/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694920332.jpg)
Various activities organised across India to celebrate birthday of PM Modi who turns 73
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ। ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସେଲିବ୍ରେସନ୍ କରାଯିବା ସହ ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛନ୍ତି।
୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟ ଭାଡ଼ନଗରରେ ଜଣେ ସାଧାରଣ ଗୁଜରାଟୀ ପରିବାରରେ ଜନ୍ମ ନେଇଥିଲେ ମୋଦି। ଜଣେ ସାଧାରଣ ଚା’ ବିକାଳୀରୁ ଦେଶର ପ୍ରଧାନମନ୍ତ୍ରୀ ହେବାର ତାଙ୍କ ଯାତ୍ରା ଥିଲା ବେଶ୍ କଠିନ ଓ ରୋଚକ। ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ସେ ନିଜକୁ ପରିଚତ କରିଛନ୍ତି।
ସବୁ ପରିସ୍ଥିତିର ମୁକାବିଲା କରିବା, ବିପକ୍ଷକୁ ନିଜ ଶୈଳୀରେ ମାତ୍ ଦେବା, କଠୋର ନିଷ୍ପତ୍ତି ନେବା, ଘଣ୍ଟା ଘଣ୍ଟା ଧରି ସାଧାରଣ ସଭାଠୁ ଆରମ୍ଭ କରି ପାର୍ଲାମେଣ୍ଟ ଯାଏ ଅଭିଭାଷଣ ରଖିବା ତାଙ୍କୁ ଅନ୍ୟ ନେତାଙ୍କଠୁ ଭିନ୍ନ କରିଛି।
୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ୨୦୧୪ରୁ ଆଜି ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ ସାରା ବିଶ୍ୱ ସମ୍ମୁଖରେ ନିଜର ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଛନ୍ତି ମୋଦିା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)