Advertisment

Termites Eat Rs 18 Lakh Money: ଉଇ ଖାଇଗଲା ବ୍ୟାଙ୍କ ଲକର୍‌ରେ ଥିବା ୧୮ ଲକ୍ଷ ଟଙ୍କା; ଟଙ୍କାଟେ ବି ପାଇଲେନି କ୍ଷତିପୂରଣ

୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫା କରିଦେଲେ ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା। ଉତ୍ତରପ୍ରଦେଶ ମୋରାଦାବାଦରେ ଏ ଘଟଣା ଘଟିଛି....

ଅଦ୍ୟତନ ହୋଇଛି
Termites Eat Rs 18 Lakh Cash

Termites Eat Rs 18 Lakh Cash

Advertisment

କେତେ ସୁରକ୍ଷିତ ବ୍ୟାଙ୍କ ଲକର୍? ଚୋର କି ଡକାୟତଙ୍କ କଥା ଛାଡ଼ନ୍ତୁ, ଉଇ ଖାଇଗଲା ବ୍ୟାଙ୍କ୍ ଲକରରେ ଥିବା ନଗଦ ୧୮ ଲକ୍ଷ ଟଙ୍କା। ୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫା କରିଦେଲା ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା। ଉତ୍ତରପ୍ରଦେଶ ମୋରାଦାବାଦର ଏ ଘଟଣା ୨୦୨୩ର ହୋଇଥିଲେ ବି ଏବେ ଏହା ସାମ୍ନାକୁ ଆସିଛି। 

Advertisment

ଆତେବେ୨୦୨୨ ଅକ୍ଟୋବରରେ ନିଜ ଝିଅ ବାହାଘର ପାଇଁ ୧୮ ଲକ୍ଷ ଟଙ୍କା କ୍ୟାଶ୍ ଓ କିଛି ଗହଣା ବ୍ୟାଙ୍କ ଲକରରେ ରଖିଥିଲେ। କିନ୍ତୁ କିଛି ମାସ ପରେ ଲକର୍ ଖୋଲିବା ବେଳକୁ ସବୁ ଟଙ୍କା ଉଇ ଖାଇଦେଇଥିଲା। ଏହାପରେ ତାଙ୍କୁ ବ୍ୟାଙ୍କ ପକ୍ଷରୁ ମଧ୍ୟ କୌଣସି କ୍ଷତିପୂରଣ ମିଳିଲାନଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

ଅଧିକ ପଢ଼ନ୍ତୁ: ବଦଳିଲା ନିୟମ; ଏଣିକି ପ୍ରାର୍ଥୀଙ୍କୁ ମିଳିବନି ପୋଲିଂ ବୁଥ୍ ସିସିଟିଭି ଫୁଟେଜ୍ ଓ ଇ-ରେକର୍ଡ

Advertisment

ସୂଚନା ଅନୁସାରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗାଇଡଲାଇନ୍ ଅନୁସାରେ, ଲକରରେ ଥିବା ସାମଗ୍ରୀ ଚୋରି ହେଲେ, ନିଆଁ ଲାଗି କିମ୍ବା କୋଠା ଭୁଶୁଡ଼ି ନଷ୍ଟ ହୋଇଗଲେ କିମ୍ବା କୌଣସି ବ୍ୟାଙ୍କ କର୍ମଚାରୀ ଠକେଇ କଲେ ଏହାର କ୍ଷତିପୂରଣ ମିଳିବ। ଲକରର ବାର୍ଷିକ ଭଡ଼ାର ୧୦୦ ଗୁଣ ପର୍ଯ୍ୟନ୍ତ ଅର୍ଥରାଶି କ୍ଷତିପୂରଣ ଭାବେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଦେବାକୁ ପଡ଼ିବ। ତେବେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅସାବଧାନତା କାରଣରୁ ଲକରରେ ଥିବା ସାମଗ୍ରୀ କ୍ଷୟକ୍ଷତି ହେଲେ, ବ୍ୟାଙ୍କ ଦାୟୀ ରହିବ ନାହିଁ। ତେଣୁ ଏକ୍ଷେତ୍ରରେ ମହିଳା ଜଣକ ଟଙ୍କାକୁ ଅସୁରକ୍ଷିତ ଭାବେ ରଖିଥିବାରୁ ତାହା ଉଇ ଖାଇଥିବା ଦର୍ଶାଇ କୌଣସି କ୍ଷତିପୂରଣ ମିଳିନଥିବା କୁହାଯାଉଛି। 

ବିଶେଷଜ୍ଞଙ୍କ ମତରେ, ଆପଣ ବ୍ୟାଙ୍କ ଲକରରେ ଟଙ୍କା, ଗହଣା କିମ୍ବା କୌଣସି ମୂଲ୍ୟବାନ ଦସ୍ତାବିଜ ରଖିଥିଲେ, ତାକୁ ଭଲ ଭାବେ ସିଲ୍ ହେଉଥିବା ୱାଟରପ୍ରୁଫ୍ ବ୍ୟାଗରେ ରଖନ୍ତୁ। ଅତ୍ୟଧିକ ନଗଦ ଟଙ୍କା ଲକରରେ ନରଖି ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତୁ କିମ୍ବା ଫିକ୍ସଡ୍ ଡିପୋଜିଟ୍ କରନ୍ତୁ । ନିୟମିତ ବ୍ୟବଧାନରେ ବ୍ୟାଙ୍କ ଯାଇ ଲକର୍ ଯାଞ୍ଚ କରନ୍ତୁ। ଦାମୀ ସାମଗ୍ରୀର ଇନସୁରାନ୍ସ କିମ୍ବା ବୀମା ମଧ୍ୟ କରାଇପାରନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବଶ୍ରେଷ୍ଠ ପୁରସ୍କାର

Uttar Pradesh Cash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ