/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663831381.jpg)
UP Assembly
ଆଜି ମହିଳାଙ୍କ ଦିନ । ମହିଳାଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ । ଆଜି କେବଳ ମହିଳା । ମହିଳାମାନେ କହିବେ ଆଉ ପୁରୁଷ ମାନେ ଶୁଣିବେ । ମହିଳା ମାନେ ହିଁ ପଚାରିବେ ପ୍ରଶ୍ନ । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ନିଆଯାଇଛି ଏଭଳି ଏକ ଐତିହାସିକ ନିଷ୍ପତ୍ତି । ବିଧାନସଭାରେ ଆଜି କେବଳ ମହିଳା ବିଧାୟକମାନେ ମତ ରଖିବେ । ମହିଳା ବିଧାୟକମାନେ ପ୍ରଶ୍ନକାଳରେ ସେମାନଙ୍କର ମତ ରଖିବେ । ଏହାପରେ ମଧ୍ୟ ସେମାନେ ମହିଳାମାନଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇପାରିବେ । ଏଥିସହ ତାଙ୍କ ବିଧାନସଭା ସମ୍ପର୍କିତ ପ୍ରଶ୍ନ ମଧ୍ୟ ପଚାରିପାରିବେ । ମହିଳା ବିଧାୟକଙ୍କୁ ତିନି ମିନିଟ୍ ଲେଖାଏଁ କହିବାର ସୁଯୋଗ ମିଳିବ । ସବୁ ମହିଳା ବିଧାୟକଙ୍କୁ କହିବାର ସୁଯୋଗ ଦେବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୪୦୩ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ୪୭ଜଣ ମହିଳା ବିଧାୟକ ଅଛନ୍ତି । ୫ଜଣ ମହିଳାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)