/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701498558.jpg)
Dead Man Alive
ଘର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା । ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । କାରଣ ଘରର କର୍ତ୍ତା ମରି ସାରିଥିଲେ । ସ୍ତ୍ରୀଙ୍କ ମୁଣ୍ତରୁ ସିନ୍ଦୁର ଲିଭି ସାରିଥିଲା, ଚୁଡ଼ି ଭାଙ୍ଗି ସାରିଥିଲା । ଆଉ କିଛି ସମୟ ମଧ୍ୟରେ ଶବ ଦାହ କରିବାକୁ ପ୍ରସ୍ତୁତ ହେଉଥିଲେ ସମସ୍ତେ ।
ଗତ ବର୍ଷେ ହେବ ଉତ୍ତରାଖଣ୍ତର ଶ୍ରୀପୁର ବିଚୱାରେ ରହୁଥିବା ନବୀନ ଚନ୍ଦ୍ର ଭଟ୍ଟ କେଉଁଆଡ଼େ ଚାଲି ଯାଇଥିଲେ । ଗତ ନଭେମ୍ବର ୨୫ ରେ ଏକ ଅଜଣା ଶବକୁ ପରିବାର ଲୋକେ ନବୀନଙ୍କର ଭାବି ନେଇଥିଲେ । ଏଣୁ ସେ ଶବର ହିନ୍ଦୁ ରୀତିନୀତି ଅନୁଯାୟୀ ସମସ୍ତ କ୍ରିୟାକର୍ମାଣି କରିଥିଲେ । କିନ୍ତୁ ହଠାତ ନବୀନଙ୍କର ଆବିର୍ଭାବ ହେଲା । ଏହାକୁ ସମସ୍ତେ ପୁର୍ନଜନ୍ମ ବୋଲି କହିଛନ୍ତି ।
ନବୀନଙ୍କର ଦୁଇଟି ପିଲା ଅଛନ୍ତି । କିନ୍ତୁ ସେ ଗତ ଏକ ବର୍ଷ ହେବ କେଉଁଆଡ଼େ ହଜି ଯାଇଥିଲେ । ଏଣୁ ନବୀନଙ୍କର ପରିବାରରେ ସମସ୍ତେ ତାଙ୍କୁ ମୃତ ଭାବି ନେଇଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ଯେହେତୁ ତାଙ୍କର ଶୁଦ୍ଧିକ୍ରିୟା ସରି ସାରିଥିଲା, ଏଣୁ ଜନ୍ମ ଠାରୁ ପୁଣି ଥରେ ସମସ୍ତ କ୍ରିୟା କରିବା ଆବଶ୍ୟକ ବୋଲି ପୂଜକ କହିଥିଲେ । ଯେମିତି ଏହା ଏକ ପୁର୍ନଜନ୍ମ ହେବ ।
ସୂଚନା ଅନୁସାରେ ସମସ୍ତ କ୍ରିୟା ଶେଷ ହେବା ପରେ ନବୀନ ପୁଣିଥରେ ନିଜ ପତ୍ନୀଙ୍କ ମୁଣ୍ତରେ ସିନ୍ଦୁର ପିନ୍ଧାଇ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ନବୀନ ଉଦ୍ଦାମ ସିଂହ ନଗରରେ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)