/odishatv-khabar/media/post_attachments/uploadimage/library/16_9/16_9_0/s_1700968033.jpg)
Uttarkashi Tunnel Collapse
ବଡ଼ ଜଟିଳ ସ୍ଥିତିରେ ଅଟକି ରହିଛି ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍ ଅପରେସନ୍ । ୨ ସପ୍ତାହ ହେଲା ୪୧ ଜଣ ଶ୍ରମିକ ଟନେଲ ଭିତରୁ କେବେ ବାହାରିବେ ଦିନ ଗଣୁଥିବା ବେଳେ, ଉଦ୍ଧାର କାର୍ଯ୍ୟର ଶେଷ ପର୍ଯ୍ୟାୟରେ ହାର୍ ମାନିଛି ଅଗର୍ ମେସିନ୍ ।
ଅଗର ମେସିନ୍ର ଏକ ଅଂଶ ପଥରରେ ଅଟକିଯାଇଥିବାରୁ, ତାକୁ ବାହାର କରିବା ବି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅଗର ମେସିନ୍କୁ କାଟି ବାହାର କରିବା ଲାଗି ହାଇଦ୍ରାବାଦରୁ ପ୍ଲାଜମା କଟର୍ ଆସୁଛି ଏବଂ ଆଜି ପହଞ୍ଚିବା ପରେ ପୁଣି ଥରେ ଅପରେସନ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ।
ସେପଟେ ଏବେ ବିକଳ୍ପ ଉପାୟ ଭାବେ ମାନୁଆଲ୍ ଡ୍ରିଲିଂ ଓ ଭର୍ଟିକାଲ୍ ଡ୍ରିଲିଂ କଥା ଚିନ୍ତା କରାଯାଉଛି । ଅର୍ଥାତ୍ ପାରମ୍ପରିକ ପଦ୍ଧତିରେ ଉଦ୍ଧାରକାରୀ ଯବାନମାନେ ପଥର ଖୋଳିବା ସହ ବାକି ପ୍ରାୟ ୧୦ରୁ ୧୨ ମିଟର ଖୋଳି ବାଟ ବାହାର କରିବେ ।
ଏଥିସହ ପାହାଡ଼ ଉପରୁ ତଳ ଆଡ଼କୁ ଏକ ଗାତ ଖୋଳି ଶ୍ରମିକଙ୍କୁ ବାହାର କରିବା ପାଇଁ ଚିନ୍ତା କରାଯାଉଛି । ଏଥିପାଇଁ ଏକ ବିରାଟ ମେସିନ ଓ ସତଲେଜ ଜଳ ବିଦ୍ୟୁତ ନିଗମ ଏବଂ ONGCର ୧୨ ଜଣିଆ ଟିମ୍ ପାହାଡ଼ ଉପରକୁ ବଡ଼ ମେସିନ ସହ ଯାଇଛନ୍ତି ।
ଶ୍ରମିକମାନେ ଫସିଥିବା ଟନେଲ୍ ଉପରେ ସିଧାସଳଖ ୮୫ରୁ ୯୦ ମିଟର ଗାତ ଖୋଳିବାକୁ ୫ରୁ୬ ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି । ତେବେ ଏହା ଖୁବ୍ ସମୟ ସାପେକ୍ଷ ହୋଇଥିବାରୁ, ଉତ୍ତରକାଶୀ ଅପରେସନ ଯେ କେବେ ସରିବ, ତା’ର ଉତ୍ତର ଏବେ କାହା ପାଖରେ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)