• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତୀୟ ସମ୍ବିଧାନ ଅନୁସାରେ ୧୮ ବର୍ଷ ନହେବା ଯାଏଁ କୌଣସି ନାବାଳକ କିମ୍ବା ନାବାଳିକାଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ନାହିଁ । ତେବେ ଅନେକ ସମୟରେ ଏହାର ବ୍ୟତିକ୍ରମ ହେଉଥିବା ପରିଲକ୍ଷିତ ହୁଏ । କେତେକ ପିଲା ଅମାନିଆ ହୋଇ ଅନେକ ସମୟରେ ଗାଡ଼ି ଚଳାଉଥିବା ଦେଖାଯାଏ । ଏହାକୁ ନେଇ ପୋଲିସ ଅନେକ ସମୟରେ ଫାଇନ ଆଦାୟ କଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ପରିଲକ୍ଷିତ ହୁଏନାହିଁ ।

ତେବେ ଆପଣମାନେ ଜାଣନ୍ତି କି, ଏଥିପାଇଁ ଅନେକ ସମୟରେ ବାପା ମାଆମାନେ ହିଁ ଦାୟୀ ରହିଥାଆନ୍ତି । ନିଜର କର୍ତ୍ତବ୍ୟ ଭୁଲି ପିଲାଙ୍କୁ ଅନେକ ସମୟରେ ଗାଡ଼ି ଧରାଇ ଥାଆନ୍ତି । ପିଲା ଜିଦ୍ କଲେ ଆକଟ କରିବା ପରିବର୍ତ୍ତେ ସେମାନଙ୍କୁ ଭୁଲ ବାଟରେ ଯିବାକୁ ପ୍ରୋତ୍ସାହିତ କରନ୍ତି । ଏଇ ଯେମିତି ତଳେ ଥିବା ଭିଡିଓକୁ ଭଲ ଭାବେ ଦେଖନ୍ତୁ । ଛୋଟ ଝିଅଟିଏ, କେମିତି ନିଜ ବାପାଙ୍କ ଉପସ୍ଥିତି ସତ୍ତ୍ୱେ ଗାଡ଼ି ଚଳାଉଛି । ଏହି ଦୃଶ୍ୟ ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି ।

ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଏହି ଛୋଟ ଝିଅଟି ହେଲମେଟ୍ ମଧ୍ୟ ପିନ୍ଧିନି । ଗାଡ଼ି ପଛ ପଟେ ବସିଥିବା ଝିଅଟିର ବାପା ମଧ୍ୟ ହେଲମେଟ୍ ପିନ୍ଧିନାହାଁନ୍ତି । ମହାରାଷ୍ଟ୍ରର ଏହି ଭିଡିଓ ସରକାରଙ୍କର ସଡକ ସୁରକ୍ଷା ଓ ଜୀବନ ରକ୍ଷା ସ୍ଲୋଗାନ୍‌ର ଧଜ୍ଜିଆ ଉଡ଼ାଇଥିବା ପରି ମନେ ହୁଏ । ଅନଲାଇନ୍‌ରେ ଏହି ଭିଡିଓଟି ସେୟାର ହେବା ପରେ ୪.୯ ମିଲିୟନ୍ ଭ୍ୟୁ ଯାଇଛି । ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରୁ ଭିଡିଓଟି ଆସିଥିବା ଜଣାପଡ଼ିଛି ।

ତେବେ ଅନେକ ଏହି ଭିଡିଓରେ ଥିବା ପିତାଙ୍କ କର୍ତ୍ତବ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନେକ ଲୋକ କମେଣ୍ଟ ଦେଇ କହିଛନ୍ତି ଯେ, ଏପରି କରି ନିଜ ଝିଅର ସୁରକ୍ଷା ସହ ରାସ୍ତାରେ ଅନ୍ୟମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ଉଚିତ୍ । ଜଣେ କମେଣ୍ଟ ଦେଇ ଲେଖିଛନ୍ତି, ହେଲମେଟ କୁଆଡ଼େ ଗଲା? ନା ନିଜେ ପିନ୍ଧିଛ ନା ଝିଅକୁ ପିନ୍ଧାଇଛ!

ଅନ୍ୟ ଜଣେ ଲେଖିଛନ୍ତି, ପିତାଙ୍କୁ ଗିରଫ କରାଯାଉ । ଆଉ ଜଣେ ଲେଖିଛନ୍ତି, ଏହି ସବୁ କାରଣରୁ ଦୁର୍ଘଟଣା ଘଟୁଛି । ସେମାନେ କେଉଁ ପ୍ରକାର ପିତାମାତା? ତେବେ ନେଟିଜେନ୍‌ମାନେ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଅଭିଭାବକଙ୍କୁ ଦାୟୀ କରିଛନ୍ତି । ଏହାର ପରିଣାମ ସ୍ୱରୂପ ସଡ଼କ ଦୁର୍ଘଟଣାରେ ଅନେକ ଜୀବନହାନି ହେଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now