• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚୋର ସହ ଲଢ଼ିଲେ ମାଆ ଓ ଝିଅ । ଲୁଟିବା ଉଦ୍ଦେଶ୍ୟରେ ଆସିଥିବା ଦୁଇଜଣ ସଶସ୍ତ୍ର ଚୋରଙ୍କ ସହ ଲଢ଼ିଥିଲେ ଉଭୟ ମାଆ ଝିଅ । ତେଲେଙ୍ଗାନାର ସିକନ୍ଦରାବାଦରେ ଘର ଲୁଟିବା ଉଦ୍ଦେଶ୍ୟରେ ଜବରଦସ୍ତ ପଶିଥିଲେ ଦୁଇଜଣ ଚୋର । ପରେ ସେମାନଙ୍କର ମାଆ ଓ ଝିଅଙ୍କ ସହ ଧସ୍ତାଧସ୍ତି ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଗତ ଗୁରୁବାର ଦିନ ଅମିତା ମହନୋଟ ଓ ତାଙ୍କ ଝିଅ ଘରେ ଥିଲେ । ଏହି ସମୟରେ ସୁଶୀଲ କୁମାର ଏବଂ ପ୍ରେମଚନ୍ଦ୍ର ନାମକ ଦୁଇଜଣ ବ୍ୟକ୍ତି ସେମାନଙ୍କ ଘରେ ପଶିଥିଲେ । ସେମାନଙ୍କ ହାତରେ ପିସ୍ତଲ ଥିବା ମଧ୍ୟ ଦେଖିବାକୁ ପାଇଥିଲେ ମାଆ-ଝିଅ । ଜୋର ଜବରଦସ୍ତ ଘରେ ପଶିବା ପରେ ମୂଲ୍ୟବାନ ସାମଗ୍ରୀ ଦେବାକୁ ଧମକାଇଥିଲେ । ତଥାପି ଉଭୟ ମାଆ-ଝିଅ ଡରି ନଯାଇ ଉଭୟଙ୍କର ସାହସିକତାର ସହ ମୁକାବିଲା କରିଥିଲେ । ସିସିଟିଭି କ୍ୟାମେରାରେ ଏ ସମସ୍ତ ଦୃଶ୍ୟ କଏଦ ହୋଇଛି ।

ଭିଡିଓରେ ଜଣେ ଡକାୟତ ହାତରେ ଅସ୍ତ୍ର ଥିବା ବେଳେ ସେ ମାଆ ଓ ଝିଅକୁ ଧମକାଉଥିବା ଦେଖିବାକୁ ମିଳିଛି । ତେବେ ମାର୍ଶଲ ଆର୍ଟରେ ପାରଦର୍ଶୀ ଅମିତା (ମାଆ) ଅସ୍ତ୍ର ଛଡ଼ାଇ ନେଇଥିଲେ ଏବଂ ନିଜ ଝିଅ ସହ ଡକାୟତକୁ ଘରୁ ବାହାର କରି ଦେଇଥିଲେ । ସିସିଟିଭି ଭିଡିଓରେ ଦେଖା ଯାଉଛି ଯେ ଅମିତା ଏବଂ ତାଙ୍କ ଝିଅ ହେଲମେଟ ପିନ୍ଧିଥିବା ସୁଶୀଲକୁ ଧରିବାକୁ ଚେଷ୍ଟା କରୁଛନ୍ତି । ନିରନ୍ତର ପ୍ରୟାସ ପରେ ସେମାନେ ଏଥିରେ ସଫଳ ହୋଇଥିବା ଦେଖିବାକୁ ମିଳିଛି ।

ପରେ ସ୍ଥାନୀୟ ଲୋକେ ଘରକୁ ଆସି ପ୍ରେମଚନ୍ଦ୍ରକୁ ମଧ୍ୟ ଘଉଡାଇ ଦେଇଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।