/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664935565.jpg)
Uttarakhand Bus Accident
ଅନ୍ଧାର ରାତିରେ ଛକି ବସିଥିଲା ଯମ । ଗତକାଲି ସଂଧ୍ୟା ୭ଟାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା( bus accident) । ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ୨୫ ଜଣଙ୍କ ଜୀବନ । ଭାରସାମ୍ୟ ହରାଇ ଉତ୍ତରାଖଣ୍ଡ(uttarakhand)ର ପୌରୀ ଗଡଓ୍ୱାଲ ଜିଲ୍ଲାର ରିଖନିଖାଲ ଓ ବିରୋଖାଲ ରାସ୍ତାରୁ ଏକ ଖାତକୁ ଖସି ପଡ଼ିଛି ବରଯାତ୍ରୀ ବସ୍ । ଏହି ବସ୍ ହରିଦ୍ୱାର ଜିଲ୍ଲାର ଲାଲଡହଙ୍ଗରୁ ପୌରୀର ବିରୋଖାଲ ଗାଁ ଅଭିମୁଖେ ବାହାରିଥିଲା । ବସରେ ମୋଟ୍ ୪୦ରୁ ୫୦ ଲୋକ ସବାର ଥିବା ଜଣାପଡ଼ିଛି ।
ଗତକାଲି ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏହି ଦୁର୍ଘଟଣା ଘଟିଛି । ବସଟି ରାସ୍ତାଠୁ ପ୍ରାୟ ୫୦୦ ଫଟୁ ତଳକୁ ଖସି ପଡ଼ିଛି । ପୋଲିସ ଓ ଉଦ୍ଧାରକାରୀ ଦଳ ସ୍ଥାନୀୟ ଲୋକଙ୍କ ସହ ମିଶି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ରାତି ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥଲା । ୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଖଣ୍ଡ ପୋଲିସ ଡିଜି ସୂଚନା ଦେଇଛନ୍ତି ଦୁର୍ଘଟଣାସ୍ଥଳରୁ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଡିଜାଷ୍ଟର କଣ୍ଟ୍ରୋଲ ରୁମ୍ ଅଧିକାରୀଙ୍କୁ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି । ବସ୍ରେ ପ୍ରାୟ ୪୫ ଜଣ ଲୋକ ଥିଲେ । ବସ୍ ଏକ ଗଭୀର ଖାଇରେ ପଡିଯାଇଛି । ମୁଁ ସେଠାରେ ଥିବା ଅଧିକାରୀଙ୍କ ସହ କଥା ହୋଇଛି ଓ ଉଦ୍ଧାରକାର୍ଯ୍ୟ ଚାଲିଥିବା ସେ କହିଛନ୍ତି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।
ଗତ ଜୁନ ମାସରେ ବି ଉତ୍ତରାଖଣ୍ଡରେ ଏକ ସମାନ ପ୍ରକାରର ସଡ଼କ ଦୁର୍ଘଟଣା ହୋଇଥିଲା । ଏକ ବସ ଏକ ଗଭୀର ଖାଇରେ ଖସିପଡ଼ିବାରୁ ୨୫ ଜଣ ଲୋକ ପ୍ରାଣ ହରାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)