/odishatv-khabar/media/post_attachments/uploadimage/library/16_9/16_9_0/s_1700225581.jpg)
Uttarkashi Tunnel Collapse
ଫସିଥିବା ଶ୍ରମିକଙ୍କଠୁ କିଛି ଦୂରରେ ରେସ୍କ୍ୟୁ ଟିମ୍ । ଖୁବ୍ଶୀଘ୍ର ଉଦ୍ଧାର ହେବେ ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକ । ପାଇପ୍ ମାଧ୍ୟମରେ ଉଦ୍ଧାରକାର୍ଯ୍ୟ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪ଟି ପାଇପ୍ ଖଞ୍ଜା ସରିଛି ।
Advertisment
ଆଉ ଏକ ପାଇପ୍ ଖଞ୍ଜିବାକୁ ବ୍ୟବସ୍ଥା ଚାଲିଛି । ୩ ଫୁଟ୍ ମୋଟେଇର ଏହି ପାଇପ୍ ଦ୍ୱାରା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଆମେରିକାନ ଅଗର ମେସିନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଉଥିବା କହିଛନ୍ତି ଉତ୍ତରକାଶୀ ଏସପି ଅର୍ପଣ ଯଦୁବଂଶୀ ।
ଆଗରୁ ଯେଉଁ ଡ୍ରିଲିଂ ମେସିନ ଥିଲା, ତାହା କାମରେ ଆସି ନଥିଲା । ତେଣୁ ଦିଲ୍ଲୀରୁ ଏହି ସ୍ୱତନ୍ତ୍ର ମେସିନକୁ ବିମାନରେ ଉତ୍ତରାଖଣ୍ଡକୁ ନିଆଯାଇଥିଲା । ସେପଟେ ଘଟଣାକୁ ୬ ଦିନ ହୋଇ ଯାଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଆଶା ଆଶଙ୍କା ବଢ଼ିବାରେ ଲାଗିଛି । ଟନେଲରେ ୪୦ ଶ୍ରମିକ ଫସିଥିବା ବେଳେ, ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ଶ୍ରମିକ ଅଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)