତି। ବର୍ତ୍ତମାନ ବନ ବିଭାଗ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି। ତଦନ୍ତ ପରେ ସତ୍ୟ ଘଟଣା ପଦାକୁ ଆସିବ।

ଜଲାଲପୁର ଥାନା ଅଧିକାରୀ ଉମାଶଙ୍କର କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଶୃଗାଳ ଆକ୍ରମଣ ସମ୍ପର୍କରେ କୌଣସି ଖବର ମିଳିନି। ତେବେ ବୁନ୍ଦେଲଖଣ୍ଡର ଜଙ୍ଗଲରେ ବହୁ ସଂଖ୍ୟାରେ ଶୃଗାଳ ଦେଖିବାକୁ ମିଳେ। ଅନେକ ସମୟରେ ଏମାନେ ମଣିଷ ଉପରେ ଆକ୍ରମଣ କରିଥିବା ଖବର ମଧ୍ୟ ଦେଖିବାକୁ ମିଳେ।

Advertisment

ସୂଚନାଯୋଗ୍ୟ ଯେ ବାହରାଇଚର ୩୫ଟି ଗାଁର ଲୋକ ମଣିଷ ଖିଆ ଗଧିଆର ଆତଙ୍କ ଯୋଗୁଁ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଗଧିଆ ଆକ୍ରମଣେ ଏଯାଏ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହେଲାଣି। ଏଥିସହିତ ପିଲିବିଟରେ ବାଘ ଭୟ ଲାଗି ରହିଛି। ସୁଲତାନପୁର ଜିଲ୍ଲାରେ ମଧ୍ୟ ଗଧିଆ ଦେଖିବାକୁ ମିଳିଛି। ଏହି ସମୟରେ ହମିରପୁରରେ ଶୃଗାଳ ଆକ୍ରମଣ ଖବର ସମସ୍ତଙ୍କୁ ଆତଙ୍କିତ କରିଛି।

Wild Animal Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ