/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697094585.jpg)
Kabaddi Match Turns Into Violent Fight At IIT Kanpur
କବାଡ଼ି ଖେଳରୁ ମହାଭାରତ । ଆଇଆଇଟି କାନପୁରରେ କବାଡ଼ି ଖେଳ ବେଳେ ଛାତ୍ର ଗୋଷ୍ଠୀ ମଧ୍ୟରେ ପିଟାପିଟି । ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡ଼ା ଉତ୍ସବ ବେଳେ ଅନୁଷ୍ଠିତ କବାଡ଼ି ମ୍ୟାଚ ବେଳେ ଦୁଇ ଟିମ ମଧ୍ୟରେ ଗଣ୍ଡଗୋଳ ହୋଇଛି । ପରସ୍ପରକୁ ଚେୟାର ଫିଙ୍ଗି ମାରିଥିଲେ ଉଭୟ ଗୋଷ୍ଠୀର ଛାତ୍ର । ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ହୋଇଥିବା ମାରପିଟ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମାଡ଼ଗୋଳ ହେଉଥିବା ବେଳେ ସେଠାରେ ଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଭୟରେ ସେମାନେ ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଚାଲିଯାଇଥିଲେ । ଅନେକ ସମୟ ଧରି କବାଡ଼ି ବଦଳରେ ଦୁଇ ଗୋଷ୍ଠୀ ମଧ୍ୟରେ କୁସ୍ତି ଆରମ୍ଭ ହୋଇ ଯାଇଥିଲା । କବାଡ଼ି ଜର୍ସି ପିନ୍ଧିଥିବା ଖେଳାଳି ମାନେ କେବଳ ଚେୟାର ନୁହେଁ ପରସ୍ପରକୁ ବିଧା ଗୋଇଠା ମାରୁଥିବା ଭିଜୁଆଲରେ ଦେଖିବାକୁ ମିଳିଛି । ଖେଳାଳିମାନେ ଯିଏ ଯାହାକୁ ପାରିଲା ବିଧା, ଗୋଇଠା ମାରିବା ଆରମ୍ଭ କରିଥିଲେ ।
ଏପଟେ ସଂପୃକ୍ତ ଟିମକୁ ଆଉ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଦିଆଯିବ ନାହିଁ ବୋଲି IIT କର୍ତ୍ତୃପକ୍ଷ କହିଥିବା ସୂଚନା ମିଳିଛି । ତେବେ କାହିଁକି ଦୁଇ ଟିମ ମଧ୍ୟରେ ଗଣ୍ଡଗୋଳ ହେଲା ତାହାର କାରଣ ସ୍ପଷ୍ଟ ହୋଇପାରିନାହିଁ ।
ସୂଚନା ଅନୁସାରେ IIT କାନପୁରରେ ବର୍ତ୍ତମାନ ଖେଳକୁଦ ପ୍ରତିଯୋଗିତା ଉଦଘୋଷ ୨୦୨୩ ଚାଲିଛି । ଏହି ପ୍ରତିଯୋଗିତାରେ ସାରା ଦେଶର ୪୫୦ କଲେଜରୁ ୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ହେଲେ ଏହି ସମୟରେ IIT କାନପୁରରେ ଏଭଳି ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)