• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେଦାରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ହେଲିକପ୍ଟର ସାମ୍ନାରେ ସେଲ୍ଫି ନେବା ସମୟରେ ଉତ୍ତରାଖଣ୍ଡର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ରବିବାର ଅପରାହ୍ନରେ ଏହି ଅଘଟଣ ଘଟିଛି । ହେଲିକପ୍ଟରର ବ୍ଲେଡ ବାଜି ଯିବାରୁ ଯୁବକଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଜିତେନ୍ଦ୍ର କୁମାର ସାଇନି । ସେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ଆର୍ଥିକ ନିୟନ୍ତ୍ରକ ଥିଲେ ବୋଲି ଜଣାପଡ଼ିଛି ।

କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ସେଲ୍ଫି ନେବାକୁ ସାମ୍ନାକୁ ଯାଇଥିଲେ ଜିତେନ୍ଦ୍ର ସାଇନି । ଫଳରେ ସେ ଟେଲ ରୋଟର୍ ବ୍ଲେଡ୍ ସଂସ୍ପର୍ଶରେ ଆସି ଯାଇଥିଲେ । ଆଉ ହେଲିକପ୍ଟରର ପଙ୍ଖା ବାଜି ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ ।  ଏହି ଦୁର୍ଘଟଣା ସମୟରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି । ଯାଞ୍ଚ ସମୟରେ ଏହି ଦୁର୍ଘଟଣା ଘଟିଛି । କେଦାରନାଥ ଯାତ୍ରା ଏପ୍ରିଲ ୨୫ରୁ ଆରମ୍ଭ ହେବାକୁ ଥିବା ବେଳେ ପୂର୍ବରୁ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଦୁଃଖ ଦେଇଛି ।

ସୂଚନାଯୋଗ୍ୟ କେଦାରନାଥଙ୍କ ଯାତ୍ରା ଏପ୍ରିଲ ୨୫ରୁ ଆରମ୍ଭ ହେଉଛି, ଯେଉଁଥିପାଇଁ ପ୍ରଶାସନ ସ୍ତରରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହା ସହିତ କେଦାରନାଥ ମନ୍ଦିରକୁ ସଜାଇବା ପାଇଁ ମନ୍ଦିର କମିଟି ମଧ୍ୟ ପ୍ରସ୍ତୁତି ପଥରେ ଆଗେଇ ଚାଲିଛନ୍ତି । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ହେଲି ସେବା ମଧ୍ୟ ଧାମରେ ​​ପହଞ୍ଚି ସାରିଚି ।

କେଦାରନାଥ ଯାତ୍ରା ପାଇଁ ଡିଜିସିଏ ଏଥର ନଅ ହେଲି ସେବା ପାଇଁ ଅନୁମତି ଦେଇଛନ୍ତି । ଏହି ନଅ ହେଲି ସେବା ଗୁପ୍ତକାଶୀ, ଫାଟା ଏବଂ ଶେରସିରୁ ଉଡ଼ାଣି ଭରିବ । ହେଲି ସେବା ଦ୍ୱାରା କେଦାରନାଥ ଧାମକୁ ଯାଉଥିବା ତୀର୍ଥଯାତ୍ରୀମାନେ IRCTC ୱେବସାଇଟ୍ http://heliyatra.irctc.co.in ରେ ଟିକେଟ୍ ବୁକ୍ କରିପାରିବେ ।