/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726138612.jpg)
Veteran CPM leader Sitaram Yechury passes away
ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ଧରି ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଥିଲେ । ପରେ ନିମୋନିଆରେ ମଧ୍ୟ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
ବରିଷ୍ଠ ରାଜନେତା ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ କିଛିଦିନ ହେବ ସଂକଟାପନ୍ନ ରହିଥିଲା । ଫଳରେ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ବର୍ଷ ୧୯୫୨ ଅଗଷ୍ଟ ୧୨ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ସୀତାରାମ ୟେଚୁରୀ । ଭାରତୀୟ ରାଜନୀତିରେ ସେ ଥିଲେ ଜଣେ ପ୍ରମୁଖ ଚେହେରା । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରିବାର ଲୋକ ଦିଲ୍ଲୀ ଏମ୍ସକୁ ଶରୀରଦାନ କରିଛନ୍ତି ।ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଗବେଷଣା ପାଇଁ ଦେହଦାନ କରିଛନ୍ତି ପରିବାର ଲୋକ ।
ଦିଲ୍ଲୀ ଷ୍ଟିଫାନ୍ସ କଲେଜ, ଜେଏନୟୁର ଛାତ୍ର ସୀତାରାମ ୟେଚୁରୀ । ୧୯୭୫ ମସିହାରେ ସିପିଏମରେ ଯୋଗ ଦେଇଥିଲେ । ଏମର୍ଜେନ୍ସି ବେଳେ ଗିରଫ ହୋଇଥିଲେ ୟେଚୁରୀ । ୧୯୯୨ରେ ସିପିଏମ ପଲିଟ ବ୍ୟୁରୋ ସଦସ୍ୟ ହେଲେ । ୩ ଦଶନ୍ଧି ଧରି ସିପିଏମ୍ ପଲିଟ ବ୍ୟୁରୋ ସଦସ୍ୟ ରହିଥିଲେ । ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରାଜ୍ୟସଭା ସଦସ୍ୟ । ୨୦୧୫ରୁ ସିପିଏମ୍ ମହାସଚିବ ଥିଲେ ସୀତାରାମ ୟେଚୁରୀ ।
-ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ
-ସିପିଆଇଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ
-ନୂଆଦିଲ୍ଲୀ ଏମ୍ସରେ ୭୨ ବର୍ଷ ବୟସରେ ପରଲୋକ
-ଫୁସ୍ଫୁସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ#CPIM#SitaramYechurypic.twitter.com/ImYlbU53TO— ଓଟିଭି (@otvkhabar) September 12, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)