Advertisment

ଓଡ଼ିଶାରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ !

ଖୁବ୍ ଶୀଘ୍ର ଓଡ଼ିଶାରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ ।

author-image
Manoranjan Behera
ଅଦ୍ୟତନ ହୋଇଛି
Vande Bharat express

Vande Bharat express

ଖୁବ୍ ଶୀଘ୍ର ଓଡ଼ିଶାରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯଦିଓ ଏହା ଓଡ଼ିଶା ଦେଇ କେବେ ଗଡ଼ିବ ସ୍ଥିର ହୋଇନାହିଁ, ତେବେ ଏହି ଏକ୍ସପ୍ରେସ ତୟାର ହୋଇସାରିଛି । ସୂଚନା ଅନୁସାରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ହାୱାଡା ଭାୟା ଭୁବନେଶ୍ବର ଦେଇ ଚଳାଚଳ କରିବ। 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି । ତେବେ ଏହାର ସମୟସାରଣୀ ପ୍ରସ୍ତୁତ ହୋଇନାହିଁ। ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍  ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। 

ଏଥିପାଇଁ ଏକ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବାହାରି କୋଲକାତା ଯାଇଛି। ଆଜି ଭୁବନେଶ୍ବର ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ କୋଲକାତା ଯାଇଛି । ସୂଚନା ଅନୁସାରେ କୋଲକାତାରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରାଇମେରୀ ମେଣ୍ଟେନାନ୍ସ ୟୁନିଟ୍ ରହିବ। ତେବେ ଏହାର ସେକେଣ୍ଡାରୀ ୟୁନିଟ୍ ପୁରୀ କିମ୍ବା ଭୁବନେଶ୍ବରରେ ରହିପାରେ। ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି।

Advertisment
Vande Bharat Express
Advertisment
Advertisment