ହସ୍ପିଟାଲରୁ ଡିସଚାର୍ଜ ହେଲେ ଲାଲକୃଷ୍ଣ ଆଡଭାନୀ

ସୂଚନା ଅନୁସାରେ ଯେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ AIIMS ର ଜିରିଆଟ୍ରିକ୍‌ ବିଭାଗ (ବୃଦ୍ଧମାନଙ୍କୁ ଚିକିତ୍ସା କରୁଥିବା ବିଭାଗ) ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା ।

Lal Krishna Advani

ହସ୍ପିଟାଲରୁ ଡିସଚାର୍ଜ ହେଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ। ଅସୁସ୍ଥତା କାରଣରୁ ଗତକାଲି ଦିଲ୍ଲୀ ଏମ୍ସରେ ଆଡମିଟ୍‌ ହୋଇଥିଲେ ଆଡଭାନୀ। ତେବେ ଆଜି ଏମ୍ସରୁ ଡିସଚାର୍ଜ କରାଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର ସଞ୍ଜୟ ଲାଲୱାନୀ ।

ସୂଚନା ଅନୁସାରେ ଯେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ AIIMS ର ଜିରିଆଟ୍ରିକ୍‌ ବିଭାଗ (ବୃଦ୍ଧମାନଙ୍କୁ ଚିକିତ୍ସା କରୁଥିବା ବିଭାଗ) ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ବାସ୍ତବରେ, ୯୬ ବର୍ଷ ବୟସ୍କ ଆଡଭାନୀ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେଣୁ ସମୟ ସମୟରେ ତାଙ୍କୁ ଘରେ ଏକ ଡାକ୍ତରୀ ଟିମ୍‌ ପକ୍ଷରୁ ଚେକ୍‌ଅପ୍‌ କରାଯାଏ ।

ମିଳିତିବା ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଲାଲକୃଷ୍ଣ ଆଡଭାନୀ କିଛି ଅସୁବିଧା ଅନୁଭବ କରିଥିଲେ, ପରେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବାର କିଛି ସମୟ ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । ତେଣୁ ଗୁରୁବାର ତାଙ୍କୁ ଡିସଚାର୍ଜ କରାଯାଇଛି।

ପଢନ୍ତୁ ଏହି ଖବର: ମହାଙ୍ଗା ପଡ଼ିପାରେ ଜୟ ପାଲେଷ୍ଟାଇନ୍‌ ନାରା ! ଓୱାସିଙ୍କ ନାଁରେ ମାମଲା ଦାଏର...

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟଜନିତ କାରଣରୁ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଡଭାନୀ ଯୋଗ ଦେଇପାରିନଥିଲେ। ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ମାର୍ଚ୍ଚ ୩୦ରେ ତାଙ୍କ ବାସଭବନରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ। ଏହି ଆନୁଷ୍ଠାନିକ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ ।

ଭାରତୀୟ ରାଜନୀତିର ଜଣେ ପରିଚିତ ଚେହେରା ଲାଲକୃଷ୍ଣ ଆଡଭାନୀ । ସାମ୍ବାଦିକତାରୁ ସଂଘ, ସଂଗଠନରୁ ସକ୍ରୀୟ ରାଜନୀତିର ସେ ଅଭୁଲା ଚେହେରା। ନଭେମ୍ବର ୮ ତାରିଖ ୧୯୨୭ ମସିହାରେ ପାକିସ୍ତାନର କରାଚୀରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୭୦ରେ ପ୍ରଥମଥର ଲାଗି ଦିଲ୍ଲୀରୁ ସଂସଦର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଆଡଭାନୀ।

ଡଭାନୀ ଲୋକସଭାକୁ ୫ ଥର ଓ ରାଜ୍ୟସଭାରେ ୪ ଥର ସାଂସଦ ଭାବେ କାର୍ଯ୍ୟ ତୁଲାଇଛନ୍ତି। ୨୦୦୨ ଜୁନରୁ ୨୦୦୪ ମସିହା ମେ’ ମାସ ପର୍ଯ୍ୟନ୍ତ ସେ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ତାଙ୍କର ସଂସଦୀୟ କାର୍ଯ୍ୟ ସର୍ବଦା ଅନୁକରଣୀୟ ଏବଂ ସମୃଦ୍ଧିରେ ଭରପୁର ରହିଛି। ୩ ଥର ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ପଦରେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି।