• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆପଣ ଚଳାଉଥିବା ଗାଡ଼ିର ଟାୟାରର ଅବସ୍ଥା ଠିକ୍‌ ଅଛି ତ ! ଟାୟାର୍‌ର ଗ୍ରିପ୍‌ ନୂଆ ଭଳି ଅଛି ତ ! ଚକା ଅଧିକ ଘୋରି ହୋଇଥିଲେ ଗଣିବେ ମୋଟା ଅଙ୍କର ଜୋରିମାନା । ଏଣିକି କଡ଼ାକଡ଼ି ଭାବେ ଗାଡ଼ିର ଟାୟାରକୁ ଚେକ୍‌ କରିବା ପାଇଁ ସଜାଗ ରହିଛନ୍ତି ମହାରାଷ୍ଟ୍ର ସରକାର । ନାଗପୁର-ମୁମ୍ବାଇ ଏକ୍ସପ୍ରେସ୍‌ୱେ ଦେଇ ଗତି କରୁଥିବା ପ୍ରତିଟି ଗାଡ଼ିର ଟାୟାର ଅବସ୍ଥା ଚେକିଂ କରାଯିବ । ନାଗପୁର-ମୁମ୍ବାଇ ଏକ୍ସପ୍ରେସ୍‌ୱେ, ଯାହାକି ସମୃଦ୍ଧି ମହାମାର୍ଗ ଭାବେ ଜଣାଶୁଣା । ମହାରାଷ୍ଟ୍ର ରାଜ୍ୟ ସଡକ ବିକାଶ ନିଗମ (MSRDC) ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଏହି ଏକ୍ସପ୍ରେସୱେରେ ଯାଉଥିବା ଯାନବାହାନର ଟାୟାର ଫିଟନେସ ଯାଞ୍ଚ କରିବା ଆରମ୍ଭ କରି ଦେଇଛନ୍ତି ।

ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନ ମାନିଲେ ମୋଟା ଅଙ୍କର ଫାଇନ୍‌ ବି ଗଣିବାକୁ ପଡ଼ିବ । ନିକଟରେ ଏହି ରାସ୍ତାରେ ଶତାଧିକ ସଡ଼କ ଦୁର୍ଘଟଣା ମାମଲା ସାମ୍ନାକୁ ଆସିବା ପରେ ସରକାର ଏଭଳି ନିୟମ ଲାଗୁ କରିଛନ୍ତି । ଗାଡ଼ିଚାଳକ ନିୟମ ଉଲଙ୍ଘନ କରି ଗାଡ଼ିକୁ ଦ୍ରୁତ ଗତିରେ ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟୁଛି । ପ୍ରାୟ ମାମଲାରେ ଗାଡ଼ିର ଟାୟାର ଅବସ୍ଥା ଖରାପ ଥିବାର ଦେଖିବାକୁ ମିଳିଛି ।

ମହାରାଷ୍ଟ୍ର ରାଜ୍ୟ ସଡକ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ଯାଦବ କହିଛନ୍ତି ଯେ, ସମୃଦ୍ଧି ମହାମାର୍ଗରେ ଏହି ନିୟମକୁ ପାଳନ କରିବା ପାଇଁ ୧୦୦ରୁ ଅଧିକ ପେଟ୍ରୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ନିୟମ ଉଲଙ୍ଗନର ଜୋରିମାନା ଟଙ୍କା ଆର୍‌ଟିଓ ଦ୍ୱାରା ଧାର୍ଯ୍ୟ କରାଯିବ । ଏହି ଏକ୍ସପ୍ରେସୱେରେ ପ୍ରତିଦିନ ଲକ୍ଷ ଲକ୍ଷ ଗାଡ଼ି ଯାତାୟତ କରୁଛି । ରାସ୍ତାଟି ପୂରା ଅନ୍ତର୍ଜାତୀୟ ରାସ୍ତା ପରି ଚକାଚକ୍‌ । କିନ୍ତୁ ଗାଡ଼ିଚାଳକଙ୍କ ଅବହେଳା କାରଣରୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now