Advertisment

ଶ୍ରମିକଙ୍କଠାରୁ ମାତ୍ର ୬ ମିଟର ଦୂରରେ ଉଦ୍ଧାରକାରୀ ଟିମ୍, ଖୁବ୍‌ଶୀଘ୍ର ଆସିବ ଖୁସି ଖବର..!

ଡ୍ରିଲିଂ କରିବା ବେଳେ ଏକ ଲୁହା ଛଡ ପଡ଼ିଥିଲା ବାଟରେ। ତେଣୁ ଖନନ ବନ୍ଦ କରାଯାଇଥିଲା। ଗ୍ୟାସ କଟରରେ ତାକୁ କାଟି ହଟାଯାଇଛି। ଏହା ପରେ ପୁଣି ଡ୍ରିଲିଂ କାମ ଆରମ୍ଭ ହୋଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Uttarakhand Tunnel Rescue News Updates

Uttarkashi, Tunnel Tragedy

ଆଉ ମାତ୍ର ୬ ମିଟର ଦୂରରେ ୪୧ ଜୀବନ । ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର ୬ ମିଟର ରହିଛି। ଖୁବ ଶୀଘ୍ର ସେମାନଙ୍କ ନିକଟରେ ପହଞ୍ଚିବେ ଏନଡିଆରଏଫର ଉଦ୍ଧାରକାରୀ ଟିମ୍ । ଏହି ସୂଚନା ଦେଇଛନ୍ତି ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର କୁଲବେ।

Advertisment

ସେ କହିଛନ୍ତି, ଡ୍ରିଲିଂ କରିବା ବେଳେ ଏକ ଲୁହା ଛଡ ପଡ଼ିଥିଲା ବାଟରେ। ତେଣୁ ଖନନ ବନ୍ଦ କରାଯାଇଥିଲା। ଗ୍ୟାସ କଟରରେ ତାକୁ କାଟି ହଟାଯାଇଛି। ଏହା ପରେ ପୁଣି ଡ୍ରିଲିଂ କାମ ଆରମ୍ଭ ହୋଇଛି । ତେଣୁ ଆଶା କରାଯାଉଛି ଖୁବଶୀଘ୍ର ଶ୍ରମିକଙ୍କ ନିକଟରେ ପହଞ୍ଚିବ ଉଦ୍ଧାରକାରୀ ଟିମ୍ ।

ଧସିଥିବା ମାଟି ଅତଡ଼ାରେ ଷ୍ଟିଲ୍ ପାଇପ୍‌ ଭର୍ତ୍ତି ସରିଲାଣି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଥିବାରୁ ଖୁବ୍‌ଶୀଘ୍ର ରେସ୍କ୍ୟୁରେ ବଡ଼ ସଫଳତା ମିଳିପାରେ ବୋଲି ଆକଳନ କରାଯାଉଛି । ଆମେରିକାନ ଅଗର ମେସିନ ଏହି ଟନେଲରେ ପାଇପ୍‌ ପଠାଇବାରେ ବେଶ୍‌ ସଫଳ ହୋଇଥିବା ଉଦ୍ଧାରକାରୀ ଟିମ୍‌ ସୂଚନା ଦେଇଛି ।

Advertisment

ସବୁ ପ୍ରକାର ସାହାଯ୍ୟ କରିବାକୁ ଦିଲ୍ଲୀରୁ ଆସିଛନ୍ତି ୱେଲଡିଂ ଏକ୍ସପର୍ଟ । ରୁରକି IITର ମୁଖ୍ୟ ବୈଜ୍ଞାନିକ ତଥା ଟନେଲ ଏକ୍ସପର୍ଟ ଆର.ଡି. ଦ୍ୱିବେଦୀଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟ ପହଞ୍ଚିଛନ୍ତି । ରେସକ୍ୟୁ ଅପରେସନର ଅନୁଧ୍ୟାନ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂହ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ମଧ୍ୟ ଅଛନ୍ତି ।

ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ନଭେମ୍ବର ୧୨ ତାରିଖରୁ ତାଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ମଧ୍ୟ ଫସିଛନ୍ତି। ସେବେଠାରୁ ଉଦ୍ଧାର କାମ ଜୋରସୋରରେ ଚାଲିଛି । ତେବେ ଶ୍ରମିକମାନେ ସୁରକ୍ଷିତ ଥିବାରୁ ଉଦ୍ଧାରକାରୀ ଟିମ୍‌ର ମନୋବଳ ଦୃଢ ରହିଛି ।

ଉଦ୍ଧାର ହେବା ମାତ୍ରେ ଶ୍ରମିକଙ୍କୁ କିଭଳି ହସ୍ପିଟାଲ୍‌ରେ ପହଞ୍ଚାଯିବ ଏବଂ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ, ସେଥିପାଇଁ ପ୍ରସ୍ତୁତ ରହିଛି ଆମ୍ବୁଲାନ୍ସ । ଏଥିରେ ଅତ୍ୟାଧୁନିକ ମେସିନ ଏବଂ ଉପକରଣ ମହଜୁଦ ରଖାଯାଇଛି । ସେପଟେ ହସ୍ପିଟାଲ୍‌ରେ ପ୍ରସ୍ତୁତ ରଖାଯାଇଛି ବେଡ୍ । ଶ୍ରମିକ ଆସିବା ମାତ୍ରେ ତୁରନ୍ତ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବ । ଏଥିପାଇଁ ଅଭିଜ୍ଞ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ପ୍ରସ୍ତୁତ ରହିଛନ୍ତି । 

Tunnel Collapsed
Advertisment
Advertisment