• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲର ୧୪ ଦିନ ହେଲା ଫସିଛନ୍ତି ୪୧ ଜଣ ଶ୍ରମିକ । ଉଦ୍ଧାର ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚି ପାରୁନି ରେସ୍କ୍ୟୁ ଟିମ୍‌ । ଅଗର ମେସିନ୍‌ ସାହାଯ୍ୟରେ ଧସିଥିବା ମାଟିକୁ ଡ୍ରିଲ୍‌ କରି ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛନ୍ତି ରେସ୍କ୍ୟୁ ଟିମ୍‌ । ହେଲେ ପୁଣି ବାଧକ ସାଜିଛି ଲୁହା ଛଡ଼ ।

ଅଗର ମେସିନ ଆଗରେ ଲୁହା ଛଡ଼ ପଡ଼ିବାରୁ ରେସ୍କୁ ଅପରେସନରେ ବାଧା ସୃଷ୍ଟି ହୋଇଛି । କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନ୍‌ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେଣୁ ହାତରେ ବ୍ୟବହୃତ କଟର ଜରିଆରେ ମାଟି ଖୋଳିବାକୁ ଯୋଜନା କରାଯାଉଛି । 

ହାତ କଟରରେ ଖୋଳିବାକୁ ୧୮ରୁ ୨୪ ଘଣ୍ଟା ଲାଗିବ ବୋଲି ଆକଳନ କରାଯାଉଛି । ଅଗର ମେସିନ୍‌ ବାରମ୍ବାର ଫେଲ୍‌ ଯୋଗୁ ଭର୍ଟିକାଲ ଡ୍ରିଲିଂ ମେସିନ୍‌ ଅଣାଯାଇଛି ।ଟନେଲ ଉପରୁ ଡ୍ରିଲିଂ କରିବା ପାଇଁ ଯୋଜନା ଚାଲିଛି। 

ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର ୧୦ରୁ ୧୨ ମିଟର ଦୂର ଥିବା ପୂର୍ବକୁ ସୂଚନା ଦିଆଯାଇଥିଲା । ତେବେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାକୁ ଶ୍ରମିକଙ୍କ ପାଖରେ ପହଞ୍ଚିବା ବିଳମ୍ବ ହେଉଛି । ଟନେଲ୍ ବାହାରେ ଆମ୍ବୁଲାନସ୍ ଓ ମେଡିକାଲ୍ ଟିମ୍ ସଜାଗ ରହିଛି ।

ଶ୍ରମିକମାନେ ବାହାରିବା କ୍ଷଣି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ। ଗତ ୧୪ ଦିନ ଧରି ଚାଲିଛି ରେସ୍କ୍ୟୁ ଅପରେସନ୍ । ଟନେଲ୍ ତଳେ ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ ।