• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତରାଖଣ୍ଡର ମୃତ୍ୟୁଯନ୍ତା ଟନେଲ । ଯାହା ଭିତରେ ଶ୍ରମିକମାନେ ଏବେ ବି ଫଶି ରହିଛନ୍ତି । ସେମାନଙ୍କ ମୁକ୍ତି ପାଇଁ ଅନବରତ ପ୍ରଚେଷ୍ଟା ଜାରି ରହିଛି । ମାଟି ତଳେ ଫଶିଥିଲେ ବି ଖାଦ୍ୟ ପହଞ୍ଚୁଛି ତାଙ୍କ ପାଖରେ । ଏତେ ସବୁ ତମାମ ଘଟଣା ଭିତରେ କିନ୍ତୁ ଆଜି ଦେଖିବାକୁ ମିଳିଥିଲା ଗୋଟିଏ ଅଲଗା ମାହୋଲ ।

ଯେଉଁଠି ଜେସିବି ଆଉ ବଡ ବଡ ମେଶିନର କୋଳାହଳ ଥିଲା ସେଠି ଆଜି ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ଘଣ୍ଟା, ଘଣ୍ଟି ଧୁପ ଦୀପର ଗହଳ ଭିତରେ ଠାକୁରଙ୍କ ବିମାନଟିଏ ଲୋକଙ୍କ କାନ୍ଧରେ ଥିଲା। ସ୍ଥାନୀୟ ଭାଷାରେ ଏହାଙ୍କୁ ଠାକୁର ଜୀ କି ଡୋଲି ବୋଲି କୁହାଯାଇଥାଏ । ଆପଣଙ୍କ ମନେଥିବ ଟନେଲ ଅଘଟଣ ବେଳର ସେହି କାହାଣୀ । ଯେଉଁଠି ଗ୍ରାମବାସୀ କହିଥିଲେ, ଟନେଲ ନିର୍ମାଣ ପୂର୍ବରୁ ଏଠାରେ ବୖଖନାଥ ଠାକୁରଙ୍କ ମନ୍ଦିର ଥିଲା।

ଟନେଲ ନିର୍ମାଣ ପୂର୍ବରୁ ଦିଅଁଙ୍କ ମନ୍ଦିରକୁ ଉଚ୍ଛେଦ କରାଗଲା, କିନ୍ତୁ ଟନେଲ ନିର୍ମାଣ ପୂର୍ବରୁ ନୂଆ ମନ୍ଦିର ନିର୍ମାଣ କରାଗଲା ନାହିଁ । ହୁଏତ ଦୈବୀ କୋପରୁ ଘଟିଗଲା ଏତେବଡ ଅଘଟଣ । ଆଜି ସ୍ଥିତି ଟିକେ ଅଲଗା । ଠାକୁରେ ଆଜି ବୁଲୁଛନ୍ତି ।

ଏହାକୁ ଆପଣ ବିଶ୍ୱାସ କହିପାରନ୍ତି, କିନ୍ତୁ ଅନ୍ଧବିଶ୍ୱାସ କହିପାରିବେ ନାହିଁ । ଦିଅଁ ଦେବତାଙ୍କ କୃପାକୁ ପାଥେୟ କରି ଚଳିବା ଆଦୌ ମୁର୍ଖାମୀ ନୁହେଁ । ପ୍ରାରବ୍ଧ ଯାହା ବି ହେଉ ନା କାହିଁ, ପ୍ରଚେଷ୍ଟା କରିବା ହିଁ ପ୍ରକୃତ ଧର୍ମ । ହୁଏତ ଏଇ କଥାକୁ ଉପଲବ୍ଧି କରିବା ପରେ ଆଜି ପୁଣିଥରେ ଠାକୁରଙ୍କ କୃପାକୁ ସମସ୍ତେ ଭରସିଛନ୍ତି । ବିମାନରେ ବସି ଠାକୁରଙ୍କ ଚଉଦୋଳ ବା ଡୋଲି, ଟନେଲ ନିର୍ମାଣସ୍ଥଳ ପରିକ୍ରମା କରିଛି।

ଲୋକେ ହରିବୋଲ ହୁଳହୁଳି ଦେଇଛନ୍ତି। ଆଉ ସମସ୍ତଙ୍କ ବିଶ୍ୱାସ ଏଥର ଦୈବୀ କୃପାରୁ ସବୁ ଠିକ୍ ଦେଇଯିବ। ଫଶିଥିବା ସମସ୍ତ ଶ୍ରମିକ ମୁକୁଳି ଆସିବେ।